
ଜମ୍ମୁ: ସମ୍ବିଧାନର ଧାରା ୩୫(କ) ଉପରେ କେନ୍ଦ୍ର ଓ ରାଜ୍ୟ ସରକାର ସେମାନଙ୍କର ଆଭିମୁଖ୍ୟ ସ୍ପଷ୍ଟ କରିବାକୁ ଦାବି କରିଛି ନ୍ୟାସନାଲ୍ କନ୍ଫରେନସ୍। ଆବଶ୍ୟକ ହେଲେ ଆସନ୍ତା ପଞ୍ଚାୟତ ଓ ପୌର ନିର୍ବାଚନ ବର୍ଜନ କରିବାକୁ ଦଳ ଚେତାବନୀ ଦେଇଛି।
ନାଗରିକମାନଙ୍କର ଅଧିକାରକୁ କ୍ଷୁଣ୍ଣ କରିବାକୁ ନିଆଯାଉଥିବା ଯେ କୌଣସି ପଦକ୍ଷେପକୁ କଡ଼ା ବିରୋଧ କରାଯିବ ବୋଲି ନ୍ୟାସନାଲ୍ କନ୍ଫରେନ୍ସ ମୁଖ୍ୟ ଫାରୁକ ଅବଦୁଲ୍ଲା ଏକ ପ୍ରେସ୍ମିଟ୍ରେ ଘୋଷଣା କରିଛନ୍ତି।
ସମ୍ବିଧାନର ଧାରା ୩୫(କ)ରେ ଜମ୍ମୁ କାଶ୍ମୀରର ନାଗରିକଙ୍କୁ ସ୍ୱତନ୍ତ୍ର ଅଧିକାର ଦିଆଯାଇଛି। ଗତ ସପ୍ତାହରେ ଏ ସମ୍ପର୍କିତ ମାମଲାର ଶୁଣାଣି ପାଇଁ ଆଗତ ଆବେଦନକୁ ସୁପ୍ରିମକୋର୍ଟ ସ୍ଥଗିତ ରଖିଛନ୍ତି।
ପଞ୍ଚାୟତ ନିର୍ବାଚନ ପରେ ଏ ସମ୍ପର୍କିତ ଶୁଶାଣି ହେବ ବୋଲି କୋର୍ଟ ନିଷ୍ପତ୍ତି ନେଇଛନ୍ତି। ସମ୍ବିଧାନର ଧାରା ୩୫(କ)ର ଶୁଣାଣି ହେଲେ ପଞ୍ଚାୟତ ଓ ପୌର ନିର୍ବାଚନ ପ୍ରାଭାବିତ ହେବ ବୋଲି କେନ୍ଦ୍ର ଓ ରାଜ୍ୟ ସରକାର ସୁପ୍ରିମକୋର୍ଟରେ ଯୁକ୍ତି ରଖିଥିଲେ।
from Odisha Reporter https://ift.tt/2ClPyz9
No comments:
Post a Comment