ଗାନ୍ଧି ଜୟନ୍ତୀରୁ ନିଷେଧ ହେବ ପ୍ଲାଷ୍ଟିକ୍‌, ଡ୍ରାଫ୍ଟ ରିପୋର୍ଟ ପ୍ରକାଶ କଲା ଜଙ୍ଗଲ ଓ ପରିବେଶ ବିଭାଗ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, September 5, 2018

ଗାନ୍ଧି ଜୟନ୍ତୀରୁ ନିଷେଧ ହେବ ପ୍ଲାଷ୍ଟିକ୍‌, ଡ୍ରାଫ୍ଟ ରିପୋର୍ଟ ପ୍ରକାଶ କଲା ଜଙ୍ଗଲ ଓ ପରିବେଶ ବିଭାଗ

plastic

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆସନ୍ତା ଅକ୍ଟୋବର ୨ ଗାନ୍ଧି ଜୟନ୍ତୀରୁ ରାଜ୍ୟର ୫ଟି ସହରରେ ପ୍ଲାଷ୍ଟିକ୍ନ ଓ ପଲିଥିନ ବ୍ୟାଗର ବ୍ୟବହାର ନିଷେଧ ହେବ। କଟକଣା ଜାରି ପୂର୍ବରୁ ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ପ୍ରକାଶ ପାଇଛି ଡ୍ରାଫ୍ଟ ରିପୋର୍ଟ। ସାଧାରଣ ଲୋକଙ୍କ ପାଇଁ ନିୟମାବଳୀ କଣ ରହିବ, ସେ ନେଇ ଡ୍ରାଫ୍ଟ ରିପୋର୍ଟରେ ବିସ୍ତୃତ ଭାବେ ଉଲ୍ଲେଖ ରହିଛି।

ଏହି ନୂଆ କଟକଣା ଅନୁସାରେ କୌଣସି ବ୍ୟକ୍ତି ପ୍ଲାଷ୍ଟିକ ଦ୍ରବ୍ୟ ବିକ୍ରି, ବ୍ୟବସାୟ, ଉତ୍ପାଦନ କିମ୍ବା ଆମଦାନୀ କରିପାରିବେ ନାହିଁ  ବା ସଂରକ୍ଷିତ ରଖିପାରିବେ ନାହିଁ। ଜିନିଷପତ୍ର ନେବା ଆଣିବା, ପରିବହନ କ୍ଷେତ୍ରରେ ମଧ୍ୟ ଏହାର ବ୍ୟବହାର ହେବ ନାହିଁ। କେବଳ ମାଟିରେ ନଷ୍ଟ ହୋଇପାରୁଥିବା ମାନର ପ୍ଲାଷ୍ଟିକ ବ୍ୟାଗ ବ୍ୟତୀତ ଅନ୍ୟ ପ୍ରକାର ପଲିଥିନ୍ କ୍ୟାରିବ୍ୟାଗ୍ ବ୍ୟବହାର ନକରିବା ପାଇଁ କୁହାଯାଇଛି।

୫୦୦ ମିଲି ଲିଟରଠୁ କମ୍ ପରିମାଣର ପାଣିବୋତଲ, ଥର୍ମୋକୁଲ କିମ୍ବା ପ୍ଲାଷ୍ଟିକ ପ୍ରସ୍ତୁତ ଥାଳି, ଚାମଚ, କପ୍, ପ୍ଲେଟ୍, ଗ୍ଲାସ୍, ଷ୍ଟ୍ର, ପାଉଚ୍ ଓ ଅନ୍ୟ ତରଳ ପଦାର୍ଥ ରହୁଥିବା କଣ୍ଟେନର ମଧ୍ୟ ବ୍ୟବହାର କରାଯିବନି। ସେହିଭଳି କୌଣସି ବ୍ୟକ୍ତି ଜାଣତରେ କିମ୍ବା ଅଜାଣତରେ ପ୍ଲାଷ୍ଟିକ ଏଣେ ତେଣେ ଫିଙ୍ଗିପାରିବେ ନାହିଁ।

ତେବେ ଦ୍ରବ୍ୟ ସଂରକ୍ଷଣ, ପରିବହନ, ପ୍ୟାକେଜିଂ ପାଇଁ ବ୍ୟବହୃତ ୫୦ ମାଇକ୍ରନ୍‌ଠୁ ଅଧିକ ମୋଟେଇ ଥିବା ପଲିଥିନ୍ ଓ କିମ୍ବା ବିକ୍ରି ପାଇଁ ଉଦ୍ଦିଷ୍ଟ ଖାଦ୍ୟ ଓ ପାନୀୟ ରହୁଥିବା ପ୍ଲାଷ୍ଟିକ୍ ବ୍ୟବହାର କରିବା ଉପରେ କଟକଣା ରହିବ ନାହିଁ। ସେହିଭଳି ନର୍ସରୀ, କୃଷି, ଉଦ୍ୟାନ କୃଷି ଲାଗି ବ୍ୟବହାର ହେଉଥିବା ପଲିଥିନ୍ ଓ ସ୍ୱାସ୍ଥ୍ୟକ୍ଷେତ୍ର, ବିଶେଷକରି ମେଡିସିନ୍, ରକ୍ତ ସଂରକ୍ଷଣ ବ୍ୟାଗ୍, ସିରିଞ୍ଜ୍ ଓ ଅନ୍ୟ ଡାକ୍ତରୀ ଉପକରଣ କ୍ଷେତ୍ରରେ କୌଣସି କଟକଣା ଲାଗିବନି।

ଏହି ଡ୍ରାଫ୍ଟ ରିପୋର୍ଟରେ ଆହୁରି ଅନେକ ନିୟମାବଳୀ ସମ୍ପର୍କରେ ଉଲ୍ଲେଖ ଥିବା ବେଳେ ଏଥିରେ କାହାରି ଆପତ୍ତି ଅଭିଯୋଗ ଥିଲେ କିମ୍ବା କେହି ପ୍ରଭାବିତ ହେବାକୁ ଥିଲେ ୧୫ ଦିନ ମଧ୍ୟରେ ଜଙ୍ଗଲ ଓ ପରିବେଶ ବିଭାଗକୁ ଜଣାଇବାକୁ କୁହାଯାଇଛି।

ଅକ୍ଟୋବର ୨ରୁ ଭୁବନେଶ୍ୱର, କଟକ, ରାଉରକେଲା ଓ ବ୍ରହ୍ମପୁର ଭଳି ମହାନଗର ନିଗମ ସମତେ ପର୍ଯ୍ୟଟନ ସହର ପୁରୀରେ ମଧ୍ୟ ପ୍ଲାଷ୍ଟିକ୍ ଓ ପଲିଥିନ୍ ବ୍ୟବହାର ସମ୍ପୂର୍ଣ୍ଣ ନିଷେଧ କରିବା ଲାଗି ଯାଉଛନ୍ତି।



from Odisha Reporter https://ift.tt/2wOGkX0

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages