
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜିକାଲିର ବ୍ୟସ୍ତବହୁଳ ଜୀବନଚର୍ଯ୍ୟାରେ ଚିନ୍ତା ଏମିତି ବଢ଼ିଯାଉଛି ଯେ, ମଣିଷ ନିଜ ଘରେ ମଧ୍ୟ ଶାନ୍ତିରେ ରହିପାରୁନାହିଁ। ତେବେ ଘରେ ଅଶାନ୍ତି ହେବା ପଛରେ କିଛି ନକାରାତ୍ମକ ଶକ୍ତିଙ୍କ ପ୍ରଭାବକୁ ବାସ୍ତୁଶାସ୍ତ୍ରରେ ଦାୟୀ କରାଯାଏ। ଯଦି ଆପଣଙ୍କ ଘରେ ଦୀର୍ଘ ଦିନ ଧରି ଅଶାନ୍ତି ଲାଗି ରହୁଛି, ତେବେ ବାସ୍ତୁଶାସ୍ତ୍ର ଅନୁସାରେ ଆପଣ ଘର ପରିସରରେ ଏପରି କିଛି ଗଛ ଲଗାନ୍ତୁ, ଯାହାଦ୍ୱାରା ଘରକୁ ପୁଣି ସୁଖ ଓ ସମୃଦ୍ଧି ଫେରି ଆସିବ।
ଏପରି କିଛି ଗଛ ଅଛନ୍ତି, ଯାହା ପ୍ରାକୃତିକ ସୌନ୍ଦର୍ଯ୍ୟ ଦେବା ସହ ଘର ଭିତରେ ସକାରାତ୍ମକ ଶକ୍ତିର ପ୍ରଭାବ ବୃଦ୍ଧିରେ ସହାୟକ ହୋଇଥା’ନ୍ତି। ଏପରକି ଘର ଭିତରକୁ ଶୁଦ୍ଧ ବାୟୁ ଚଳାଚଳ ଠାରୁ ଆରମ୍ଭ କରି ପରିବାର ଲୋକଙ୍କ ମଧ୍ୟରେ ଭଲ ସମ୍ପର୍କ ଏବଂ ଭଲ ନିଦ ହେବାରେ ମଧ୍ୟ ସାହାଯ୍ୟ କରନ୍ତି। ଏବେ ଆସନ୍ତୁ ଜାଣିବା, ଏହି ସବୁ ଉପକାର ପାଇଁ ଘରେ ଘରେ କେଉଁ ସବୁ ଗଛ ଲଗାଇବେ।
୧. ମଲ୍ଲୀ ଗଛ
ମଲ୍ଲୀ ଗଛର ଫୁଲର ବାସ୍ନା ଖୁବ୍ ଆକର୍ଷଣୀୟ। ମଲ୍ଲୀ ଗଛ ଘର ପାଇଁ ଶୁଭଦାୟକ ହୋଇଥାଏ। ମଲ୍ଲୀ ଗଛକୁ ଇରାନ୍ରେ ପବିତ୍ର ଗଛ ବୋଲି ବିଶ୍ୱାସ କରାଯାଇଥାଏ। ଇରାନ୍ ଲୋକଙ୍କ କହିବା ଅନୁସାରେ, ଏହାକୁ ଘରେ ଲଗାଇଲେ, ଘରକୁ ସକାରାତ୍ମକ ଶକ୍ତି ଆସିବା ସହିତ ପରିବାର ଲୋକଙ୍କ ଆତ୍ମବିଶ୍ୱାସ ବଢ଼ିଥାଏ। ଏହା ସହ ପରିବାର ସଦସ୍ୟଙ୍କ ମଧ୍ୟରେ ଭଲ ପାଇବା ବୃଦ୍ଧିରେ ଏହି ଗଛ ସାହାଯ୍ୟ କରେ।
୨.Rosemary plant
ଯଦି ଆପଣ ଘର ଭିତରେ ଶୁଦ୍ଧ ବାୟୁ ଚଳାଚଳ ପାଇଁ ଚାହୁଁଛନ୍ତି,ତେବେ Rosemary plant ଏଥିପାଇଁ ବହୁ ଉପକାରୀ। ଏହି ଗଛକୁ ଲଗାଇଲେ ପରିବାର ସଦସ୍ୟଙ୍କ ଥକାପଣ, ଦୁଃଖ ଓ ଚିନ୍ତା ଆଦି ଦୂର ହେବା ସହ ଘରକୁ ନକାରାତ୍ମକ ଶକ୍ତି ପ୍ରବେଶ କରି ପାରିନଥା’ନ୍ତି। Rosemary plantକୁ ଆୟୁର୍ବେଦ ଚିକିତ୍ସାରେ ମଧ୍ୟ ବ୍ୟବହାର କରଯାଇଥାଏ।
୩. Lily plant
Lily plant ଘରକୁ ସକାରାତ୍ମକ ଶକ୍ତିଙ୍କୁ ଆକର୍ଷଣ କରିଥାଏ। ଏହି ଗଛକୁ ଲଗାଇଲେ, ଆଧ୍ୟାତ୍ମିକ ଶାନ୍ତି ମିଳିବା ସହିତ ଘର ଭିତରେ ବ୍ୟକ୍ତିଗତ ସମ୍ପର୍କ ମଧ୍ୟ ଭଲ ରହିଥାଏ। ଯଦି ଆପଣ ଧର୍ମଭାବନା ଉପରେ ବିଶ୍ୱାସ ରଖୁଛନ୍ତି,ତେବେ Lily plant ଆପଣଙ୍କ ଚିତ୍ତକୁ ଶାନ୍ତ ରଖି ଆପଣଙ୍କୁ ଆଧ୍ୟାତ୍ମିକ ଦିଗ ଆଡ଼କୁ ଯିବାରେ ସାହାଯ୍ୟ କରେ। ଏହି ଗଛ ଘରେ ଲଗାଇଲେ, ସଦସ୍ୟମାନଙ୍କୁ ଭଲ ନିଦ ମଧ୍ୟ ହୁଏ।
୪.ଆଲୋଭେରା ଗଛ
ଆଲୋଭେରା ଚ୍ୱଚା ଏବଂ ସ୍ୱାସ୍ଥ୍ୟ ପାଇଁ ଉପକାରୀ ବୋଲି ଆପଣ ପୂର୍ବରୁ ଜାଣିଛନ୍ତି। ଏହାବ୍ୟତୀତ ଆଲୋଭେରା ଗଛ ଘରେ ଲଗାଇଲେ, ଏହା ଘର ଭିତରର ବାୟୁକୁ ଶୁଦ୍ଧ କରିଥାଏ। ଏହାର ସବୁଠାରୁ ଖାସ୍ ଗୁଣ ହେଉଛି, ଏହି ଗଛ ବଢ଼ିବା ପାଇଁ ସୂର୍ଯ୍ୟକିରଣର ଆବଶ୍ୟକତା ପଡ଼ି ନଥାଏ। ଘରେ ପଡ଼ୁଥିବା ସାମାନ୍ୟ ସୂର୍ଯ୍ୟକିରଣରେ ଏହି ଗଛ ବଢ଼ିଥାଏ।
୫. ତୁଳସୀ ଗଛ
ତୁଳସୀ ଗଛକୁ ଭାରତୀୟ ସସ୍କୃତିରେ ପୂଜା କରାଯାଇଥାଏ। ଆୟୁର୍ବେଦ ଅନୁସାରେ, ତୁଳସୀ ଗଛ, ଏହାର ପତ୍ର, ମଞ୍ଜି ଓ ଚେରରେ ପ୍ରଚୂର ଔଷଧୀୟ ଗୁଣ ରହିଛି। ତୁଳସୀ ଗଛ ଘରେ ଲଗାଇଲେ ଅମ୍ଳଜାନର ସ୍ତର ଠିକ୍ ରହିବା ସହ ଘରେ ସୁଖ ସମୃଦ୍ଧି ବିରାଜମାନ କରିଥାଏ।
୬. ଗୋଲାପ ଗଛ
ଗୋଲାପ ଫୁଲକୁ ସାରା ଦୁନିଆରେ ପ୍ରେମର ପ୍ରତୀକ ବୋଲି କୁହାଯାଏ। କାରଣ, ଏହାର ସୁନ୍ଦରତା ସହ ଗୁଣ। ଗୋଲାପ ଫୁଲ ଘର ଭିତରର ବାୟୁକୁ ଶୁଦ୍ଧ କରିଥାଏ। ଏହି ଗଛକୁ ଘରେ ଲଗାଇଲେ ଆପଣଙ୍କ ଲଭ୍ ଲାଇଫ୍ରେ ଥିବା ସମସ୍ୟା ଦୂର ହୋଇଥାଏ।
from Odisha Reporter https://ift.tt/2xPJ7in
No comments:
Post a Comment