୨୯ ତାରିଖରୁ ଧୀରେଧୀରେ ଅପସରି ଯିବ ମୌସୁମୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, September 26, 2018

୨୯ ତାରିଖରୁ ଧୀରେଧୀରେ ଅପସରି ଯିବ ମୌସୁମୀ

ନୂଆଦିଲ୍ଲୀ: ନିର୍ଦ୍ଧାରିତ ତାରିଖ ପୂର୍ବରୁ ଭାରତରେ ପ୍ରବେଶ କରିଥିବା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟର ଫେରିବା ସମୟ ଆସିଯାଇଛି। ଆସନ୍ତା ୨୯ ତାରିଖ ଶନିବାରଠାରୁ ଦକ୍ଷିଣ ପଶ୍ଚିମ ବାୟୁ ଧୀରେଧୀରେ ଉତ୍ତର ପଶ୍ଚିମ ଭାରତରୁ ବିଦାୟ ନେବ। ଏହାପରେ ପର୍ଯ୍ୟାୟକ୍ରମେ ସମଗ୍ର ଭାରତରୁ ମୌସୁମୀ ଅପସରି ଯିବ। ସାଧାରଣତଃ ସେପ୍ଟେମ୍ବର ୧ରୁ ମୌସୁମୀର ବିଦାୟ ପର୍ବ ଆରମ୍ଭ ହୁଏ। କିନ୍ତୁ ଏଥର ଶୀଘ୍ର ଆସିଥିବା ମୌସୁମୀ ବିଳମ୍ବରେ ବିଦାୟ ନେବାକୁ ଯାଉଛି।

ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଏବେ ମୌସୁମୀ ଫେରିଯିବା ପାଇଁ ଦେଶରେ ଉପଯୁକ୍ତ ପରିବେଶ ସୃଷ୍ଟି ହୋଇଛି। ତେଣୁ ୨୯ ତାରିଖରୁ ମୌସୁମୀ ବିଦାୟ ନେବା ଆରମ୍ଭ କରିବ। ଏବେ ପଶ୍ଚିମ ରାଜସ୍ଥାନରେ ଶୁଖିଲା ପାଗ ରହିଥିବା ବେଳେ ବାୟୁମଣ୍ଡଳରେ ମୌସୁମୀ ପ୍ରବାହ ପାଇଁ ଆବଶ୍ୟକ ଆର୍ଦତା  ମଧ୍ୟ ହ୍ରାସ ପାଇବାରେ ଲାଗିଛି। ୨୭ ସେପ୍ଟେମ୍ବରଠାରୁ ଏଭଳି ପାଗ ସୃଷ୍ଟି ହୋଇଥିବାରୁ ୨୯ ତାରିଖରୁ ରାଜସ୍ଥାନର ପୂର୍ବ-ପଶ୍ଚିମ ଭାଗରୁ ମୌସୁମୀ ଲେଉଟିବା ଆରମ୍ଭ କରିବ।

ଗତ କିଛି ସପ୍ତାହ ହେଲା ଉତ୍ତର ଓ କେନ୍ଦ୍ରୀୟ ଭାରତରେ ଯେଉଁଭଳି ବର୍ଷା ହେଉଛି, ଏଥିରୁ ସ୍ପଷ୍ଟ ଅନୁମେୟ ଯେ ମୌସୁମୀ ଶେଷ ପର୍ଯ୍ୟାୟରେ ପହଞ୍ଚି ଯାଇଛି। କାରଣ ମୌସୁମୀ ଶେଷ ଭାଗରେ ଯେଉଁଭଳି ବର୍ଷିଥାଏ, ଠିକ୍‌ ଅନୁରୂପ ବର୍ଷା ଉପରୋକ୍ତ ଅଞ୍ଚଳଗୁଡ଼ିକରେ ହେଉଛି।

ଚଳିତ ବର୍ଷ ସମଗ୍ର ଦେଶରେ ମୌସୁମୀ ସ୍ୱାଭାବିକଠାରୁ ୯% କମ୍‌ ବର୍ଷିଛି। ତେବେ ପୂର୍ବ ଓ ଉତ୍ତରପୂର୍ବ ଅଞ୍ଚଳରେ ମୌସୁମୀ ଏଯାବତ୍‌ ୨୪% କମ୍‌ ବର୍ଷିଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଚଳିତଚ ବର୍ଷ ମୌସୁମୀ ସ୍ୱାଭାବିକ ଠାରୁ ଅଧିକ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଥିଲା।



from Odisha Reporter https://ift.tt/2NHBPIf

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages