ପୁଣେରେ ଭାରତ ସମେତ ୫ ବିମ୍‌ଷ୍ଟେକ୍‌ ରାଷ୍ଟ୍ରଙ୍କ ମିଳିତ ସମରାଭ୍ୟାସ: ୩ ସେନାର ଶକ୍ତି ପ୍ରଦର୍ଶନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, September 16, 2018

ପୁଣେରେ ଭାରତ ସମେତ ୫ ବିମ୍‌ଷ୍ଟେକ୍‌ ରାଷ୍ଟ୍ରଙ୍କ ମିଳିତ ସମରାଭ୍ୟାସ: ୩ ସେନାର ଶକ୍ତି ପ୍ରଦର୍ଶନ

ପୁଣେ: ଜଳ,ସ୍ଥଳ ଓ ଆକାଶ । ସମସ୍ତ ତିନି ମାର୍ଗରୁ ଚାଲିଥିଲା ଘନ ଘନ ଆକ୍ରମଣ। ଶତ୍ରୁ ପକ୍ଷଙ୍କୁ ମାତ୍ ଦେବା ପାଇଁ ପୂର୍ବ ପ୍ରସ୍ତୁତି ରଣନୀତି ଅନୁଯାୟୀ ହୋଇ ଥିଲା ହମ୍‌ଲା। ତେବେ ଏହା କୌଣସି ଯୁଦ୍ଧର ଦୃଶ୍ୟ ନ ଥିଲା ବରଂ ପୁଣେ ଔନ୍ଧରେ ଭାରତୀୟ ସେନା ବେସ୍‌ରେ ଚାଲିଥିଲା ମିଳିତ ସମରାଭ୍ୟାସ।

ବେ ଅଫ୍ ବେଙ୍ଗଲ ଇନିସିଏଟିଭ୍ ଫର ମଲ୍‌ଟି ସେକ୍ଟରାଲ୍‌ ଟେକ୍ନିକାଲ ଆଣ୍ଡ ଇକୋନୋମିକ୍ କୋଅପରେସନ୍ ବା ବିମ୍‌ଷ୍ଟେକ ରାଷ୍ଟ୍ରଙ୍କର  ମିଳିତ ସମରାଭ୍ୟାସ ହୋଇଥିଲା। ଖାସ୍ କରି ସହରାଞ୍ଚଳରେ ଆତଙ୍କବାଦୀ ଆକ୍ରମଣ ହେଲେ ଏହାର କିପରି ମୁକାବିଲା କରାଯାଇପାରିବ ସେନେଇ ନମୁନା ପ୍ରଦର୍ଶନ କରାଯାଇ ଥିଲା। ପୁଣେର ଔନ୍ଧ ମିଲିଟାରୀ ବେସ୍‌ରେ ଏକାଠି ହୋଇଥିଲେ ବିମଷ୍ଟେକ୍ ଗୋଷ୍ଠୀର ୫ ସଦସ୍ୟ ରାଷ୍ଟ୍ର।

ବଙ୍ଗୋପସାଗର ଉପରେ ନିର୍ଭର କରୁଥିବା ଭାରତ, ବାଂଲାଦେଶ, ଭୁଟାନ, ମ୍ୟାନ୍‌ମାର, ଶ୍ରୀଲଙ୍କା ମିଳିତ ଶକ୍ତି ପ୍ରଦର୍ଶନ କରିଛନ୍ତି। ତେବେ ଗୋଷ୍ଠୀର ଅନ୍ୟ ଦୁଇ ଦେଶ ନେପାଳ ଓ ଥାଇଲାଣ୍ଡ ସମରାଭ୍ୟାସରେ ଭାଗ ନେଇ ନଥିଲେ ମଧ୍ୟ ନିଜ ନିଜ ପର୍ଯ୍ୟବେକ୍ଷକଙ୍କ ଜରିଆରେ ତଥ୍ୟ ସଂଗ୍ରହ କରିଛନ୍ତି।  ଆତଙ୍କବାଦୀ ଆକ୍ରମଣ ବେଳେ କିପରି ସୂଚନା ଆଦାନପ୍ରଦାନ କରାଯାଇପାରିବ ତାହା ସମରାଭ୍ୟାସରେ ରିହର୍‌ସଲ ହୋଇଛି ।

ସେପ୍ଟେମ୍ବର ୧୦ରୁ ଆରମ୍ଭ ହୋଇଥିବା ବିମ୍‌ଷ୍ଟେକ୍‌ ସମରାଭ୍ୟାସ ୭ ଦିନ ଚାଲିବ। ଦକ୍ଷିଣ ପୂର୍ବ ଏସିଆରେ ଚୀନର ଦାଦାଗିରି ଓ ବଡ଼ ଭାଇପଣିଆକୁ ପ୍ରତିହତ କରିବା ଦିଗରେ ମିଳିତ ସମରାଭ୍ୟାସକୁ ଏକ ପଦକ୍ଷେପ ଭାବେ ବିବେଚନା କରାଯାଉଛି।



from Odisha Reporter https://ift.tt/2xilq2M

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages