କନଷ୍ଟେବଳ ପରୀକ୍ଷାରେ ହାଇଟେକ୍ କପି କରି ୪୨ ଗିରଫ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, September 25, 2018

କନଷ୍ଟେବଳ ପରୀକ୍ଷାରେ ହାଇଟେକ୍ କପି କରି ୪୨ ଗିରଫ

wb_police

କୋଲକତା: ପଶ୍ଚିମବଙ୍ଗରେ ପୁଲିସ୍‌ କନଷ୍ଟେବଳ ପଦ ପାଇଁ ହୋଇଥିବା ପରୀକ୍ଷାରେ ଆଧୁନିକ ଉପକରଣ ମାଧ୍ୟମରେ କପି କରୁଥିବା ୪୨ ଜଣ ପରୀକ୍ଷାର୍ଥୀଙ୍କୁ ସିଆଇଡି ଗିରଫ କରିଛି। ଏଥିସହ ପୁଲିସ୍‌ କିଛି ପରୀକ୍ଷାର୍ଥୀଙ୍କ ନିକଟରୁ ଇମ୍ପ୍ରୋଭାଇଜଡ୍ ୱାୟରଲେସ୍‌ ଡିଭାଇସ୍‌ ଜବତ କରିଛି। ଏହି ଡିଭାଇସ୍‌ ସାହାଯ୍ୟରେ ସେମାନେ କପି କରୁଥିଲେ।

ସିଆଇଡିର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି,“ କନଷ୍ଟେବଳ ପରୀକ୍ଷାରେ କପି ହେଉଥିବା ନେଇ ଗୁଇନ୍ଦା ସଂସ୍ଥାରୁ ସୂଚନା ମିଳିଥିଲା। ଗତ ରବିବାର ହୋଇଥିବା ପରୀକ୍ଷାରେ କିଛି ପରୀକ୍ଷାର୍ଥୀ କପି କରିବା ପାଇଁ ଇମ୍ପ୍ରୋଭାଇଜଡ୍ ୱାୟରଲେସ୍‌ ଡିଭାଇସ୍‌ ବ୍ୟବହାର କରିଥିବା ସୂଚନା ପାଇବା ପରେ ପରୀକ୍ଷା କେନ୍ଦ୍ରରେ ଚଢ଼ଉ କରାଯାଇଥିଲା। ଚଢ଼ଉ ସମୟରେ ପରୀକ୍ଷାର୍ଥୀଙ୍କ ନିକଟରୁ କ୍ରେଡିଟ୍‌ କାର୍ଡ ପରି ଆକାରର ଉପକରଣ ଓ ୱାୟରଲେସ୍‌ ହେଡ୍‌ଫୋନ୍‌ ଜବତ କରାଯାଇଛି।”

ଡିଆଇଜି ପରୱେଜ କହିଛନ୍ତି, “କିଛି ପରୀକ୍ଷାର୍ଥୀ ଡିଭାଇସ୍‌କୁ ଜୋତାରେ ଲୁଚାଇ ରଖିଥିଲେ। ଏହା ମୋବାଇଲ୍‌ ଫୋନ୍‌ରୁ ୱାୟରଲେସ୍‌ ଜରିଆରେ କନେକଟ୍ ହୋଇ ରହିଥିଲା। ସେମାନଙ୍କ ମୋବାଇଲ୍ ଫୋନ୍ ବାହାରୁ ସଞ୍ଚାଳିତ କରାଯାଉଥିଲା। ଆଉ ସେମାନଙ୍କୁ ଆବଶ୍ୟକ ସୂଚନା ଯୋଗାଇ ଦିଆଯାଉଥିଲା।”

ସେହିପରି ସିଆଇଡିର ଉପ ନିରୀକ୍ଷକ ନିଶାଦ ପରୱେଜ କହିଛନ୍ତି,“ଏହି ମାମଲାରେ ଏକ ଗ୍ୟାଙ୍ଗ୍‌ କାମ କରୁଥାଇ ପାରେ। ଏଥିରେ ସଂଶ୍ଳିଷ୍ଟ ଥିବା ଲୋକଙ୍କୁ ଗିରଫ କରିବାକୁ ସିଆଇଡି ଚେଷ୍ଟା କରୁଛି। ସେମାନଙ୍କୁ ଶୀଘ୍ର ଗିରଫ କରାଯିବ।”

 



from Odisha Reporter https://ift.tt/2IdUq97

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages