ରାସ୍ତାରେ ପୋଷ୍ଟମର୍ଟମ୍ କଲେ ଡାକ୍ତର, ଅଧିକାରୀ ଦେଲେ ଏଭଳି ସଫେଇ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, September 28, 2018

ରାସ୍ତାରେ ପୋଷ୍ଟମର୍ଟମ୍ କଲେ ଡାକ୍ତର, ଅଧିକାରୀ ଦେଲେ ଏଭଳି ସଫେଇ

ବାର୍‌ମେର୍‌:ପୋଷ୍ଟମର୍ଟମ୍ ସାଧାରଣତଃ ଗୋପନୀୟ ଏବଂ ସମ୍ବେଦନଶୀଳ ପ୍ରକ୍ରିୟା ହୋଇଥିବାରୁ ଏହାକୁ ବନ୍ଦଗୃହ ମଧ୍ୟରେ କରାଯାଇଥାଏ। କିନ୍ତୁ ଏସବୁକୁ ଖାତିର ନକରି ଶବଗୃହ ନଥିଲା ବୋଲି ଦର୍ଶାଇ ଜଣେ ଡାକ୍ତର ରାସ୍ତା କଡ଼ରେ ପୋଷ୍ଟମର୍ଟମ୍ କରିଥ‍ବା ଖବର ବର୍ତ୍ତମାନ ଚର୍ଚ୍ଚାକୁ ଆସିଛି।

ଏହିଭଳି ଘଟଣା ଘଟିଛି ରାଜସ୍ଥାନର ବାର୍‌ମେର୍‌ ଜିଲ୍ଲାର ଏକ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ। ଏକ ଦୁର୍ଘଟଣାରେ ପ୍ରାଣ ହରାଇଥ‍ବା ଦୁଇ ଜଣ ବ୍ୟକ୍ତିଙ୍କ ପୋଷ୍ଟମର୍ଟମ ଘଟଣାସ୍ଥଳ ନିକଟରେ ରାସ୍ତାକଡ଼ରେ ହିଁ କରାଯାଇଥିବା ଜଣାଯାଇଛି। ଏହି ଘଟଣା ବାବଦରେ ସଫେଇ ଦେଇ ସ୍ୱାସ୍ଥ୍ୟ ଅଧିକାରୀ କିନ୍ତୁ କହିଛନ୍ତି, ମାନବିକତା ଦୃଷ୍ଟିକୋଣରୁ ଏପରି କରାଯାଇଛି। ଆଖପାଖ ୧୦୦ କିଲୋମିଟର ମଧ୍ୟରେ ଶବଗୃହ ବା ’ମର୍ଚୁଆରୀ’ ନଥିବାରୁ ପୁଲିସ୍ ଏବଂ ପରିବାର ପକ୍ଷରୁ ଶବ ହସ୍ତାନ୍ତର ପାଇଁ ଅନୁରୋଧ କରାଯିବାରୁ ବାଧ୍ୟ ହୋଇ ଏପରି କରିବାକୁ ପଡ଼ିଲା ବୋଲି ସେ କହିଛନ୍ତି।

ପୁଲିସ୍ ସୂଚନା ଅନୁଯାୟୀ, ମାୟା କନ୍‌ୱାର ନାମକ ଜଣେ ମହିଳା ଛାତରେ ଲୁଗା ଶୁଖାଉଥ‍ବାବେଳେ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସିଥିଲେ। ତାଙ୍କ ଚିତ୍କାର ଶୁଣି ତାଙ୍କୁ ଉଦ୍ଧାର କରିବା ଆସିଥିବା ତାଙ୍କ ଶ୍ୱଶୁର ଓ ଶାଶୁ ମଧ୍ୟ ଏହା ଦ୍ୱାରା ଆଘାତ ପାଇଥିଲେ। ଶ୍ବଶୁର ଗୁରୁତର ଆହତ ହୋଇଥିବାବେଳେ ଉଭୟ କନ୍‌ୱାର ଏବଂ ତାଙ୍କ ଶାଶୁ ଏଥିରେ ପ୍ରାଣ ହରାଇଛନ୍ତି।



from Odisha Reporter https://ift.tt/2NKbnxT

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages