୪,୪୯୯ ଟଙ୍କାର EMIରେ କିଣିପାରିବେ iPhone XS - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, September 26, 2018

୪,୪୯୯ ଟଙ୍କାର EMIରେ କିଣିପାରିବେ iPhone XS

ନୂଆଦିଲ୍ଲୀ: ଆମେରିକାନ୍ କମ୍ପାନୀ ଆପଲ୍‌ ଏହାର ନୂଆ ଆଇଫୋନ୍, iPhone XS ଲଞ୍ଚ୍‌ କରିଛି ଏବଂ ଏହାର ବିକ୍ରି ଭାରତୀୟ ବଜାରରେ ଆରମ୍ଭ ହେବାକୁ ଯାଉଛି। ଭାରତରେ ଆପଲ୍‌ର ଡିଷ୍ଟ୍ରିବ୍ୟୁଟର୍‌ ଇଣ୍ଡିଆ-ଆଇ ଷ୍ଟୋର୍‌ ଏହି ନୂଆ ଆଇଫୋନ୍‌ର ପ୍ରି-ବୁକିଂ ପେଜ୍‌ ଲାଇଭ୍ କରିଛି। ଏହି ଷ୍ଟୋର୍‌ରୁ ୟୁଜର୍‌ EMIରେ ଆଇଫୋନ୍ କିଣିପାରିବେ।

ଇଣ୍ଡିଆ-ଆଇ ଷ୍ଟୋର୍ ଅନୁଯାୟୀ, iPhone XSକୁ ମାସିକ ୪,୪୯୯ ଟଙ୍କା ଦେୟରେ ୟୁଜର୍‌ କିଣି ପାରିବେ। ଏଥିପାଇଁ ଏକ ବର୍ଷର EMI ବ୍ୟବସ୍ଥା ରହିଛି। ଏଥିରେ EMI କାଲ୍‌କୁଲେଟର୍‌ ଦିଆଯାଇଛି, ଯେଉଁଥିରେ ଆପଣ iPhone XS, XS Maxର ସମସ୍ତ ଭ୍ୟାରିୟାଣ୍ଟର ଦାମ୍‌ ହିସାବରେ ଆପଣଙ୍କୁ କେତେ EMI ଦେବାକୁ ହେବ, ତାହା ମଧ୍ୟ ଜାଣିପାରିବେ। ଭାରତରେ ଏହାର ବିକ୍ରି ୨୮ ସେପ୍ଟେମ୍ବରରୁ ଆରମ୍ଭ ହେଉଛି। କମ୍ପାନୀର ନୂଆ ଫୋନ୍‌ iPhone Xr ଆସନ୍ତା ମାସ ଭାରତୀୟ ବଜାରକୁ ଆସିବ।

iPhone XS (64GB) ଇନ୍‌ଷ୍ଟାଣ୍ଟ ଚାର୍ଜ ସହ କିଣିବା ପାଇଁ ୧ଲକ୍ଷ ୭ହଜାର ୯୭୬ ଟଙ୍କା ଦେବାକୁ ପଡ଼ିବ। ଏହାର ପ୍ରକୃତ ମୁଲ୍ୟ, ୯୯ହଜାର ୯୯୦ଟଙ୍କା। ଯଦି ଆପଣ ଏହି ଫୋନ୍‌କୁ ଇଏମ୍‌ଆଇରେ କିଣିବାକୁ ଚାହୁଁଛନ୍ତି, ତେବେ ଆପଣଙ୍କୁ ୨ବର୍ଷ ଯାଏ ମାସକୁ ମାତ୍ର ୪ହଜାର ୪୯୯ ଟଙ୍କା ଦେବାକୁ ହେବ।

iPhone XS (128GB)କୁ କିଣିବା ପାଇଁ ଆପଣଙ୍କୁ ୨ ବର୍ଷ ଯାଏ ୫ହଜାର ୧୭୫ ଟଙ୍କା ଦେବାକୁ ପଡ଼ିବ। ଏହି ଆଇଫୋନ୍‌ର ପ୍ରକୃତ ମୂଲ୍ୟ ହେଉଛି ୧ଲକ୍ଷ ୧୪ ହଜାର ୯୯୦ଟଙ୍କା। ଏଥିରେ ଇଣ୍ଟ୍‌ରେଷ୍ଟ୍‌ ଯୋଡ଼ିଲେ ଏଥିପାଇଁ ଆପଣଙ୍କୁ ସମୁଦାୟ ଦେବାକୁ ପଡ଼ିବ ୧ଲକ୍ଷ ୨୪ ହଜାର ୨୦୦ ଟଙ୍କା।

iPhone XS (512GB) କିଣିବା ପାଇଁ ଆପଣଙ୍କୁ ୨ ବର୍ଷ ଯାଏ ୬ହଜାର ୭୬ ଟଙ୍କା ଦେବାକୁ ହେବ। ଏହାର ପ୍ରକୃତ ମୂଲ୍ୟ ୧ଲକ୍ଷ ୩୪ ହଜାର ୯୦୦ ଟଙ୍କା। EMIରେ ଏହି ଫୋନ୍‌ କିଣିଲେ, ଏଥିପାଇଁ ଆପଣଙ୍କୁ ସମୁଦାୟ ୧ଲକ୍ଷ ୪୫ ହଜାର ଟଙ୍କା ଦେବାକୁ ପଡ଼ିବ।



from Odisha Reporter https://ift.tt/2xG9N6d

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages