ଭାରତରେ ଲଞ୍ଚ୍‌ ହେଲା ୩ଟି ରିୟର କ୍ୟାମେରା ଥିବା Galaxy A7   - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, September 25, 2018

ଭାରତରେ ଲଞ୍ଚ୍‌ ହେଲା ୩ଟି ରିୟର କ୍ୟାମେରା ଥିବା Galaxy A7  

ନୂଆଦିଲ୍ଲୀ: ଟେକ୍ନୋଲୋଜିର ଜାଏଣ୍ଟ କୁହାଯାଉ ଥିବା ସାମସଙ୍ଗ୍‌ ପକ୍ଷରୁ ଭାରତରେ Galaxy A7 ଲଞ୍ଚ୍‌ କରାଯାଇଛି।  ଏହା ହେଉଛି ପ୍ରଥମ ସ୍ମାର୍ଟ ଫୋନ୍‌ କମ୍ପାନୀ ଯେଉଁଥିରେ ୩ଟି ରିଅର କ୍ୟାମେରା ରହୁଛି। ଏହାର ଦର 23,990 ଟଙ୍କାରୁ ଆରମ୍ଭ ହେଉଛି। ଏହି ମଡେଲ ବିଭିନ୍ନ ଭ୍ୟାରିଆଣ୍ଟର ଆସୁଛି।

୪ଜିବି ରାମ୍‌ ଥିବା ଫୋନ୍‌ରେ ୬୪ ଜିବି ଇଣ୍ଟରନାଲ ମେମୋରୀ ଏବଂ ୬ ଜିବି ରାମ୍‌ ଥିବା ଫୋନ୍‌ରେ ୧୨୮ ଜିବି ଇଣ୍ଟରନାଲ ମେମୋରୀ ରହିଛି। ତେବେ ଏହି ଭ୍ୟାରିଆଣ୍ଟ ଫୋନ୍‌ର ମୂଲ୍ୟ 28,990 ଟଙ୍କାରୁ ଆରମ୍ଭ ହେଉଛି। ଏହି ସ୍ମାର୍ଟ ଫୋନ୍‌କୁ ଫ୍ଲିପ୍‌କାର୍ଟ, ସାମ୍‌ସଙ୍ଗ୍‌ ଅନ୍‌ଲାଇନ୍‌ ମାଧ୍ୟମରେ ଆବେଦନ କରାଯାଇ ପାରିବ।

ତେବେ  ଖୁବ୍‌ ଶୀଘ୍ର ଏହା ଅଫ୍‌ଲାଇନ୍‌ ଅର୍ଥାତ୍‌ ରିଟେଲ ଷ୍ଟୋର୍‌ରେ ଉପଲବ୍ଧ ହେବ। Galaxy A7 ଫୋନ୍‌ ୬ ଇଞ୍ଚର ଆସୁଥିବା ବେଳେ ଏହା ସମ୍ପୂର୍ଣ୍ଣ ଏଚ୍‌ଡି ପ୍ଲସ୍‌ ରହିଛି। ଏହି ସ୍ମାର୍ଟ ଫୋନ୍‌ରେ Octart Exynos 7885 ପ୍ରସେସର ରହିଛି। ଏଥିରେ ଗରିଲା ଗ୍ଲାସ ୩ ରହିଛି। ଆଣ୍ଡ୍ରଏଡ୍‌ 8.0 ମଡେଲରେ ଆସୁଥିବା ଏହି ଫୋନ୍‌ରେ ଅନେକ ଆକର୍ଷଣୀୟ ଫିଚର ରହିଛି।

ଏଥିରେ ୩ଟି କ୍ୟାମେରା ରହିଛି। ସେଥିମଧ୍ୟରୁ ୨୪ ମେଗାପିକ୍ସେଲ ଥିବା କ୍ୟାମେରାରେ f / 1.7 f / 1.7 ଏବଂ ୮ ମେଗାପିକ୍ସେଲ ଥିବା କ୍ୟାମେରାରେ f / 1.7 ଏବଂ ୫ ମେଗାପିକ୍ସେଲ ଥିବା କ୍ୟାମେରାରେ f / 2.4 aperture ରହିଛି। Galaxy A7 ମୋବାଇଲ୍‌ରେ 3,300 mAh କ୍ଷମତାର ବ୍ୟାଟେରୀ, ୱାଇଫାଇ, ୫.୦ର ବ୍ଲୁଟୁଥ୍‌, ଜିପିଏସ୍‌, ହେଡ୍‌ ଫୋନ୍‌ ଜାକ୍‌ ସହ USB Type C ସୁବିଧା ରହିଛି।



from Odisha Reporter https://ift.tt/2pBrzD4

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages