ଏବେ ଫେସ୍‌ବୁକ୍‌ ଖୋଜିବ ଜୀବନ ସାଥୀ, ଲଞ୍ଚ୍‌ ହେଲା ‘Facebook Dating’ ଆପ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, September 25, 2018

ଏବେ ଫେସ୍‌ବୁକ୍‌ ଖୋଜିବ ଜୀବନ ସାଥୀ, ଲଞ୍ଚ୍‌ ହେଲା ‘Facebook Dating’ ଆପ୍

ନୂଆଦିଲ୍ଲୀ: ଏଣିକି ଫେସ୍‌ବୁକ୍‌ ଆପଣଙ୍କ ପାଇଁ କେବଳ ବନ୍ଧୁ ନୁହେଁ ବରଂ ଜୀବନ ସାଥୀ ମଧ୍ୟ ଖୋଜିଦେବ। ଦୁନିଆର ସବୁଠୁ ବଡ଼ ସୋଶାଲ୍‌ ନେଟ୍‌ୱର୍କିଂ ସାଇଟ୍ ଫେସ୍‌ବୁକ୍‌, ଏବେ ନିଜର ଡେଟିଂ ଆପ୍‌ ‘Facebook Dating’କୁ ଲଞ୍ଚ୍ କରିଛି।

ଚଳିତ ବର୍ଷ ଏହି ‘ଡେଟିଂ ଆପ୍‌’ ଲଞ୍ଚ୍‌ କରିବାକୁ ଫେସ୍‌ବୁକ୍‌ ପୂର୍ବରୁ ଘୋଷଣା କରିଥିଲା। ଏବେ ଏହି ଆପ୍‌ର ଟେଷ୍ଟିଂ ଆରମ୍ଭ ହୋଇଯାଇଛି।
ଏବେ ଆସନ୍ତୁ ଜାଣିବା, Facebook Dating ଆପ୍‌ର କିଛି ବିଶେଷତ୍ୱ।

Facebook Datingକୁ କିଏ ବ୍ୟବହାର କରିପାରିବେ?

Facebook Dating ଆପ୍‌ର ଟେଷ୍ଟିଂ କଲମ୍ବିଆରେ ଆରମ୍ଭ ହୋଇସାରିଛି। ଫେସ୍‌ବୁକ୍‌ର ଏହି ସେବା ୧୮ ବର୍ଷରୁ ଅଧିକ ବର୍ଗର ୟୁଜର୍‌ ବ୍ୟବହାର କରିପାରିବେ। ତେବେ ବର୍ତ୍ତମାନ ଏହାକୁ କେବେଳ ସ୍ମାର୍ଟ ଫୋନ୍‌ରେ ହିଁ ବ୍ୟବହାର କରାଯାଇ ପାରିବ। କାରଣ ଏହାର ଡେସ୍କଟପ୍‌ ଭର୍ସନ୍‌ ଆରମ୍ଭ ହୋଇନାହିଁ। ତେବେ ସବୁଠୁ ଭଲ କଥା ହେଉଛି, ଏହାକୁ ବ୍ୟବହାର କରିବା ପାଇଁ ୟୁଜର୍‌ଙ୍କୁ କୌଣସି ପ୍ରକାରର ଶୁଳ୍କ ଦେବାକୁ ପଡ଼ିବ ନାହିଁ।

ଫେସ୍‌ବୁକ୍‌ରୁ ଅଲଗା ହେବ Facebook Dating ଆପ୍‌

ଫେସ୍‌ବୁକ୍‌ ଡେଟିଂ ଆପ୍‌ ଆପଣଙ୍କ ଫେସ୍‌ବୁକ୍‌ ପ୍ରୋଫାଇଲ୍‌ରୁ ଅଲଗା ହେବ। ଫେସ୍‌ବୁକ୍‌ର ଡେଟିଂ ସେବା ବ୍ୟବହାର କରିବା ଲାଗି ୟୁଜରଙ୍କୁ ଏକ ବିକଳ୍ପ ମିଳିବ। ଏଥିରେ ୟୁଜରଙ୍କ ପ୍ରାଇଭେସି ପ୍ରତି ସ୍ୱତନ୍ତ୍ର  ଧ୍ୟାନ ଦିଆଯାଇଛି। ଏହି ସେବା ପାଇଁ ଫେସ୍‌ବୁକ୍‌ ଆପଣଙ୍କ ପ୍ରୋଫାଇଲ୍‌ରୁ କେବଳ ଆପଣଙ୍କ ନାଁ’ ଓ ବୟସକୁ ହିଁ ବ୍ୟବହାର କରିବ। ଅର୍ଥାତ୍‌ କେହି ଜାଣିପାରିବେ ନାହିଁ ଯେ ଆପଣ ଡେଟିଂ ଆପ୍‌ ବ୍ୟବହାର କରୁଛନ୍ତି।

କେମିତି କରିବେ ଆରମ୍ଭ ?

ପ୍ରଥମେ Facebook Dating ବିକଳ୍ପକୁ ବାଛିବା ପରେ ଏହା ଆପଣଙ୍କୁ ଏକ ନୂଆ ଡେଟିଂ ପ୍ରୋଫାଇଲ୍‌ ସେଟ୍‌ କରିବାକୁ କହିବ। ଏଥିପାଇଁ ଆପଣଙ୍କୁ ନିଜ ବିଷୟରେ ଅଳ୍ପ କିଛି ସୂଚନା, ପ୍ରୋଫାଇଲ୍‌ ପିକ୍ଚର୍‌ ଓ କିଛି ପ୍ରଶ୍ନର ଉତ୍ତର ଦେବାକୁ ହେବ। ଏହି ସମସ୍ତ ସୂଚନା ଆପଣଙ୍କ ଫେସ୍‌ବୁକ୍‌ ପ୍ରୋଫାଇଲ୍‌ରୁ ସମ୍ପୂର୍ଣ ଅଲଗା ହେବ।

Facebook Dating ଆପ୍‌ ପାଇଁ ହେବ ଲୋକେଶନ୍‌ ଭେରିଫାଏ

Facebook Dating ଆପ୍‌ ବ୍ୟବହାର କରିବା ପାଇଁ ଆପଣଙ୍କୁ ନିଜ ଲୋକେଶନ୍‌ ଭେରିଫାଏ କରିବାକୁ ପଡ଼ିବ। ଏହାଦ୍ୱାରା ଆପଣ ୧୦୦ କିଲୋମିଟର ଭିତରେ ନିଜ ଲଭ୍‌ ପାର୍ଟନରଙ୍କୁ ଖୋଜି ପାରିବେ।

ଅନ୍ୟ ଡେଟିଂ ଆପ୍‌ରୁ କିପରି ଭିନ୍ନ?

Facebook Dating ଆପ୍‌ରେ ଆପଣ ନିଜ ପସନ୍ଦ ମୁତାବକ ପାର୍ଟନର ବାଛିପାରିବେ। ଏହା ବ୍ୟତୀତ କୌଣସି ବି ପାର୍ଟନରଙ୍କୁ ବାଛିବା ପୂର୍ବରୁ ଆପଣ ତାଙ୍କ ସହ ଚ୍ୟାଟ୍‌ ମଧ୍ୟ କରପାରିବେ।



from Odisha Reporter https://ift.tt/2O8Nm2O

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages