ଏମିତି ଜଳିଗଲା ସାମସଙ୍ଗ୍‌ର Galaxy note 9 - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, September 17, 2018

ଏମିତି ଜଳିଗଲା ସାମସଙ୍ଗ୍‌ର Galaxy note 9

ନୂଆଦିଲ୍ଲୀ:ଲିଫ୍ଟରେ ଅଘଟଣ। ଜଳିଗଲା ମୋବାଇଲ୍‌। ଲଙ୍ଗ୍‌ ଆଇସ୍‌ଲ୍ୟାଣ୍ଡର ଡାଏନି ଚୁଙ୍ଗ୍‌ ନାମ୍ନୀ ଜଣେ ମହିଳାଙ୍କ ପର୍ସରେ ସାମସଙ୍ଗର Galaxy note 9 ସ୍ମାର୍ଟ୍‌ ଫୋନ୍‌ ଥିବା ବେଳେ ହଠାତ୍ ବିସ୍ଫୋରଣ ହୋଇ ଜଳିଯାଇଥିବା ଅଭିଯୋଗ ହୋଇଛି। ଏହି ଫୋନ୍‌ଟି ଗତ ମାସରେ ଲଞ୍ଚ ହୋଇ ଥିଲା।

4000mAhର ଦମ୍‌ଦାର୍‌ ବ୍ୟାଟେରୀ ପାୱାର୍‌ ଥିବା  ମୋବାଇଲଟି ଖୁବ୍‌ ସୁରକ୍ଷିତ ବୋଲି କମ୍ପାନୀ ପକ୍ଷରୁ ଦାବି କରାଯାଇଥିଲା। କନ୍ତୁ ମୋବାଇଲ୍‌ର ବ୍ୟାଟେରୀ ଗରମ ହୋଇ ଜଳିଯାଇଥିବା କୁହାଯାଉଛି। ନ୍ୟୁୟର୍କ ଟାଇମ୍‌ସରେ ପ୍ରକାଶିତ ଖବର ଅନୁଯାୟୀ, ଡାଏନି ଚୁଙ୍ଗ୍‌ ଲିଫ୍ଟରେ ଯାଉଥିବା ବେଳେ ହଠାତ୍‌ ତାଙ୍କର ସାମ୍‌ସଙ୍ଗ୍‌ ଗାଲାକ୍ସି ନୋଟ୍‌ ୯ ସ୍ମାର୍ଟ ଫୋନ୍‌ଟି ଗରମ ହୋଇଯାଇଥିଲା।

ତେଣୁ ସେ ମୋବାଇଲ୍‌ଟିକୁ ପର୍ସ ଭିତରେ ରଖି ଦେଇଥିଲେ। ସଙ୍ଗେ ସଙ୍ଗେ ମୋବାଇଲ୍‌ଟି ପର୍ସ ଭିତରେ ବିସ୍ଫୋରଣ ହେବା ସହିତ ଜଳିଉଠିଥିଲା। ଏ ନେଇ ମହିଳା ଜଣକ କ୍ଷତିପୂରଣ ଦାବି କରିବା ସହିତ କମ୍ପାନୀ ବିରୋଧରେ ମାମଲା ରୁଜୁ କରିଛନ୍ତି।



from Odisha Reporter https://ift.tt/2MDH2eN

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages