
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆସନ୍ତା ୨୨ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଗସ୍ତରେ ଆସୁଛନ୍ତି। ସେ ନବନିର୍ମିତ ଝାରସୁଗୁଡା ବିମାନବନ୍ଦରର ଉଦ୍ଘାଟନ କରିବେ। ଏହାଛଡ଼ା ଦୁଇଟି କୋଇଲା ଖଣି ଓ ଗୋଟିଏ ରେଳ ଲାଇନ୍ ସହ ଅନ୍ୟାନ୍ୟ ପ୍ରକଳ୍ପ ଦେଶ ଉଦ୍ଦେଶ୍ୟରେ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ। ସରକାରୀ କାର୍ଯ୍ୟକ୍ରମ ସରିବା ପରେ ପ୍ରଧାନମନ୍ତ୍ରୀ ଗୋଟିଏ ଜନସଭାରେ ଉଦ୍ବୋଧନ ଦେବେ। ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପାଇଁ ପ୍ରସ୍ତୁତି କାର୍ଯ୍ୟ ଆଜି ତଦାରଖ କରିବାକୁ ଆସିଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଝାରସୁଗୁଡ଼ାରେ ଏହା କହିଛନ୍ତି।
ସେ କହିଛନ୍ତି-“ଝାରସୁଗୁଡାରୁ ସ୍ପାଇସ୍ଜେଟ ଓ ଇଣ୍ଡିଗୋ ଭଳି ଏୟାରଲାଇନ୍ସର ବିମାନ ଚଳାଚଳ କରିବ। ଏନେଇ ଆଲୋଚନା ହୋଇଛି। ଝାରସୁଗଡା କୋଇଲା,ଇଲେକ୍ଟ୍ରିପ୍ଲାଣ୍ଟ୍, ଷ୍ଟିଲ୍ ଓ ଆଲୁମିନିୟମ ଶିଳ୍ପର ପେଣ୍ଠସ୍ଥଳୀ ହେବାକୁ ଯାଉଛି। ପ୍ରମୁଖ ଜାତୀୟ ବାଣିଜ୍ୟିକ ସହର ସହ ଝାରସୁଗୁଡା ଯୋଡ଼ିହେଲେ, ଆମ ଅଞ୍ଚଳର ଆହୁରି ଉନ୍ନତି ଓ ବିକାଶ ହେବ।”
from Odisha Reporter https://ift.tt/2MAFKBr
No comments:
Post a Comment