ପାକ୍‌ରେ ଦେବାଳିଆ ସ୍ଥିତି: PMOର ୩୬ଟି କାର୍‌ ନିଲାମ କରିବେ ଇମ୍ରାନ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, September 1, 2018

ପାକ୍‌ରେ ଦେବାଳିଆ ସ୍ଥିତି: PMOର ୩୬ଟି କାର୍‌ ନିଲାମ କରିବେ ଇମ୍ରାନ୍‌

ଇସ୍‌ଲାମାବାଦ: ପାକିସ୍ତାନରେ ଏବେ ନଗଦ ଟଙ୍କାର ଘୋର ଅଭାବ ଦେଖିବାକୁ ମିଳିଛି। ଦେଶର ବିତ୍ତୀୟ ନିଅଣ୍ଟ ଦିନକୁ ଦିନ ବୃଦ୍ଧି ପାଉଥିବାରୁ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ଏହାକୁ ସୁଧାରିବାକୁ ଉଦ୍ୟମ ଆରମ୍ଭ କରିଛନ୍ତି।

ଏହି କାରଣରୁ ଇମ୍ରାନ୍‌ ଖାନ୍‌ ପ୍ରଧାନମନ୍ତ୍ରୀ ଅଫିସର ୩୬ଟି ସୌଖୀନ୍‌ କାରକୁ ନିଲାମ୍‌ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଆସନ୍ତା ୧୭ ତାରିଖରେ ହିଁ ଏହି କାର୍‌ଗୁଡ଼ିକର ନିଲାମ ହେବ ବୋଲି ଜଣାପଡ଼ିଛି।

ପାକିସ୍ତାନ ସରକାର ଆତଙ୍କବାଦଙ୍କୁ ପ୍ରୋତ୍ସାହିତ କରୁଛି ବୋଲି ଜଣାପଡ଼ିବା ପରେ ଆମେରିକା ପକ୍ଷରୁ ଇସ୍‌ଲାମାବାଦକୁ ଆର୍ଥିକ ସହାୟତା ବନ୍ଦ କରିଦିଆଯାଇଛି। ସେହିପରି ପାକିସ୍ତାନ ଏବେ ଚୀନ୍‌ଠାରୁ ଋଣ ନେଇ ସମସ୍ତ କାର୍ଯ୍ୟ କରୁଥିବାରୁ ଦେଶର ଆର୍ଥିକ ସ୍ଥିତି ଉପରେ ଏହାର ଗୁରୁତର ପ୍ରଭାବ ପଡ଼ିଛି।

ଖାସ୍‌ ଏଥିପାଇଁ ଇମ୍ରାନ୍‌ ଖାନ୍‌ ପ୍ରଧାନମନ୍ତ୍ରୀ ହେବା ପରେ ସାଂସଦମାନଙ୍କୁ ଅଯଥା ସରକାରୀ ଅର୍ଥର ଖର୍ଚ୍ଚ ନ କରିବାକୁ ନିବେଦନ କରିଥିଲେ। ଖର୍ଚ୍ଚ କାଟ୍‌ କରିବାକୁ ଇମ୍ରାନ୍‌ ପ୍ରଧାନମନ୍ତ୍ରୀ ବାସଭବନରେ ରହିବେ ନାହିଁ ବୋଲି କହିଥିଲେ।

ପାକ୍‌ ପ୍ରଧାନମନ୍ତ୍ରୀଙ୍କ ସେବାରେ ୫୨୪ ଜଣ କର୍ମଚାରୀ ଓ ୮୦ଟି ଗାଡ଼ି ନିୟୋଜିତ ହୋଇଥାଏ। ବର୍ତ୍ତମାନ ଇମ୍ରାନ୍‌ ସେନା ସଚିବଙ୍କ ପାଇଁ ଉଦ୍ଦିଷ୍ଟ ଏକ ୩ ବିଏଚ୍‌କେ ଫ୍ଲାଟ୍‌ରେ ରହୁଛନ୍ତି। ଏଠାରେ ମାତ୍ର ୨ ଜଣ କର୍ମଚାରୀ ଇମ୍ରାନ୍‌ଙ୍କ ବ୍ୟକ୍ତିଗତ କାର୍ଯ୍ୟରେ ସହାୟତା କରିବାକୁ ନିୟୋଜିତ ହୋଇଛନ୍ତି।



from Odisha Reporter https://ift.tt/2osLnIf

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages