ଆଜିକାଲି ନବୀନଙ୍କ ଛାଇ ପାଲଟିଛନ୍ତି ଏହି ଅଫିସର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, September 1, 2018

ଆଜିକାଲି ନବୀନଙ୍କ ଛାଇ ପାଲଟିଛନ୍ତି ଏହି ଅଫିସର

ଚର୍ଚ୍ଚା ହେଉଛି, ଆଗରୁ ରାଜ୍ୟ ଭିତରେ ବିଭିନ୍ନ ସ୍ଥାନକୁ ମୁଖ୍ୟମନ୍ତ୍ରୀ ଯିବାବେଳେ ତାଙ୍କ ସହ ଯାଉଥିବା ଅଫିସରଙ୍କୁ ଏବେ ଜାଣିଶୁଣି ଦୂରେଇ ରଖାଯାଇଛି। ଆଉ ସେମାନଙ୍କ ବଦଳରେ ଏହି ପାୱାରଫୁଲ୍ ଅଫିସର କୁଆଡ଼େ ନିଜେ ସବୁ ସ୍ଥାନକୁ ଯାଉଛନ୍ତି।

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯେଉଁଆଡ଼େ ଯାଉଛନ୍ତି ତାଙ୍କ ପାଖେପାଖେ ଜଣେ ପାୱାରଫୁଲ୍ ଅଫିସର କୁଆଡ଼େ ଛାଇ ଭଳିଆ ରହୁଛନ୍ତି ବୋଲି ଚର୍ଚ୍ଚା।

ଶୁଣିବାକୁ ମିଳୁଛି, ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ଏହି ଅଫିସର କୁଆଡ଼େ ମୁଖ୍ୟମନ୍ତ୍ରୀଙ୍କ ପାଖେପାଖେ ରହୁଛନ୍ତି। ଆଉ ତାଙ୍କ ବିନା ଇସାରାରେ କୁଆଡ଼େ ମୁଖ୍ୟମନ୍ତ୍ରୀ ଏବେ କିଛି ବି କରୁନାହାନ୍ତି। ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ କାର୍ଯ୍ୟଠୁ ଆରମ୍ଭ କରି ସରକାରୀ ଓ ଦଳୀୟ କାର୍ଯ୍ୟ, ସବୁ କୁଆଡ଼େ ଏହି ଅଫିସରଙ୍କ ବିନା ଏବେ ସମ୍ଭବପର ହେଉନି। ଏପରିକି ଏହି ଅଫିସରଙ୍କ ସମ୍ମତି ବିନା କୁଆଡ଼େ କେହି ମୁଖ୍ୟମନ୍ତ୍ରୀଙ୍କୁ ଭେଟି ମଧ୍ୟ ପାରୁନାହାନ୍ତି।

ଚର୍ଚ୍ଚା ହେଉଛି, ଆଗରୁ ରାଜ୍ୟ ଭିତରେ ବିଭିନ୍ନ ସ୍ଥାନକୁ ମୁଖ୍ୟମନ୍ତ୍ରୀ ଯିବାବେଳେ ତାଙ୍କ ସହ ଯାଉଥିବା ଅଫିସରଙ୍କୁ ଏବେ ଜାଣିଶୁଣି ଦୂରେଇ ରଖାଯାଇଛି। ଆଉ ସେମାନଙ୍କ ବଦଳରେ ଏହି ପାୱାରଫୁଲ୍ ଅଫିସର କୁଆଡ଼େ ନିଜେ ସବୁ ସ୍ଥାନକୁ ଯାଉଛନ୍ତି।

ଶୁଣିବା କଥା ହେଉଛି, ଆଗକୁ ନିର୍ବାଚନ ଥିବାରୁ ସଂଗଠନ ଓ ସରକାରୀ କାର୍ଯ୍ୟକୁ ନେଇ କାଳେ ଗଣମାଧ୍ୟମ କିଛି ପ୍ରଶ୍ନ ମୁଖ୍ୟମନ୍ତ୍ରୀଙ୍କୁ ପଚାରି ଦେବ ଏବଂ ମୁଖ୍ୟମନ୍ତ୍ରୀ ମୁହଁ ଖୋଲିଦେବେ, କୁଆଡ଼େ ସେଇଥିପାଇଁ ସେ ତାଙ୍କ ପାଖରେ ଛାଇ ଭଳି ଲାଗି ରହୁଛନ୍ତି।

ମୁଖ୍ୟମନ୍ତ୍ରୀଙ୍କ ସମ୍ପୂର୍ଣ୍ଣ ଚିନ୍ତାମୁକ୍ତ କରାଇ ନିଜେ ଉଭୟ ପ୍ରଶାସନ ଓ ଦଳର ଦାୟିତ୍ୱକୁ କୁଆଡ଼େ ଏଇ ସର୍ବଶକ୍ତିମାନ ବାବୁ ହାତକୁ ନେଇଛନ୍ତି। ଯେଉଁଥିପାଇଁ ବିଜେଡି ନେତାମାନେ ଏବେ ନବୀନ ପଟ୍ଟନାୟକଙ୍କ ପରେ ଦଳର ଦ୍ୱିତୀୟ ମୁଖ୍ୟ ଭାବେ ତାଙ୍କୁ ଗ୍ରହଣ କରିବାକୁ ବାଧ୍ୟ ହେଉଥିବା ଚର୍ଚ୍ଚା। 

ମୁଖ୍ୟମନ୍ତ୍ରୀ ରାଜ୍ୟର ବିଭିନ୍ନ ସ୍ଥାନକୁ ଯିବା ପାଇଁ ଏବେ କୁଆଡ଼େ ଏକକାଳୀନ ୨ଟି ବିମାନର ଉପଯୋଗ କରୁଛନ୍ତି। ଭୁବନେଶ୍ୱରରୁ ଏୟାରକ୍ରାଫ୍ଟରେ ଯାଉଥିବା ବେଳେ ସଭାସ୍ଥଳରେ ପହଞ୍ଚିବା ପାଇଁ ଏକ ହେଲିକପ୍ଟରକୁ ପ୍ରସ୍ତୁତ ରଖାଯାଉଛି। ଆଉ ଏସବୁ କେବଳ ସମ୍ପୃକ୍ତ ଅଫିସରଙ୍କର ମୁଖ୍ୟମନ୍ତ୍ରୀଙ୍କ ପ୍ରତି ଥିବା ମାତ୍ରାଧିକ ‘ପ୍ରୋଟେକ୍ଟିଭ୍’ ଆଭିମୁଖ୍ୟ ଯୋଗୁ ହେଉଛି।

ଏହାସହିତ ମୁଖ୍ୟମନ୍ତ୍ରୀଙ୍କ ସହ ସମ୍ପୃକ୍ତ ପାୱାରଫୁଲ୍ ଅଫିସର୍ ମଧ୍ୟ ଯେଉଁ ସ୍ଥାନକୁ ଗସ୍ତ କରୁଛନ୍ତି, ସେଠାରେ ଉଭୟ ଦଳ ଓ ପ୍ରଶାସନର ସ୍ୱାସ୍ଥ୍ୟ ଅବସ୍ଥା କିଭଳି ରହିଛି ତାକୁ ବି ଆକଳନ କରୁଛନ୍ତି। ନିର୍ବାଚନ ପାଇଁ ଏସବୁ ତଥ୍ୟ ଜରୁରୀ ଥିବାରୁ ସମ୍ପୃକ୍ତ ଅଫିସର କୁଆଡ଼େ କାହା ଉପରେ ଭରସା ନକରି ନିଜେ ସବୁକିଛି ମୁଣ୍ଡକୁ ନେଇଛନ୍ତି।

ମୁଖ୍ୟମନ୍ତ୍ରୀଙ୍କ ସମ୍ପୂର୍ଣ୍ଣ ଚିନ୍ତାମୁକ୍ତ କରାଇ ନିଜେ ଉଭୟ ପ୍ରଶାସନ ଓ ଦଳର ଦାୟିତ୍ୱକୁ କୁଆଡ଼େ ଏଇ ସର୍ବଶକ୍ତିମାନ ବାବୁ ହାତକୁ ନେଇଛନ୍ତି। ଯେଉଁଥିପାଇଁ ବିଜେଡି ନେତାମାନେ ଏବେ ନବୀନ ପଟ୍ଟନାୟକଙ୍କ ପରେ ଦଳର ଦ୍ୱିତୀୟ ମୁଖ୍ୟ ଭାବେ ତାଙ୍କୁ ଗ୍ରହଣ କରିବାକୁ ବାଧ୍ୟ ହେଉଥିବା ଚର୍ଚ୍ଚା।

from Odisha Reporter https://ift.tt/2PscpuK

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages