ଲଞ୍ଚ୍‌ ହେଲା Xiaomiର ପ୍ରଥମ ଅନ୍‌-ଡିସ୍‌ପ୍ଲେ ଫିଙ୍ଗର୍‌ପ୍ରିଣ୍ଟ୍‌ ସେନ୍‌ସର୍‌ ଫୋନ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, September 20, 2018

ଲଞ୍ଚ୍‌ ହେଲା Xiaomiର ପ୍ରଥମ ଅନ୍‌-ଡିସ୍‌ପ୍ଲେ ଫିଙ୍ଗର୍‌ପ୍ରିଣ୍ଟ୍‌ ସେନ୍‌ସର୍‌ ଫୋନ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍‌): ସ୍ମାର୍ଟ ଫୋନ୍ ନିର୍ମାଣକାରୀ କମ୍ପାନୀ Xiaomi ତା’ର Mi 8 Youth Edition ଓ Mi 8 ସ୍କ୍ରିନ୍‌ ଫିଙ୍ଗର୍‌ପ୍ରିଣ୍ଟ୍‌ ଏଡିସନ୍‌କୁ ଚୀନ୍‌ରେ ଲଞ୍ଚ୍‌ କରିଛି। ତେବେ ଭାରତରେ ଏହାର ଲଞ୍ଚ୍‌ ନେଇ ଏ ପର୍ଯ୍ୟନ୍ତ କୌଣସି ସୂଚନା ମିଳିନାହିଁ। Xiaomi Mi 8 Youth Edition, Mi 8 ମଡେଲ୍‌ର ଡାଉନଗ୍ରେଡ୍‌ ଭର୍ସନ୍ ଓ ଏହାର ମୂଲ୍ୟ ମଧ୍ୟ Mi 8 ମୂଲ୍ୟର ଅଧା। ଏହି ଦୁଇଟିଯାକ ମଡେଲ୍‌ରେ ସ୍କ୍ରିନ୍‌ ଫିଙ୍ଗର୍‌ପ୍ରିଣ୍ଟ୍‌ ଫିଚର୍‌ ଦିଆଯାଇଛି। ତେବେ Mi8ରେ ପ୍ରେସର୍‌ ସେନ୍ସିଟିଭ୍ ଅନ୍‌-ଡିସପ୍ଲେ ଫିଙ୍ଗର୍‌ପ୍ରିଣ୍ଟ୍‌ ଦିଆଯାଇଛି।

ଦାମ୍‌ କହିଲେ, Xiaomi Mi 8 Youth Editionର 4GBରାମ୍‌ ଓ 64GB ଷ୍ଟୋରେଜ୍ ଭ୍ୟାରିୟାଣ୍ଟ୍‌ର ମୂଲ୍ୟ ପାଖାପାଖି ୧୪ହଜାର ୮୦୦ ଟଙ୍କା, 6GB ରାମ୍‌ ଓ 64GB ଷ୍ଟୋରେଜ୍‌ ଭ୍ୟାରିୟାଣ୍ଟ୍‌ର ମୂଲ୍ୟ ପାଖାପାଖି ୧୮ହଜାର ଟଙ୍କା ସେହିପରି ଟପ୍‌  6GB ରାମ୍‌ ଓ 128GB ଷ୍ଟୋରେଜ୍ ଭ୍ୟାରିୟାଣ୍ଟ୍‌ର ମୂଲ୍ୟ ପ୍ରାୟ ୨୧ ହଜାର ୨୦୦ ଟଙ୍କା ରଖାଯାଇଛି।

ସେହିଭଳି Xiaomi Mi 8 Screen Fingerprint Editionର ଦାମ୍‌ କଥା କହିଲେ, ଏହାର 6GB ରାମ୍ ଓ 128GB ଷ୍ଟୋରେଜ୍ ଭ୍ୟାରିୟାଣ୍ଟ୍‌ର ମୂଲ୍ୟ ପ୍ରାୟ ୩୩ହଜାର ୮୦୦ ଟଙ୍କା ଥିବାବେଳେ 8GB ରାମ୍ 128GB ଷ୍ଟୋରେଜ୍ ଭ୍ୟାରିୟାଣ୍ଟ୍‌ର ମୂଲ୍ୟ ପ୍ରାୟ ୩୮ ହଜାର ୨୦୦ ଟଙ୍କା ରହିଛି।

ସ୍ପେସିଫିକେଶନ୍‌:

ଡୁଆଲ୍‌ ସିମ୍‌ ସପୋର୍ଟ ଯୁକ୍ତ Xiaomi Mi 8 youth ଏଡିସନ୍‌ ଆଣ୍ଡ୍ରଏଡ୍ ବେସ୍ଡ MIUIରେ ଚାଲେ। ଏଥିରେ ୬.୨୬ଇଞ୍ଚର LCD ପ୍ୟାନେଲ୍‌ ଦିଆଯାଇଛି। ଏଥିରେ କ୍ୱାଲ୍‌କମ୍‌ ସ୍ନାପ୍‌ ଡ୍ରାଗନ୍‌ ୬୬୦ AIE ପ୍ରୋସେସର୍‌ ଦିଆଯାଇଛି।

ଫଟୋଗ୍ରାଫି କଥା କହିଲେ, Mi 8 Youth Editionରେ ଡୁଆଲ୍‌ ରିୟର୍‌ କ୍ୟାମେରା ସେଟ୍‌ଅପ୍‌ ଦିଆଯାଇଛି। ଏଥିମଧ୍ୟରୁ ଗୋଟିଏ ୧୨ ମେଗାପିକ୍ସେଲ୍‌ ହୋଇଥିବା ବେଳେ ଅନ୍ୟଟି ୫ ମେଗାପିକ୍ସେଲ୍‌ର କ୍ୟାମେରା ରହିଛି। ସେହିଭଳି ସେଲ୍‌ଫି ପାଇଁ ଏଥିରେ AI ଫିଚର୍ ସହ ୨୪ମେଗାପିକ୍ସେଲ୍‌ର କ୍ୟାମେରା ଦିଆଯାଇଛି। ଏଥିରେ ୩,୩୫୦mAhର ବ୍ୟାଟେରୀ ରହିଛି। ଏଥିରେ କ୍ୱାଲ୍‌କମ୍‌ କ୍ୱିକ୍‌ ଚାର୍ଜ ୩.୦ର ସପୋର୍ଟ ମଧ୍ୟ ଦିଆଯାଇଛି। ଏହାର ଫ୍ରଣ୍ଟ୍‌ କ୍ୟାମେରାରେ ଫେସ୍‌ ଅନ୍‌ ଲକ୍‌ ଫିଚର ମଧ୍ୟ ଦିଆଯାଇଛି।

 ସେହିଭଳି Xiaomi Mi 8 Screen Fingerprint Editionରେ ଅନ୍‌ ଡିସ୍‌ପ୍ଲେ ଫିଙ୍ଗର୍‌ ପ୍ରିଣ୍ଟ୍‌ ସେନ୍‌ସର୍ ଦିଆଯାଇଛି। ଏଥିରେ ସ୍ନାପ୍‌ ଡ୍ରାଗନ୍‌ ୮୪୫ ପ୍ରୋସେସର୍‌ ଦିଆଯାଇଛି। ଫଟୋଗ୍ରାଫି ପାଇଁ ଏଥିରେ ୧୨ ମେଗାପିକ୍ସେଲ୍‌ର ଡୁଆଲ୍‌ କ୍ୟାମେରା ରହିଛି। ସେଲ୍‌ଫି ପାଇଁ ଏଥିରେ 3D ବ୍ୟୁଟି ଓ AI ପୋଟ୍ରେଟ୍ ମୋଡ୍‌ ସହ ୨୦ ମେଗାପିକ୍ସେଲ୍‌ର କ୍ୟାମେରା ଦିଆଯାଇଛି।



from Odisha Reporter https://ift.tt/2xwp5JI

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages