
ଚେନ୍ନାଇ: କ୍ରିକେଟ୍ ଏକ ଅନିଶ୍ଚିତତାର ଖେଳ। କ୍ରିକେଟ୍ରେ ସବୁ ଅସମ୍ଭବ ସମ୍ଭବ ହୋଇପାରିବ। ଠିକ୍ ସେହିଭଳି ଏକ ଅସମ୍ଭବ କାର୍ଯ୍ୟକୁ ସମ୍ଭବ କରି ବିଶ୍ୱ ରେକର୍ଡ କରିଛନ୍ତି ଝାରଖଣ୍ଡର ବାମହାତୀ ସ୍ପିନ୍ ବୋଲର୍ ଶହବାଜ୍ ନଦୀମ୍।
ସେ ଚେନ୍ନାଇଠାରେ ଚାଲିଥିବା ବିଜୟ ଟ୍ରଫିର ରାଜସ୍ଥାନ ବିପକ୍ଷ ମ୍ୟାଚ୍ରେ ୧୦ ଓଭର ବୋଲିଂ କରି ୧୦ ରନ୍ ଦେଇ ୮ଟି ୱିକେଟ୍ ଦଖଲ କରିଛନ୍ତି। ଲିଷ୍ଟ୍ ‘ଏ’ ମ୍ୟାଚ୍ରେ ନଦୀମଙ୍କ ପୂର୍ବରୁ କେବେ ହେଲେ ବି କେହି ଏପରି ବିରଳ କୃତିତ୍ୱ ଅର୍ଜ୍ଜନ କରି ନଥିଲେ।
ପୂର୍ବରୁ ଦିଲ୍ଲୀ ସ୍ପିନର୍ ରାହୁଲ ସଙ୍ଘଭୀ ହିମାଚଳପ୍ରଦେଶ ବିପକ୍ଷ ମ୍ୟାଚ୍ରେ ୯.୫ ଓଭରରେ ୧୫ ରନ୍ ଦେଇ ୮ଟି ୱିକେଟ୍ ନେଇ ରେକର୍ଡ କରିଥିଲେ। କିନ୍ତୁ ନଦୀମ ଏହି ରେକର୍ଡକୁ ଭାଙ୍ଗିଦେଇଛନ୍ତି। ଉଭୟ ସମାନ ୮ଟି ୱିକେଟ୍ ନେଇଥିଲେ ହେଁ ରାହୁଲଙ୍କ ତୁଳନାରେ ନଦୀମ କମ୍ ରନ୍ ଦେଇ ରେକର୍ଡ ବୁକ୍ରେ ପ୍ରଥମ ସ୍ଥାନରେ ରହିଛନ୍ତି।
from Odisha Reporter https://ift.tt/2DevC1H
No comments:
Post a Comment