
ହଠାତ୍ ନବବାବୁଙ୍କର ମନେହେଲା ଯେ, ସେ ତାଙ୍କ ପ୍ରାଇମେରୀ ପଢୁଆ ପତ୍ନୀଙ୍କୁ ଇଂଲିଶ ଶିକ୍ଷା ଦେବାକୁ ପଡ଼ିବ। ପୂରା ନହେଲେ ବି, ଘରେ ସାଧାରଣ ଚଳଣି ପାଇଁ ଯେତିକି ଇଂଲିଶ ଦରକାର ତାହା ତାଙ୍କୁ ସେ ଶିଖାଇଦେବେ। ଫଳରେ ଅତିଥି ଅଭ୍ୟାଗତ ଆସିଲେ ଇଂଲିଶ ଶବ୍ଦକୁ ନେଇ ପତ୍ନୀ ବେଳେବେଳେ ଯେଉଁ ଅପ୍ରୀତିକର ପରିସ୍ଥିତିର ସାମ୍ନା କରୁଛନ୍ତି, ଅନ୍ତତଃ ସେତକରୁ ହେଲେ ବଞ୍ଚି ଯିବେ।
ତେଣୁ ସକାଳୁ ସକାଳୁ ଆରମ୍ଭ ହେଲା ପତ୍ନୀଙ୍କ ଇଂରାଜୀ ଶିକ୍ଷା।
ନବବାବୁ କହିଲେ- ‘ଜାଣିଥାଅ ପ୍ରାଣପ୍ରିୟେ, ଦିନରେ ଆମେ ଯେଉଁ ଖାଇବା ଖାଆନ୍ତି ତାକୁ ଇଂରାଜୀରେ କହନ୍ତି ଲଞ୍ଚ୍, ଆଉ ରାତିରେ ଆମେ ଯାହା ଖାଆନ୍ତି ତାକୁ କହନ୍ତି ଡିନର୍। ଏଣିକି ତମେ ସବୁବେଳେ ଲଞ୍ଚ୍ ଡିନର୍ ବୋଲି ଇଂଲିଶରେ କହିବ। ନିୟମିତ କହିଲେ ମନେରହିଯିବ।’
ତା’ ପରଦିନ ଖରାବେଳେ ପତ୍ନୀ ଭାତ ବାଢ଼ି ନବବାବୁଙ୍କୁ ଅତି ସରାଗରେ ଡାକିଲେ- ‘ହେଇଟି ଶୁଣୁଛ, ଭାତ ବଢା ସରିଲାଣି, ଆସ ଡିନର୍ ଖାଇବ। ନହେଲେ ଥଣ୍ଡା ହୋଇଯିବ।’
ପତ୍ନୀଙ୍କ ପାଟିରୁ ଭୁଲ୍ ଭାଲ୍ ଇଂଲିଶ ଶୁଣି ନବବାବୁ ରାଗିଗଲେ। କହିଲେ- ‘ହଇଓ ପ୍ରାଣପ୍ରିୟେ, ମତେ ଲାଗୁଛି ତମେ ଗଜ ମୁର୍ଖଟିଏ। ହଇଓ, କାଲି ପରା ଶିଖେଇଥିଲି ତମକୁ, ରାତି ଖାଇବାକୁ ଡିନର କହନ୍ତି, ଆଉ ଦିନ ଖାଇବାକୁ କହନ୍ତି ଲଞ୍ଚ୍। ଆଜି ପୁଣି ଭୁଲ୍ କେମିତି କହୁଛ?
ସ୍ୱାମୀଙ୍କ ଗାଳି ଶୁଣି ପତ୍ନୀ ମଧ୍ୟ ରାଗିଗଲେ। କହିଲେ- ‘ମୁର୍ଖ ତମେ, ତମ ବୋପା, ତମ ମାଆ, ତମ ପୂରା ବଂଅଶ।’
ନବବାବୁ ଆଶ୍ଚର୍ଯ୍ୟ ହୋଇ ପଚାରିଲେ- କେମିତି ?
ପତ୍ନୀ କହିଲେ- ‘ଏବେ ତମେ ଲଞ୍ଚ୍ରେ ଯାହା ଖାଇବ ସେଟା ଗତକାଲି ରାତି ଡିନର୍ର ବଳକା ଭାତ ତିଅଣ।’
from Odisha Reporter https://ift.tt/2QIfVSc
No comments:
Post a Comment