
ହାଇଦ୍ରାବାଦ୍: ଟିମ୍ ଇଣ୍ଡିଆର ଟେଷ୍ଟ୍ ଓପନର୍ କେଏଲ୍ ରାହୁଲଙ୍କ ନୈରାଶ୍ୟଜନକ ପ୍ରଦର୍ଶନ ୱେଷ୍ଟଇଣ୍ଡିଜ୍ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ମଧ୍ୟ ଦେଖିବାକୁ ମିଳିଛି।
ପ୍ରଥମ ଟେଷ୍ଟ୍ରେ ଖାତା ଖୋଲିବା ପୂର୍ବରୁ ଆଉଟ୍ ହୋଇଯାଇଥିବା ରାହୁଲ ଦ୍ୱିତୀୟ ଟେଷ୍ଟ୍ର ପ୍ରଥମ ଇନିଂସ୍ରେ ମାତ୍ର ୪ ରନ୍ କରି ଆଉଟ୍ ହୋଇଯାଇଛନ୍ତି।
ନବାଗତ ପୃଥ୍ୱୀ ଶ’ ଯେଉଁ ପିଚ୍ରେ ଜବରଦସ୍ତ ପ୍ରଦର୍ଶନ କରୁଛନ୍ତି, ସେଭଳି ଏକ ଫ୍ଲାଟ୍ ପିଚ୍ରେ ରାହୁଲ କେମିତି ବାରମ୍ବାର ବିଫଳ ହେଉଛନ୍ତି ବୋଲି ଏବେ ପ୍ରଶ୍ନ ଉଠିଛି। ଇଂଲଣ୍ଡରେ ନୈରାଶ୍ୟଜନକ ପ୍ରଦର୍ଶନ ସତ୍ତ୍ୱେ ରାହୁଲଙ୍କୁ ୱେଷ୍ଟଇଣ୍ଡିଜ୍ ବିପକ୍ଷ ସିରିଜ୍ରେ ସାମିଲ କରାଯାଇଥିଲା।

ଏପରି କି ଫର୍ମରେ ଥିବା ନବାଗତ ମୟଙ୍କ ଅଗ୍ରୱାଲଙ୍କ ବଦଳରେ ରାହୁଲଙ୍କୁ ଚୂଡ଼ାନ୍ତ ଏକାଦଶରେ ସାମିଲ ମଧ୍ୟ କରାଯାଇ ଥିଲା। ହେଲେ ସେ ବାରମ୍ବାର ବିଫଳ ହେବା ପରେ ତାଙ୍କ ଚୟନକୁ ନେଇ ପ୍ରଶ୍ନ ଉଠାଇଛନ୍ତି କ୍ରିକେଟ୍ ଫ୍ୟାନ୍।
ସେମାନେ ସୋଶାଲ୍ ମିଡିଆରେ ରାହୁଲଙ୍କୁ ଏବଂ ବିସିସିଆଇକୁ ତୀବ୍ର ସମାଲୋଚନା କରିଛନ୍ତି। ଜଣେ ବ୍ୟକ୍ତି କହିଛନ୍ତି, ଆପଣଙ୍କ ପାଖରେ ଥିବା ରାହୁଲଙ୍କୁ ପୂର୍ବତନ ଟିମ୍ ଇଣ୍ଡିଆର ୱାଲ୍ ରାହୁଲ ଡ୍ରାଭିଡ୍ଙ୍କ ଭଳି ତିଆରି କରନ୍ତୁ। ତାଙ୍କୁ କେଏଲ୍ ରାହୁଲଙ୍କ ଭଳି ହେବାକୁ ଦିଅନ୍ତୁ ନାହିଁ ।
ଆଉ ଜଣେ ଫ୍ୟାନ୍ କହିଛନ୍ତି, ରାହୁଲଙ୍କ ବ୍ୟାଟିଂ ଷ୍ଟାଇଲ୍ରେ ସମସ୍ୟା ଥିବା ସ୍ପଷ୍ଟ ଜଣାପଡ଼ୁଛି। ଏହାସତ୍ତ୍ୱେ ବ୍ୟାଟିଂ କୋଚ୍ ସଞ୍ଜୟ ବାଙ୍ଗର ସେଠି କ’ଣ କରୁଛନ୍ତି? କେବଳ ରାହୁଲଙ୍କୁ ଆଉଟ୍ ହେବାକୁ ପଡ଼ିଆକୁ ପଠାଉଛନ୍ତି କି ବୋଲି ସେ ପ୍ରଶ୍ନ କରିଛନ୍ତି।

ଜଣେ ଝିଅ ଲେଖିଛନ୍ତି, ଟିମ୍ ଇଣ୍ଡିଆ ମ୍ୟାନେଜ୍ମେଣ୍ଟ ଯେଉଁ ଭଳି ଭାବେ ବିରାଟ୍ କୋହଲି ଓ କେଏଲ୍ ରାହୁଲଙ୍କ ଉପରେ ବାରମ୍ବାର ଭରସା କରୁଛି, ଠିକ୍ ସେହିଭଳି ବିଶ୍ୱାସ କରୁଥିବା ପୁଅଟେ ମୋ ଜୀବନକୁ ଆସିବା ଦରକାର।
କେଏଲ୍ ରାହୁଲ ୨୦୧୮ରେ ୧୦ଟି ମ୍ୟାଚ୍ରେ ୧୭ଟି ଇନିଂସ ଖେଳିଛନ୍ତି। ୨୨.୭୬ ହାରରେ ମାତ୍ର ୩୮୭ ରନ୍ କରିପାରିଛନ୍ତି।
from Odisha Reporter https://ift.tt/2P33m7b
No comments:
Post a Comment