
ନୂଆଦିଲ୍ଲୀ: ପୁରୁଷ ହକି ବିଶ୍ୱକପ୍ ପୂର୍ବରୁ ଭାରତୀୟ ଟିମ୍ ଏସିଆନ୍ ଚାମ୍ପିଅନ୍ସ ଟ୍ରଫିରେ ନିଜ ଶକ୍ତି ଦେଖାଇବାକୁ ଯାଉଛି। ଏସିଆନ୍ ଗେମ୍ସରେ ଖରାପ ପ୍ରଦର୍ଶନ ପରେ ଏବେ ଏସିଆନ୍ ଚାମ୍ପିଅନ୍ସ ଟ୍ରଫି ଉପରେ ସମସ୍ତଙ୍କ ନଜର ରହିଛି। ଏହି ଟ୍ରଫି ଜିତି ଭାରତ ଭୁବନେଶ୍ୱରରେ ହେବାକୁ ଥିବା ପୁରୁଷ ବିଶ୍ୱକପ୍ ହକି ପାଇଁ ଠିକଣା ପ୍ରସ୍ତୁତି କରିପାରିବ ବୋଲି ଦଳର ଅଧିନାୟକ ମନ୍ପ୍ରୀତ୍ ସିଂହ କହିଛନ୍ତି।
ଗୁରୁବାର ଆୟୋଜକ ଓମାନ୍ ବିପକ୍ଷରେ ଖେଳି ଭାରତ ତା’ର ଅଭିଯାନ ଆରମ୍ଭ କରିବ। ଏହି ଚାମ୍ପିଅନ୍ସ ଟ୍ରଫିରେ ଭାରତ ଏସିଆର କିଛି ଶକ୍ତିଶାଳୀ ଦଳଙ୍କୁ ଭେଟିବ ଯେଉଁମାନେ ବିଶ୍ୱକପ୍ରେ ମଧ୍ୟ ଖେଳିବେ। ଏଥିପାଇଁ ଆମେ ନିଜ ଶକ୍ତି ଅନୁସାରେ ପ୍ରଦର୍ଶନ କରି ମ୍ୟାଚ୍ ଜିତିବାକୁ ଚେଷ୍ଟା କରିବୁ ବୋଲି ମନ୍ପ୍ରୀତ୍ କହିଛନ୍ତି।
ଚାମ୍ପିଅନ୍ସ ଟ୍ରଫିରେ ଭାରତ ମ୍ୟାଲେସିଆ, ପାକିସ୍ତାନ, ଦକ୍ଷିଣ କୋରିଆ, ଏସିଆନ ଗେମ୍ସର ଗୋଲ୍ଡ ମେଡାଲିଷ୍ଟ ଜାପାନ ଓ ଓମାନ୍ ସହ ଭାରତ ମୁକାବିଲା କରିବ। ଏହି ମ୍ୟାଚ୍ଗୁଡ଼ିକ ଆମକୁ ଭୁଲ ସୁଧାରିବାକୁ ସୁଯୋଗ ଦେବ, ଯାହା ଆମେ ଏସିଆନ୍ସ ଗେମ୍ସରେ କରିଥିଲୁ ବୋଲି ମନ୍ପ୍ରୀତ୍ କହିଛନ୍ତି।
ମନ୍ପ୍ରୀତ୍ ଆହୁରି କହିଛନ୍ତି, “ଆମେ ଚାମ୍ପିଅନ୍ସ ଟ୍ରଫି ପୂର୍ବରୁ ଭୁବନେଶ୍ୱରରେ ଆୟୋଜିତ ଜାତୀୟ କ୍ୟାମ୍ପରେ ଟ୍ରେନିଂ ନେଇଛୁ। ଆମ ଖେଳରେ ରହୁଥିବା ତ୍ରୁଟି ସୁଧାରିବା ଉପରେ ଏବେ ଆମେ ଗୁରୁତ୍ୱ ଦେଉଛୁ।”
ସୂଚନାଯୋଗ୍ୟ, ୨୦୧୬ରେ ଭାରତ ପାକିସ୍ତାନକୁ ହରାଇ ଚାମ୍ପିଅନ ହୋଇଥିଲା। ଏହା ପୂର୍ବରୁ ଭାରତ ୨୦୧୧ରେ ମଧ୍ୟ ଟ୍ରଫି ହାସଲ କରିଥିଲା।
from Odisha Reporter https://ift.tt/2QTgvN4
No comments:
Post a Comment