
ମୁମ୍ବାଇ: ବଲିଉଡ୍ର ସପୁରହିଟ୍ ଫିଲ୍ମ ହେଉଛି କୁଛ୍ କୁଛ୍ ହୋତା ହୈ। ୧୯୯୮ ମସିହାରେ ମୁକ୍ତିଲାଭ କରିଥିବା ଏହି ଲଭ୍ ଷ୍ଟୋରୀର ଏବେବି କ୍ରେଜ୍ ରହିଛି। କରନ୍ ଜୋହର୍ଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ସେ ସମୟରେ ଦର୍ଶକଙ୍କୁ ବେଶ ପସନ୍ଦ ଆସିଥିଲା। ଏଥିରେ ମୁଖ୍ୟ ଭୂମିକାରେ ଶାହରୁଖ୍ ଖାନ୍, କାଜଲ ଓ ରାଣୀ ମୁଖାର୍ଜୀ ଅଭିନୟ କରିଥିଲେ। ଇତି ମଧ୍ୟରେ ଫିଲ୍ମକୁ ୨୦ ବର୍ଷ ବିତିଯାଇଛି।
ତେବେ ଫିଲ୍ମରେ ଶାହାରୁଖାନ୍ଙ୍କ ଝିଅ ‘ଅଞ୍ଜଳି’ ଭୂମିକା ନିଭାଇ ଥିବା ଶିଶୁ କଳାକାରଙ୍କ ଅଭିନୟ ଖୁବ୍ ଚମତ୍କାର ଥିଲା। ଆଉ ସେହି ଶିଶୁ କଳାକାର ଜଣକ ହେଲେ ସନା ସଇଦ୍ । ଏହାରି ଭିତରେ ସନା ମଧ୍ୟ ବଡ଼ ହୋଇଯାଛନ୍ତି। ଆଉ ଗ୍ଲାମର ଦୁନିଆରେ ବେଶ ଚମକୁଛନ୍ତି ସନା। ସୋଶାଲ ମିଡିଆରେ ବି ଭାରି ଆକ୍ଟିଭ୍ ଅଛନ୍ତି ସନା। ନିଜ ସୋଶାଲ ମିଡିଆ ଆକାଉଣ୍ଟରେ ବିଭିନ୍ନ ପୋଜ୍ର ଫଟୋ ସେୟା କରୁଛନ୍ତି। ଆକର୍ଷଣୀୟ ଲୁକ୍ ସାଙ୍ଗକୁ ବିଭିନ୍ନ ଅଙ୍ଗଭଙ୍ଗୀର ଫଟୋ ଗୁଡ଼ିକ ଖୁବ୍ ସୁନ୍ଦର ମଧ୍ୟ ହୋଇଛି।
ସନା ମୁମ୍ବାଇରେ ବଢିଛନ୍ତି। ସେ ଅଭିନୟ ଜଗତକୁ ଆସନ୍ତୁ ବୋଲି ତାଙ୍କ ପିତା ଚାହୁଁ ନଥିଲେ। କିନ୍ତୁ ପିଲାଟି ଦିନରୁ ସାନାଙ୍କର ଅଭିନୟ ପ୍ରତି ଦୁର୍ବଳାତା ଥିଲା। ଶିଶୁ କଳାକାରରୁ ଅଭିନୟ ଯାତ୍ରାର ଆରମ୍ଭ କରିଥିବା ସନା ଏବେ ବଡ଼ ଅଭିନେତ୍ରୀ ହୋଇଗଲେଣି।
‘ଷ୍ଟୁଡେଣ୍ଟ ଅଫ୍ ଦ ୟର’ ଫିଲ୍ମରେ ସନା ନଜରକୁ ଆସିଥିଲେ। ୨୦୦୮ରେ ସନା ହିନ୍ଦୀ ସିରିଏଲ ‘ଲୋ ହୋ ଗଈ ପୂଜା ଇସ୍ ଘରକୀ’ରେ ଅଭିନୟ କରିଥିଲେ। ସେହିପରି ସେ ‘ହର ଦିଲ୍ଜୋ ପ୍ୟାର କରେଗା, ବାଦଲ ରେ ନଜର ଆସିଥିକଲେ। ସେ ଟିଭି ରିଆଲିଟି ଶୋ’ ଝଲକ ଦିଖ୍ଲା ଜା , ନଚ୍ବଲିଏ ଓ ଖତରୋକି ଖିଲାଡ଼ିରେ ପ୍ରତିଯୋଗୀ ଥିଲେ। ତେବେ ଏହି ୨୦ ବର୍ଷ ଭିତରେ ସନା କେତେ ବଦଳି ଯାଇଛନ୍ତି ଦେଖନ୍ତୁ କିଛି ଝଲକ।
from Odisha Reporter https://ift.tt/2AeoWgy
No comments:
Post a Comment