
କନ୍ନୁର: ପୂର୍ବତନ ଇସ୍ରୋ ଅଧ୍ୟକ୍ଷ ତଥା ପଦ୍ମ ବିଭୂଷଣ ସମ୍ମାନ ପ୍ରାପ୍ତ ଜି ମାଧବନ୍ ନାୟର ଆଜି ଥିରୁଭନନ୍ତପୁରମ୍ଠାରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କ ଉପସ୍ଥିତିରେ ପଦ୍ମ ଧରିଛନ୍ତି। କନ୍ନୁରଠାରେ ବିଜେପିର କାର୍ଯ୍ୟାଳୟ ଉଦ୍ଘାଟନରେ ଯୋଗ ଦେବାକୁ ଆସିଥିବା ଶାହ ତାଙ୍କୁ ଦଳକୁ ସ୍ୱାଗତ କରିଛନ୍ତି।

ନାୟର ୨୦୦୩ରୁ ୨୦୦୯ ଯାଏ ଇସ୍ରୋ ଅଧ୍ୟକ୍ଷ ଥିବା ସମୟରେ ୨୦୦୮ ମସିହାରେ ଚନ୍ଦ୍ରାୟନ-୧ର ସଫଳ ମିଶନ ଆରମ୍ଭ କରିଥିଲେ। ଇନ୍ସାଟ୍, ପିଏସ୍ଲଏଭି ଏବଂ ଜିଏସ୍ଏଲ୍ଭି ପରି ୨୫ଟି ସଫଳ ମିଶନର ସେ ନିର୍ଦ୍ଦେଶକ ଦାୟିତ୍ୱ ତୁଲାଇଛନ୍ତି।
ବିଜେପି ପ୍ରତି ଢଳୁଥିବା ନେଇ ପୂର୍ବରୁ ମଧ୍ୟ ସେ ଚର୍ଚ୍ଚାରେ ଥିଲେ। ତାଙ୍କ କ୍ୟାରିଅରରେ ଲାଗିଥିବା ଏକମାତ୍ର ଦାଗ ହେଉଛି ବିବାଦୀୟ ଆଣ୍ଟ୍ରିକ୍ସ-ଡେଭାସ୍ ବୁଝାମଣା, ଯାହା ପାଇଁ ୫୭୮ କୋଟିର କ୍ଷତି ହୋଇଥିବା ଅଭିଯୋଗ ହୋଇଥିଲା। ବର୍ତ୍ତମାନ ସିବିଆଇ ଏହାର ତଦନ୍ତ କରୁଛି। ତାଙ୍କୁ ଦିଲ୍ଲୀ କୋର୍ଟରୁ ଫେବୃଆରୀରେ ଜାମିନ୍ ମିଳିଥିଲା।
from Odisha Reporter https://ift.tt/2O9C22x
No comments:
Post a Comment