ବିଜେଡି ଆଇନ୍‌ଜୀବୀ ସାମୁଖ୍ୟ ହାତ ଛାଡ଼ିବା ପରେ ଅଣ୍ଟା ଭିଡ଼ିଲା ହାଇକୋର୍ଟ ଓକିଲ ସଂଘ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, October 28, 2018

ବିଜେଡି ଆଇନ୍‌ଜୀବୀ ସାମୁଖ୍ୟ ହାତ ଛାଡ଼ିବା ପରେ ଅଣ୍ଟା ଭିଡ଼ିଲା ହାଇକୋର୍ଟ ଓକିଲ ସଂଘ

କଟକ (ଓଡ଼ିଶା ରିପୋର୍ଟର): ଆଇନ୍‌ଜୀବୀଙ୍କ ଆନ୍ଦୋଳନ ଯୋଗୁ ୨ ମାସ ଧରି ଆଇନ୍‌ସେବାରେ ଅଚଳାବସ୍ଥା ଲାଗି ରହିଛି। ଫଳରେ ବିଚାର ଅପେକ୍ଷାରେ ବନ୍ଦୀ ଜୀବନ ଅତିବାହିତ କରୁଛନ୍ତି ଛୋଟମୋଟ୍‌ ଘଟଣାରେ ଗିରଫ ହୋଇଥିବା ବ୍ୟକ୍ତିମାନେ। ଆଉ ଏପଟେ ଆଇନ୍‌ଜୀବୀଙ୍କ ଦାବି ଆଗରେ ରାଜ୍ୟ ସରକାର ନାଚାର୍ ହୋଇପଡ଼ିଛନ୍ତି। ଏଭଳି ପରିସ୍ଥିତିରେ ଚାଲ୍‌ ଚଳାଇ ଆଇନଜୀବୀଙ୍କ ଆନ୍ଦୋଳନରେ ଫାଟ ସୃଷ୍ଟି କରାଯାଇଥିବା ଅଭିଯୋଗ ହେଉଛି। କାରଣ ଆନ୍ଦୋଳନକୁ ତୀବ୍ର କରିବାକୁ ଅଣ୍ଟା ଭିଡ଼ିଥିବା ହାଇକୋର୍ଟ ଓକିଲ ସଂଘର ହାତ ଛାଡ଼ିଦେଇଛି ବିଜେଡି ଆଇନଜୀବୀ ସାମ୍ମୁଖ୍ୟ।

ଗତକାଲି ଭଳି ଆଜି ହାଇକୋର୍ଟ ପରିସରରେ ଆଇନ୍‌ଜୀବୀଙ୍କ ହୋହଲ୍ଲା, ନାରାବାଜି, ବିକ୍ଷୋଭ ଓ ପୋଡ଼ାଜଳା ଦେଖିବାକୁ ମିଳିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବିଜେଡି ଆଇନଜୀବୀ ସାମ୍ମୁଖ୍ୟ ବିରୋଧରେ ସ୍ୱର ଉତ୍ତୋଳନ କରିଛନ୍ତି ହାଇକୋର୍ଟ ବାର୍ ଆସୋସିଏସନ୍ ସଦସ୍ୟ। ଆନ୍ଦୋଳନକୁ ଭଣ୍ଡୁର କରିବା ପାଇଁ ବିଜେଡି ଆଇନଜୀବୀ ସାମ୍ମୁଖ୍ୟ ଓହରି ଯାଇଥିବା ଅଭିଯୋଗ କରାଯାଇଥିବା ବେଳେ ଷ୍ଟେଟ୍ ବାର୍ କାଉନସିଲ୍ ବୈଠକରେ ଆଇନ୍‌ଜୀବୀଙ୍କ ଦାବି ପୂରଣ କ୍ଷେତ୍ରରେ ରାଜ୍ୟ ସରକାର ପଦକ୍ଷେପ ନିଅନ୍ତୁ ବୋଲି ଦାବି କରାଯାଇଛି।

ସେପଟେ ବିଜେଡି ଆଇନଜୀବୀ ସାମ୍ମୁଖ୍ୟ କହିଛି, ୨ ମାସ ଧରି ଜାରି ରହିଥିବା ଆନ୍ଦୋଳନ ପଥଭ୍ରଷ୍ଟ ହୋଇଛି। ଆଇନ୍‌ଜୀବୀଙ୍କୁ ପୁଲିସର ମାଡ଼ ଘଟଣାର ତଦନ୍ତ ଜାରି ରହିଥିବାବେଳେ ଆନ୍ଦୋଳନକୁ ତୀବ୍ର କରିବାର ଯଥାର୍ଥତା ନାହିଁ। ତେଣୁ ଆସନ୍ତାକାଲିଠାରୁ ବିଜେଡି ଆଇନଜୀବୀ ସାମ୍ମୁଖ୍ୟ କାର୍ଯ୍ୟରେ ଯୋଗଦେବ।

କାଲିଠାରୁ ଜେଲ୍‌ରେ ଖୋଲିବ କ୍ୟାମ୍ପକୋର୍ଟ

ଏପଟେ ହାଇକୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ଆସନ୍ତାକାଲିଠାରୁ ରାଜ୍ୟ ବିଭିନ୍ନ ଜେଲ୍ ଗୁଡ଼ିକରେ ଖୋଲିବ କ୍ୟାମ୍ପକୋର୍ଟ। ଏଥିରେ ଛୋଟମୋଟ ମାମଲାରେ ବନ୍ଦୀଥିବା ଲୋକଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରାଯିବ। ଏଥିପାଇଁ ଜେଲ୍ ଗୁଡ଼ିକର କର୍ତ୍ତୃପକ୍ଷ ଆନୁସଙ୍ଗିକ ସୁବିଧା ପ୍ରଦାନ କରିବେ। ଆଇନ୍‌ଜୀବୀଙ୍କ ଆନ୍ଦୋଳନ ଯୋଗୁ ଉପୁଜିଥିବା ଅଭାବନୀୟ ପରିସ୍ଥିତିକୁ ଦେଖି ଗତକାଲି ହାଇକୋର୍ଟ ସମସ୍ତ ଜିଲ୍ଲା ଓ ଦୌରାଜଜ୍‌ଙ୍କୁ କ୍ୟାମ୍ପକୋର୍ଟ କରିବାକୁ ନିର୍ଦ୍ଦେଶ ଦେଇଥିଲେ। କୋର୍ଟ କାର୍ଯ୍ୟ ଦିବସର ସମୟ ଅନୁଯାୟୀ କ୍ୟାମ୍ପକୋର୍ଟ କରିବାକୁ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ। ଆଉ ନିର୍ଦ୍ଦେଶ ମୁତାବକ ଜେଲ୍ ପରିସରରେ ସମସ୍ତ ପ୍ରସ୍ତୁତି କରାଯାଇଥିବା ଜେଲ୍ କର୍ତ୍ତୃପକ୍ଷ କହିଛନ୍ତି।



from Odisha Reporter https://ift.tt/2EOFIaz

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages