ଏହି କାରଣରୁ ଭୀମଙ୍କ ପାଖରେ ଥିଲା ଦଶ ହଜାର ହାତୀର ବଳ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, October 3, 2018

ଏହି କାରଣରୁ ଭୀମଙ୍କ ପାଖରେ ଥିଲା ଦଶ ହଜାର ହାତୀର ବଳ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ମହାଭାରତର ପଞ୍ଚୁ ପାଣ୍ଡବଙ୍କ ଜନ୍ମ ବୃତ୍ତାନ୍ତ ଆପଣ ସମସ୍ତେ ଶୁଣିଥିବେ। ଏହି ପାଞ୍ଚ ଭାଇ ଧର୍ମ ଅନୁସାରେ ରାଜା ପଣ୍ଡୁଙ୍କର ପୁତ୍ର ଥିଲେ ମଧ୍ୟ ସମସ୍ତେ ଭିନ୍ନ ଭିନ୍ନ ଦେବତାଙ୍କ ସନ୍ତାନ ଥିଲେ। ଯୁଧିଷ୍ଠିର ଧର୍ମରାଜଙ୍କର ଏବଂ ଅର୍ଜୁନ ଇନ୍ଦ୍ରଙ୍କ ପୁତ୍ର ଥିଲେ। ସେହିପରି ନକୁଳ ଓ ସହଦେବଙ୍କ ଅଶ୍ୱିନୀ କୁମାରଙ୍କ ସନ୍ତାନ ଥିବାବେଳେ ଦ୍ୱିତୀୟ ପାଣ୍ଡବ ଭୀମଙ୍କ ପିତା ଥିଲେ ବାୟୁ ଦେବ।

ମହାବଳୀ ଭୀମଙ୍କ ବଳ ସମ୍ପର୍କରେ ପିଲାବେଳୁ ସୂଚନା ମିଳିଥିଲା।

କୁହାଯାଏ, ଭୀମ ଦୁଇ ତିନି ମାସର ଶିଶୁ ଥିବାବେଳେ ଥରେ ମା’ କୁନ୍ତୀଙ୍କ କୋଳରୁ ଭୂମି ଉପରକୁ ପଡ଼ିଥିଲେ

ଥିଲେ, ସେହି ସମୟରେ ମାତା କୁନ୍ତୀ ଭୀମଙ୍କୁ ଧରି ରାଜା ପଣ୍ଡୁଙ୍କ ସହିତ ନିଜ ଆଶ୍ରମ କୁଟୀରରେ ବସିଥିଲେ।
ଠିକ୍‌ ସେହି ସମୟରେ ଏକ ବାଘ ତାଙ୍କ କୁଟୀରକୁ ଚାଲି ଆସିଥିଲା ଏବଂ ବାଘକୁ ଦେଖି କୁନ୍ତୀ ଭୟଭୀତ ହୋଇଯାଇଥିଲେ। ଭୟ କରି ସେ ବାହାରକୁ ଦୌଡିବାକୁ ଉଦ୍ୟମ କରିଥିଲେ। ତାଙ୍କ କୋଳରେ ତାଙ୍କ ପୁତ୍ର ଭୀମ ଶୋଇଥିଲା ବୋଲି ଅଜାଣତରେ ସେ ଭୁଲି ଯାଇଥିଲେ।
ଭୟ ପାଇ ହଠାତ୍‌ କୁନ୍ତୀ ସେହି ସ୍ଥାନରୁ ଯିବାକୁ ଉଦ୍ୟମ କରୁଥିବା ସମୟରେ ବାଳକ ଭୀମ ତାଙ୍କ କୋଳରୁ ପଡି ଭୂମି ଉପରେ ପଡି ଯାଇଥିଲେ। ଭୀମ ବୂମିରେ ପଡ଼ିବା ପରେ ଭୂମି ଅନେକ ଖଣ୍ଡରେ ପରିଣତ ହୋଇଥିଲା। କିନ୍ତୁ ଭୀମଙ୍କର କୌଣସି କ୍ଷତି ହୋଇନଥିଲା। ଏହି ଦୃଶ୍ୟକୁ ଦେଖି ରାଜା ପଣ୍ଡୁ ଏବଂ କୁନ୍ତୀ ଆଶ୍ଚର୍ଯ୍ୟ ହୋଇଥିଲେ।
ମହାରାଜା ପଣ୍ଡୁଙ୍କର ମୃତ୍ୟୁ କିପରି ହୋଇଥିଲା ଆପଣ ଆମେ ଦେଇଥିବା ପୂର୍ବ ପାଠରେ ପଢ଼ିଥିବେ।
ପାଣ୍ଡୁଙ୍କର ମୃତ୍ୟୁ ପରେ କୁନ୍ତୀ ପାଞ୍ଚ ପୁତ୍ରଙ୍କୁ ହସ୍ତୀନାପୁର ଚାଲିଆସିଥିଲେ। ହସ୍ତୀନାପୁରରେ କୌରବ ଏବଂ ପାଣ୍ଡବ ଏକା ସଙ୍ଗରେ ଖେଳୁଥିଲେ କିନ୍ତୁ ଭୀମ ଖେଳ ଖେଳରେ କୌରବ ଭାଇମାନଙ୍କୁ ମାଡ ମାରୁଥିଲେ। ଯେଉଁ କାରଣରୁ କୌରବମାନେ ଚିନ୍ତାରେ ପଡ଼ି ଯାଇଥିଲେ।
ଦିନେ ସମସ୍ତ ଭାଇ ଗଙ୍ଗା ବିହାର କରିବାକୁ ଯାଇଥିଲେ। ଏହି ସମୟରେ ଭୀମଙ୍କ ଉପରେ ପ୍ରତିଶୋଧ ନେବା ପାଇଁ ଦୁର୍ଯ୍ୟୋଧନ ଖାଦ୍ୟରେ ବିଷ ମିଶାଇ ଭୀମଙ୍କୁ ଖାଇବାକୁ ଦେଇଥିଲେ। ଏହାପରେ ସେହି ଖାଦ୍ୟ ଖାଇ ଭୀମ ଚେତା ହରାଇବା ପରେ ତାଙ୍କୁ ଗଙ୍ଗା ନଦୀରେ ପକାଇ ଦେଇଥିଲେ। ଭୀମ ସେହି ଅଚେତ ଅବସ୍ଥାରେ ନାଗଲୋକରେ ପହଞ୍ଚିଥିଲେ ଏବଂ ସେଠାରେ ଥିବା ନାଗ ତାଙ୍କୁ ମାରିଦେବା ପାଇଁ ଦଶଂନ କରିବା ଆରମ୍ଭ କରିଥିଲେ।
ନାଗମାନେ ଭୀମଙ୍କୁ ଦଶଂନ କରିବା ପରେ ନାଗମାନଙ୍କ ବିଷ ସହିତ ମିଶିବାରୁ ଭୀମ ଖାଇଥିବା ବିଷର ପ୍ରଭାବ ନଷ୍ଟ ହୋଇଥିଲା। ଏହାପରେ ଭୀମଙ୍କ ଚେତା ଆସିଥିଲା ଏବଂ ସେ ନିଜ ଚାରିପାଖରେ ସାପମାନଙ୍କୁ ଦେଖି ତାଙ୍କୁ ମାରିବାକୁ ଲାଗିଲେ।
ଅନେକ ନାଗଙ୍କ ମୃତ୍ୟୁପରେ କିଛି ନାଗ ପଳାୟନ କରିଥିଲେ ଏବଂ ଏହି ସମସ୍ତ କଥା ନାଗରାଜ ବାସୁକୀଙ୍କୁ ଜଣାଇଥିଲେ। ଏହାପରେ ବାସୁକୀ ନିଜ ସାଥୀମାନଙ୍କ ସହିତ ଭୀମଙ୍କ ପାଖକୁ ଆସିଥିଲେ।
ବାସୁକୀଙ୍କ ଜଣେ ସାଥୀ ଆର୍ଯ୍ୟକ୍‌ ଭୀମଙ୍କୁ ଚିହ୍ନି ପାରିଥିଲେ। କାରଣ ଆର୍ଯ୍ୟକ୍‌ ନାଗ ଥିଲେ ଭୀମଙ୍କର ଅଜାଙ୍କର ଅଜା ଥିଲେ।
ଏହାପରେ ନାଗ ଆର୍ଯ୍ୟକ୍‌ ନାଗରାଜ ବାସୁକୀଙ୍କୁ ନିବେଦନ କରି ଭୀମଙ୍କୁ ନାଗଲୋକର ସେହି କୁଣ୍ଡର ରସ ପିଇବାକୁ ଦେଇଥିଲେ, ଯେଉଁ ରସ ପିଇବା ଦ୍ୱାରା ଭୀମଙ୍କୁ ୧୦ ହଜାର ହାତୀଙ୍କର ବଳ ମିଳିଥିଲା। ଏହି ପ୍ରକାର ଭୀମଙ୍କୁ ୧୦ ହଜାର ହାତୀଙ୍କର ବଳ ପ୍ରାପ୍ତି ହୋଇଥିଲା।



from Odisha Reporter https://ift.tt/2OydEMb

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages