ଜେଜେ ମାଆ ଆଗରେ ଜଳିଗଲା ନାତୁଣୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, October 3, 2018

ଜେଜେ ମାଆ ଆଗରେ ଜଳିଗଲା ନାତୁଣୀ

ପଟ୍ଟାମୁଣ୍ଡାଇ (ପ୍ରବୀର କୁମାର ନାୟକ): ଜେଜେମା’ଙ୍କ ଆଗରେ ନାତୁଣୀ ଜଳିଗଲେ । ଆଜି ଏପରି ଅଭାବନୀୟ ଘଟଣା କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ଥାନା ଅଞ୍ଚଳରେ ଘଟିଛି। ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି।

ପୂରା ଘଟଣା ଏମିତି। ବାଉଁଶମୂଳ ଗାଁର ଅଭୟ ରାଉଳ ଓ ତାଙ୍କ ସ୍ତ୍ରୀ ରାଜ୍ୟ ବାହାରେ କାମ କରନ୍ତି। ତେଣୁ ଘରେ ବୃଦ୍ଧା ଜେଜେମା’ଙ୍କ ସହିତ ଦଶମ ଶ୍ରେଣୀରେ ପାଠ ପଢୁଥିବା ଝିଅ ପ୍ରିୟସ୍ମିତା ରୁହନ୍ତି। ଆଜି କିନ୍ତୁ ସେ ସ୍କୁଲ ଯାଇନଥିଲେ। ଘରେ ଏକାକୀ ଥିଲେ। ଜେଜେମା’ ଘର ବାହାରେ କାମ କରୁଥିଲେ।

ଦିନ ୧୧ଟା ସମୟରେ ହଠାତ ଘରେ ନିଆଁ ଲାଗି ଯାଇଥିଲା। ଦେଖୁଦେଖୁ ନିଆଁ ଚାଳ ଘରେ ବ୍ୟାପି ଯାଇଥିଲା। ନାତୁଣୀର ଚିତ୍କାର ଶୁଣି ଜେଜେମା’ ଗାଁ ଲୋକଙ୍କୁ ଡାକିଥିଲେ। ମାତ୍ର ନିଆଁ ପ୍ରକୋପ ଏତେ ଭୟଙ୍କର ଥିଲା ଯେ ସେମାନେ ନିଆଁକୁ ଆୟତ୍ତ କରିପାରିନଥିଲେ। ଖବର ପାଇ ଅଗ୍ନିଶମ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ନିଆଁ ଆୟତ୍ତ କରିବା ସହିତ ପ୍ରିୟସ୍ମିତାଙ୍କ ମୃତଦେହ ଉଦ୍ଧାର କରିଥିଲେ।



from Odisha Reporter https://ift.tt/2P4Yn2k

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages