ଲାଭଜନକ ପଦବୀ ମାମଲାରେ ୨୭ ଆପ୍‌ ବିଧାୟକଙ୍କୁ ଆଶ୍ୱସ୍ତି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, October 25, 2018

ଲାଭଜନକ ପଦବୀ ମାମଲାରେ ୨୭ ଆପ୍‌ ବିଧାୟକଙ୍କୁ ଆଶ୍ୱସ୍ତି

ନୂଆଦିଲ୍ଲୀ: ଅଫିସ୍‌ ଅଫ୍‌ ପ୍ରଫିଟ୍‌ ବା ଲାଭଜନକ ପଦବୀରେ ରହିଥିବା ଦିଲ୍ଲୀର କ୍ଷମତାସୀନ ଆମ୍‌ ଆଦ୍‌ମୀ ପାର୍ଟିର ୨୭ ଜଣ ବିଧାୟକଙ୍କୁ ଆଜି ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆଶ୍ୱସ୍ତି ଦେଇଛନ୍ତି। ଏହି ବିଧାୟକମାନେ ସହରରେ ଥିବା ବିଭିନ୍ନ ହସ୍ପିଟାଲ୍‌ ପାଇଁ ଲାଗୁ ହୋଇଥିବା ରୋଗୀ କଲ୍ୟାଣ ସମିତିର ଅଧ୍ୟକ୍ଷ ଭାବେ କାର୍ଯ୍ୟ କରୁଥିବାରୁ ଏହି ବିଧାୟକମାନଙ୍କ ସଭ୍ୟପଦ ରଦ୍ଦ କରିବାକୁ ଦାବି ହୋଇଥିଲା। ଏହା ଅଫିସ୍‌ ଅଫ୍‌ ପ୍ରଫିଟ୍‌ ଅଧୀନରେ ଆସୁଥିବାରୁ ଏଭଳି ଦାବି ହୋଇଥିଲା। କିନ୍ତୁ ନିର୍ବାଚନ କମିଶନ(ଇସି)ଙ୍କ ସହ ଏ ସମ୍ପର୍କରେ ଆଲୋଚନା କରିବା ପରେ ରାଷ୍ଟ୍ରପତି ବିଧାୟକଙ୍କ ସପକ୍ଷରେ ମତ ଦେଇଛନ୍ତି।

ଉଲ୍ଲେଖଯୋଗ୍ୟ, ଗତ ଜୁଲାଇ ମାସରେ ଇସି ଏଭଳି ଅଭିଯୋଗରେ କୌଣସି ବୈଧତା ନାହିଁ ବୋଲି କହିଥିଲେ।

ବିଧାୟକଙ୍କ ସଭ୍ୟପଦ ରଦ୍ଦ ପାଇଁ ଦାବି କରି ପ୍ରଥମେ ଏକ ଆବେଦନ ରାଷ୍ଟ୍ରପତିଙ୍କ ପାଖକୁ ପଠାଯାଇଥିଲା। ରାଷ୍ଟ୍ରପତି ଏହାକୁ ଇସିଙ୍କ ନିକଟକୁ ପଠାଇ ଦେଇଥିଲେ। ଏପ୍ରିଲ ୨୫ରୁ ଏହାକୁ ନେଇ ବାଦ୍‌ବିବାଦ ସୃଷ୍ଟି ହୋଇଥିଲା।



from Odisha Reporter https://ift.tt/2EKTOtq

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages