୩୦ ବର୍ଷ ପରେ ଏକାଠି ହେବେ ଅମିତାଭ-ଶବାନା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, October 25, 2018

୩୦ ବର୍ଷ ପରେ ଏକାଠି ହେବେ ଅମିତାଭ-ଶବାନା

ନୂଆଦିଲ୍ଲୀ: ୧୯୮୯ରେ ରିଲିଜ୍‌ ହୋଇଥିବା ଚଳଚ୍ଚିତ୍ର ‘ମେଁ ଆଜାଦ୍‌ ହୁଁ’ ଆପଣ ନିଶ୍ଚୟ ଦେଖିଥିବେ। ଏଥିରେ ଲୋକପ୍ରିୟ ଅଭିନେତା ଅମିତାଭ ବଚ୍ଚନ ଏବଂ ଅଭିନେତ୍ରୀ ଶବାନା ଆଜ୍‌ମୀ ଏକାଠି ଦେଖିବାକୁ ମିଳିଥିଲା। ଏହାପରେ ଦୁହେଁ ୨୦୦୭ରେ ରିଲିଜ୍‌ ହୋଇଥିବା ଶାହାରୁଖ୍‌ ଖାନ୍‌ଙ୍କ ଅଭିନୀତ ଚଳଚ୍ଚିତ୍ର ‘ଓମ୍‌ ଶାନ୍ତି ଓମ୍‌’ରେ ଅତିଥି କଳାକାର ଭାବେ ନଜର ଆସିଥିଲେ।

ସେବେଠାରୁ ଦୁହିଁଙ୍କୁ  କୌଣସି ଚଳଚ୍ଚିତ୍ରରେ ଏକାଠି ଅଭିନୟ କରୁଥିବା ଦେଖିବାକୁ ମିଳି ନ ଥିଲା।

ହେଲେ ପୁଣି ୩୦ ବର୍ଷ ପରେ ଏହି ୨ ଭେଟେରାନ କଳାକାର ଏବେ ଏକାଠି ପରଦାକୁ ଆସୁଛନ୍ତି। ସୂଚନା ଅନୁସାରେ ନିର୍ଦ୍ଦେଶକ ଅନୁରାଗ ବାସୁ ନିଜର ଏକ ମଲ୍‌ଟିଷ୍ଟାର ଅନ୍‌ଟାଇଟଲ୍‌ ଫିଲ୍ମରେ ଅମିତାଭ ବଚ୍ଚନ ଓ ଶବାନା ଆଜ୍‌ମୀଙ୍କୁ କାଷ୍ଟ୍‌ କରିବାକୁ ଯାଉଛନ୍ତି।
ଏହା ସହିତ ଅନୁରାଗ ଏହି ଫିଲ୍ମରେ ଅମିତାଭ-ଶବାନା ଯୋଡ଼ିଙ୍କ ସହିତ ଆଦିତ୍ୟ ରାୟ କପୁର୍‌, ସୈଫ୍  ଅଲ୍ଲୀ ଖାନ୍‌, ତାପସୀ ପନ୍ନୁଙ୍କୁ ଅଭିନୟ କରିବା ପାଇଁ ମଧ୍ୟ ଫାଇନାଲ୍‌ କରି ସାରିଛନ୍ତି। ନିଜ ଫିଲ୍ମ ‘ବାଜାର’ ପାଇଁ ଦେଉଥିବା ଇଣ୍ଟରଭ୍ୟୁରେ ସୈଫ୍‌ ଅନୁରାଗ ବାସୁଙ୍କ ସହିତ ଫିଲ୍ମ କରୁଥିବା ସୂଚନା ଦେଇଥିଲେ।
ଖବର ଅନୁସାରେ ଅନୁରାଗ ବାସୁଙ୍କର ଏହି ଫିଲ୍ମରେ ଚାରୋଟି ଅଲଗା ଅଲଗା ଯୋଡ଼ିଙ୍କର କାହାଣୀ ରହିଛି।

୨୦୦୭ରେ ରିଲିଜ୍‌ ହୋଇଥିବା ମଲ୍‌ଟି ଷ୍ଟାର୍‌ ଚଳଚ୍ଚିତ୍ର ‘ଲାଇଫ୍‌ ଅନ୍‌ ଏ ମେଟ୍ରୋ’ର ଏହା ଦ୍ୱିତୀୟ ଭାଗ ବୋଲି କୁହାଯାଉଛି। କିନ୍ତୁ ଅନୁରାଗ ଏହି ପ୍ରୋଜେକ୍ଟ ବିଷୟରେ କୌଣସି ତଥ୍ୟ ଦେଇନାହାନ୍ତି। ସେ ବର୍ତ୍ତମାନ ଅଭିଷେକ ବଚ୍ଚନଙ୍କ ସହିତ ଫିଲ୍ମ ସୁଟିଂରେ ବ୍ୟସ୍ତ ରହିଛନ୍ତି।
ଅନୁରାଗଙ୍କ ମତରେ, ଫିଲ୍ମ ତିଆରି ନ ହେବା ପର୍ଯ୍ୟନ୍ତ ଏହା ପ୍ରଚାର କରିବା ଦ୍ୱାରା ଫିଲ୍ମ ଉପରେ ଏହାର ପ୍ରଭାବ ପଡ଼ିଥାଏ। ତାଙ୍କ ନିର୍ଦ୍ଦେଶିତ ପୂର୍ବ ପିଲ୍ମ ‘ଜଗା ଜାସୁସ୍‌’ର ପ୍ରଚାର ହେବା ଦ୍ୱାରା ତାଙ୍କୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥିଲା। ଏହି ଫିଲ୍ମକୁ ତିଆରି କରିବା ପାଇଁ ତାଙ୍କୁ ସାଢ଼େ ତିନି ବର୍ଷ ସମୟ ଲାଗିଥିଲା। ଯେଉଁଥିପାଇଁ ଏହା ଚର୍ଚ୍ଚାର ବିଷୟ ପାଲଟିଥିଲା।



from Odisha Reporter https://ift.tt/2CFmdyn

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages