ମାଲେମାଲ ପୁଲିସ ବଡ଼ବାବୁ, ସରକାର ଜାଣି ଅଜଣା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, October 7, 2018

ମାଲେମାଲ ପୁଲିସ ବଡ଼ବାବୁ, ସରକାର ଜାଣି ଅଜଣା

ଭୁବନେଶ୍ବର: ରାଜ୍ୟରେ ଏକ ନିର୍ଦ୍ଦିଷ୍ଟ ଶ୍ରେଣୀର ଘରୋଇ ସଂସ୍ଥାଗୁଡ଼ିକୁ ଲାଇସେନ୍ସ ଦେବା ଆଳରେ ଜଣେ ପୁଲିସ ବଡ଼ବାବୁ ଲକ୍ଷ ଲକ୍ଷ ଟଙ୍କା ଲୁଟ କରୁଥିବା ଚର୍ଚ୍ଚା ହେଉଛି।

ଗୁଜବ ଗଳିରେ ଶୁଣିବାକୁ ମିଳୁଛି, ଜଣେ ଆଇପିଏସ୍ ଅଫିସର ଗତ କିଛି ମାସ ହେଲା ନିଜ ଷ୍ଟେନୋଙ୍କ ମାଧ୍ୟମରେ କୁଆଡ଼େ ଲକ୍ଷ ଲକ୍ଷ ଟଙ୍କାର ଚାନ୍ଦା ଆଦାୟ କରୁଛନ୍ତି। ରାଜ୍ୟରେ ଏକ ନିର୍ଦ୍ଦିଷ୍ଟ ଶ୍ରେଣୀର ଘରୋଇ ସଂସ୍ଥାକୁ ଲାଇସେନ୍ସ ପ୍ରଦାନ କରିବା ମାମଲାରେ ସମ୍ପୃକ୍ତ ବାବୁଙ୍କ ସୁପାରିସ ନ ମିଳିଲେ ନହୁଏ, ଅର୍ଥାତ ଫାଇଲ ଆଗକୁ ବଢ଼େନି। ତେଣୁ ରାଜ୍ୟତମାମ ଯେତେ ସେଭଳି ସଂସ୍ଥା ଅଛନ୍ତି ସେମାନେ କୁଆଡ଼େ ତାଙ୍କ ଅଫିସରେ ଆସି ଧାଡ଼ି ବାନ୍ଧନ୍ତି ଏବଂ ତାଙ୍କରି ଦସ୍ତଖତ ପାଇଁ ତାଙ୍କ ଷ୍ଟେନୋଙ୍କ ପାଖକୁ ବାରମ୍ବାର ଦୌଡ଼ନ୍ତି।

କିନ୍ତୁ କୁଆଡ଼େ ସେହି ବାବୁଙ୍କ ଷ୍ଟେନୋ ସମ୍ପୃକ୍ତ ସଂସ୍ଥାଗୁଡ଼ିକୁ ଖୋଲାଖୋଲି ବଡ଼ ପରିମାଣର ଟଙ୍କା ଲାଞ୍ଚ ଦେବାକୁ ବାଧ୍ୟ କରନ୍ତି। ଯଦି କୌଣସି ସଂସ୍ଥା ଲାଞ୍ଚ ଦେବାକୁ ରାଜି ହୁଏନି ବା ଖେଳେ, ତା’ହେଲେ ଷ୍ଟେନୋ ତାଙ୍କ ଫାଇଲକୁ ବାବୁଙ୍କ ଦସ୍ତଖତ ପାଇଁ ପଠାଯାଇ ପାରିବନି ବୋଲି ମୁହେଁ ମୁହେଁ କହି ଦିଅନ୍ତି। ଅନ୍ୟ ଉପାୟ ନପାଇ ସେମାନେ ତଣ୍ଡ ଗଣନ୍ତି ଏବଂ କାମ ହାସଲ କରନ୍ତି।

ଷ୍ଟେନୋଙ୍କ ଏଭଳି ବଟି ଆଦାୟ ଧନ୍ଦା ବିଷୟରେ ଯେ ତାଙ୍କ ହାକିମ ଜାଣନ୍ତି ନାହିଁ ଏବଂ ଏହା ଯେ ସରକାରଙ୍କୁ ଅଜଣା, ଏକଥା କେହି ମାନିବାକୁ ରାଜି ନୁହନ୍ତି। କାରଣ ବାବୁ ଏବେ କୁଆଡ଼େ ହଠାତ ମାଲେମାଲ ହୋଇଛନ୍ତି ବୋଲି ଚର୍ଚ୍ଚା।

ଶୁଣାଯାଉଛି, ଏବେ କୁଆଡ଼େ ସମ୍ପୃକ୍ତ ପୁଲିସ ବଡ଼ବାବୁ ଅନ୍ୟ ଏକ ରାଜ୍ୟରେ ଏକ ବିଶାଳ ଫାର୍ମ ହାଉସ୍ କିଣିଛନ୍ତି, ଯାହାର ଆନୁମାନିକ ମୂଲ୍ୟ ୧୨ରୁ ୧୫କୋଟି ଟଙ୍କା ହେବ। ସବୁଠୁ ବଡ଼କଥା ହେଲା ଏହା କୁଆଡ଼େ ଓଡ଼ିଶାର ଜଣେ ଟପ୍ ନେତାଙ୍କ ଫାର୍ମ ହାଉସ୍ ଠାରୁ ମାତ୍ର ୪୦୦ମିଟର ଦୂରରେ ରହିଛି। ତେବେ ବାବୁଙ୍କ ଫାର୍ମ ହାଉସ୍ କିଣା ଘଟଣା ଏବେ କୁଆଡ଼େ କେବଳ ଆଇପିଏସ୍ ମହଲରେ ନୁହେଁ, ସାରା ପୁଲିସ ବିଭାଗରେ ସରଗରମ ଚର୍ଚ୍ଚାର ବିଷୟ ହୋଇଛି।



from Odisha Reporter https://ift.tt/2ON3NSC

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages