ସହିଦ ଯବାନଙ୍କ ଅନ୍ତିମ ସଂସ୍କାର ବେଳକୁ ଜନ୍ମ ନେଲା ତାଙ୍କର ପ୍ରଥମ ସନ୍ତାନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, October 23, 2018

ସହିଦ ଯବାନଙ୍କ ଅନ୍ତିମ ସଂସ୍କାର ବେଳକୁ ଜନ୍ମ ନେଲା ତାଙ୍କର ପ୍ରଥମ ସନ୍ତାନ

ଶ୍ରୀନଗର: ଦେଶର ସେବା କରୁ କରୁ ଲାନ୍ସ ନାଏକ ରଣଜିତ ସିଂହ ଭୁଟାୟଲ ପାକିସ୍ତାନୀ ଆତଙ୍କବାଦୀଙ୍କ ଗୁଳିରେ ସହିଦ ହେଲେ। ହେଲେ ମଙ୍ଗଳବାର ତାଙ୍କ ଅନ୍ତିମ ସଂସ୍କାରର ମାତ୍ର କିଛି ଘଣ୍ଟା ପୂର୍ବରୁ ସହିଦଙ୍କ ଘରକୁ ଆସିଛନ୍ତି, ତାଙ୍କ ପ୍ରଥମ କନ୍ୟା ସନ୍ତାନ। ଝିଅଟି ତା’ ବାପାଙ୍କୁ ଦେଖିବାର ସୁଯୋଗ ସେ କେବେ ବି ପାଇବନି। କାରଣ ସେ ଘରକୁ ଆସିଲା ବେଳକୁ ତା’ ବାପା ସବୁଦିନ ପାଇଁ ଦୁନିଆ ଛାଡ଼ି ଯାଇଛନ୍ତି। ହୁଏତ ଝିଅଟି ଏହି ଦିନ କଥା ମନେ ନ ରଖିପାରେ, କିନ୍ତୁ ସେ ବଡ଼ ହେଲେ ତା’ ବାପାଙ୍କ ବଳିଦାନ ତାକୁ ପ୍ରେରଣା ଯୋଗାଇବ, ଏଥିରେ ସନ୍ଦେହ ନାହିଁ।

ରବିବାର ଦିନ ସୁନ୍ଦରବେନୀ ଠାରେ ଅନୁପ୍ରବେଶ କରିବାକୁ ଉଦ୍ୟମ କରୁଥିବା ଆତଙ୍କବାଦୀଙ୍କ ସହ ଲଢ଼େଇ କରିବା ବେଳେ ୩ ଜଣ ଯବାନ ସହିଦ ହୋଇଥିଲେ। ଏମାନଙ୍କ ମଧ୍ୟରେ ଥିଲେ ଲାନ୍ସ ନାଏକ ରଣଜିତ। ତାଙ୍କ ଘର ଜମ୍ମୁ-କଶ୍ମୀରର ରାମବନ ଗାଁରେ। ଆଜି ତାଙ୍କ ପାର୍ଥିବ ଶରୀରର ଗାଁକୁ ଅନ୍ତିମ ସଂସ୍କାର ପାଇଁ ଅଣା ଯାଇଥିଲା।

୩୬ ବର୍ଷୀୟ ରଣଜୀତ ୧୦ ବର୍ଷ ତଳେ ବିବାହ କରିଥିଲେ ହେଁ ଆଜି ଯାଏ ତାଙ୍କର ସନ୍ତାନସନ୍ତତି ନଥିଲେ। ହେଲେ ୧୦ ବର୍ଷ ପରେ ମିଳିଥିବା ଖୁସିକୁ ଦେଖିବାକୁ ରଣଜିତ ଆଉ ଏ ଦୁନିଆରେ ନାହାନ୍ତି। ଝିଅଟି ଜନ୍ମ ହେବା ବେଳେ ବାପାର ଅନ୍ତିମ ସଂସ୍କାର ହେବା ମଧ୍ୟ ଦୁନିଆରେ ଏକ ବିରଳ ଓ ହୃଦୟବିଦାରକ ଘଟଣା। ସ୍ୱାମୀ ମୃତ୍ୟୁର ଦୁଃଖକୁ ଛାତିରେ ଜାବୁଡ଼ି ରଖି ପତ୍ନୀ ଶିମ୍ପୁ ଦେବୀ ଝିଅଟିକୁ ଜନ୍ମ ଦେଇଥିଲେ। ହେଲେ ଏଭଳି ଏକ ପରିସ୍ଥିତିରେ ସେ ଆଉ ନିଜ ଲୁହକୁ ରୋକି ପାରି ନଥିଲେ। କୋହଭରା କଣ୍ଠରେ ସେ କହିଥିଲେ, “ ମୋ ଝିଅ ତା’ ବାପା ଭଳି ଦେଶ ପାଇଁ କାମ କରିବ।”

ସୋମବାର ରାତିରେ ହିଁ ଶିମ୍ପୁ ଦେବୀ ଗର୍ଭ ଯନ୍ତ୍ରଣା ଅନୁଭବ କରିଥିଲେ। ତାଙ୍କୁ ଜିଲ୍ଲା ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ଭୋର ୫ଟାରେ ସେ ଏକ କନ୍ୟା ସନ୍ତାନଙ୍କୁ ଜନ୍ମ ଦେଇଛନ୍ତି। ରଣଜିତଙ୍କ ଅନ୍ତିମ ସଂସ୍କାର ବେଳେ ଶିମ୍ପୁ ଦେବୀ ଓ ତାଙ୍କ ନବଜାତକ କନ୍ୟାଙ୍କୁ ଶ୍ମଶାନ ଘାଟକୁ ନିଆଯାଇଥିଲା। ଏଭଳି ଏକ ଦୃଶ୍ୟ ଦେଖି ଗାଁ ଲୋକଙ୍କ ଆଖିରେ ଲୁହ ଜକେଇ ଆସିଥିଲା।



from Odisha Reporter https://ift.tt/2PQJ1Pw

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages