୨୦୧୯ରେ ନିର୍ବାଚନ ଲଢ଼ିବେ କି ଗମ୍ଭୀର ଓ ଧୋନି, ଜାଣନ୍ତୁ କେଉଁ ଦଳ ଦେବ ଟିକେଟ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, October 23, 2018

୨୦୧୯ରେ ନିର୍ବାଚନ ଲଢ଼ିବେ କି ଗମ୍ଭୀର ଓ ଧୋନି, ଜାଣନ୍ତୁ କେଉଁ ଦଳ ଦେବ ଟିକେଟ୍‌

ନୂଆଦିଲ୍ଲୀ: କ୍ରିକେଟ୍‌ ବିଶ୍ୱକପ୍‌ ୨୦୧୧ କଥା ସମସ୍ତଙ୍କର ମନେଥିବ। ଏହି ମ୍ୟାଚ୍‌ରେ ଭାରତ ଶ୍ରୀଲଙ୍କାକୁ ହରାଇ ଦୀର୍ଘ ୨୮ ବର୍ଷ ପରେ ବିଶ୍ୱ ଚାମ୍ପିୟନ ହୋଇଥିଲା। ଏହି ମ୍ୟାଚ୍‌ରେ ଭାରତକୁ ଜିତାଇଥିଲେ ଦିଲ୍ଲୀର ବ୍ୟାଟସ୍‌ମ୍ୟାନ୍‌ ଗୌତମ ଗମ୍ଭୀର ଓ ଟିମ୍‌ ଇଣ୍ଡିଆର ଅଧିନାୟକ ମହେନ୍ଦ୍ର ସିଂହ ଧୋନି। ଉଭୟ କ୍ରିକେଟ୍‌ ଜଗତରେ ଅନେକ ଖ୍ୟାତି ଅର୍ଜନ କରିଛନ୍ତି। ତେବେ ଗମ୍ଭୀର ଓ ଧୋନି ନିଜର ରାଜନୀତିକ କ୍ୟାରିୟର୍‌ ଆରମ୍ଭ କରିବାକୁ ଯୋଜନା କରୁଥିବା ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ଜୋର ଧରିଛି।

୨୦୧୯ରେ ଉଭୟ ବିଜେପି ଟିକେଟ୍‌ରୁ ଯଥାକ୍ରମେ ଦିଲ୍ଲୀ ଓ ଝାରଖଣ୍ଡରୁ ନିର୍ବାଚନ ଲଢ଼ିବେ ବୋଲି ‘ଦି ସଣ୍ଡେ ଗାର୍ଡିୟାନ୍‌’ରେ ଖବର ପ୍ରକାଶ ପାଇଛି। ବିଜେପିର ବରିଷ୍ଠ ନେତାମାନେ କ୍ରମାଗତ ଭାବେ ଏହି ଦୁଇ ଖେଳାଳିଙ୍କ ସହ ଯୋଗାଯୋଗରେ ରହିଛନ୍ତି ବୋଲି ମଧ୍ୟ ଏହି ଖବରରେ ଉଲ୍ଲେଖ କରାଯାଇଛି।

‘ଦି ସଣ୍ଡେ ଗାର୍ଡିୟାନ୍‌’ର ଖବର ଅନୁଯାୟୀ, ବିଜେପି ବର୍ତ୍ତମାନର ଦଳର ସାଂସଦ ମୀନାକ୍ଷୀ ଲେଖିଙ୍କ ସ୍ଥାନରେ ଗମ୍ଭୀରଙ୍କୁ ଲୋକସଭା ଟିକେଟ୍‌ ଦେବାକୁ ଚାହୁଁଛି। କାରଣ ମୀନାକ୍ଷୀ ଲେଖିଙ୍କ କାର୍ଯ୍ୟରେ ଦିଲ୍ଲୀବାସୀ ଖୁସି ନୁହନ୍ତି। ତେଣୁ ଦିଲ୍ଲୀର ଏହି ଆସନ ବିଜେପି ହାତରୁ ଖସି ଯିବାକୁ ବସିଛି। ଯେହେତୁ ଗମ୍ଭୀରଙ୍କ ଫ୍ୟାନ୍‌ ସଂଖ୍ୟା ଅଧିକ ଏବଂ ସେ ଅନେକ ସାମାଜିକ କାର୍ଯ୍ୟରେ ନିଜକୁ ସାମିଲ କରନ୍ତି, ସେଥିରୁ ବିଜେପି ଫାଇଦା ହାସଲ କରିବା ଲକ୍ଷ୍ୟରେ ରହିଛି। ତେଣୁ ତାଙ୍କୁ ଦଳ ପକ୍ଷରୁ ପ୍ରାର୍ଥୀ କରିବାକୁ ଉଦ୍ୟମ ଆରମ୍ଭ ହୋଇଛି।

ନିକଟରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ମଧ୍ୟ ଧୋନିଙ୍କୁ ଭେଟିଥିଲେ। ତାଙ୍କୁ ଦଳ ଝାରଖଣ୍ଡରୁ ପ୍ରାର୍ଥୀ କରିବାକୁ ଚାହୁଁଥିବା ସେତେବେଳ ଚର୍ଚ୍ଚା ହୋଇଥିଲା।

‘ଦି ସଣ୍ଡେ ଗାର୍ଡିୟାନ୍‌’ ଜଣେ ବରିଷ୍ଠ ବିଜେପି ନେତାଙ୍କ ଉକ୍ତିକୁ ଉଦ୍ଧାର କରି ଏହି ଖବର ପ୍ରକାଶ କରିଛି। ଉକ୍ତ ନେତା ଜଣଙ୍କ ନିଜ ନାଁ ଗୋପନ ରଖି କହିଛନ୍ତି, “ ଉଭୟ ଖେଳାଳିଙ୍କ ଲୋକପ୍ରିୟତା ଅଧିକ ରହିଛି। ସେମାନଙ୍କୁ ସମସ୍ତେ ସମ୍ମାନ କରନ୍ତି। ସେମାନେ ଯେ କେବଳ କ୍ରିକେଟ୍‌ରେ ନେତୃତ୍ୱ ନେଉଛନ୍ତି ତାହା ନୁହେଁ, ସେମାନେ ଦେଶର ମଧ୍ୟ ନେତୃତ୍ୱ ନେଉଛନ୍ତି। ତେଣୁ ସେଭଳି ବ୍ୟକ୍ତିବିଶେଷଙ୍କୁ ଦଳ ନିଜ ସାଥୀରେ ରଖିବାକୁ ଚାହେଁ। ଏନେଇ ଦଳର ବରିଷ୍ଠ ନେତାମାନେ ଗମ୍ଭୀର ଓ ଧୋନିଙ୍କ ଯୋଗାଯୋଗରେ ରହିଛନ୍ତି।”

ଆଉ ଏକ ଗଣମାଧ୍ୟମ ‘ଫାଷ୍ଟପୋଷ୍ଟ’ର ରିପୋର୍ଟ ଅନୁଯାୟୀ, ଏଭଳି ଖବରରେ କୌଣସି ସତ୍ୟତା ନଥିବା କଥା ଗମ୍ଭୀର ଓ ଧୋନିଙ୍କ ପକ୍ଷରୁ କୁହାଯାଇଛି। ‘ଫାଷ୍ଟପୋଷ୍ଟ’ ପକ୍ଷରୁ ଗମ୍ଭୀରଙ୍କ ମ୍ୟାନେଜର ଦୀନେଶ ଚୋପ୍ରାଙ୍କ ସହ ଯୋଗାଯୋଗ କରାଯାଇଥିଲେ ହେଁ ସେ ଏ ସମ୍ପର୍କରେ କୌଣସି ପ୍ରତିକ୍ରିୟା ଦେଇ ନାହାନ୍ତି।



from Odisha Reporter https://ift.tt/2Pgf528

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages