
ବାରିପଦା (ମାଣିକ ଲାଲ୍ ପାଣି): ମୟୁରଭଞ୍ଜ ଜିଲ୍ଲା କୁଳିଅଣା ଥାନା ଅନ୍ତର୍ଗତ ଅନ୍ଧାରୀ ଛକରେ ନିକଟରେ ଆଜି ସକାଳ ପ୍ରାୟ ୭ଟା ବେଳେ ଏକ ପିକ୍ଅପ୍ ଭ୍ୟାନ୍ ଓଲଟି ପଡ଼ିବାରୁ ୧୮ ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଅଛନ୍ତି ୧୬ ଜଣ ମହିଳା ଓ ୨ ଜଣ ପୁରୁଷ।
ଆହତଙ୍କ ମଧ୍ୟରୁ ୪ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ସମସ୍ତ ଆହତଙ୍କୁ ବାରିପଦା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ସମସ୍ତ ଆହତ ହେଉଛନ୍ତି ଶ୍ରମିକ। ସେମାନେ କଳମା, ବର୍ତ୍ତନା ଓ ରାଘବପୁର ଅଞ୍ଚଳର। ସେମାନେ ଏହି ପିକ୍ଅପ୍ ଭ୍ୟାନ୍ରେ ବିଶୋଇ ଅଞ୍ଚଳକୁ ଯାଉଥିଲେ। ତେବେ ଅନ୍ଧାରୀ ଛକ ନିକଟରେ ଜାତୀୟ ରାଜପଥ ୧୮ରେ ଭ୍ୟାନ୍ର ପଛ ଚକା ଫାଟି ଯାଇଥିଲା। ଏହା ପରେ ଭ୍ୟାନ୍ଟି ଭାରସାମ୍ୟ ହରାଇ ରାସ୍ତା ଉପରେ ଓଲଟି ପଡ଼ିଥିଲା।
ସ୍ଥାନୀୟ ଲୋକେ ୧୦୮ ଆମ୍ବୁଲାନ୍ସ ଡାକି ସେମାନଙ୍କୁ ବାରିପଦା ଡାକ୍ତରଖାନା ପଠାଇଥିଲେ।
ଘଟଣାସ୍ଥଳରୁ ପିକ୍ଅପ୍ ଭ୍ୟାନ୍ ଡ୍ରାଇଭର ଓ ତାଙ୍କ ସହଯୋଗୀ ଫେରାର ହୋଇ ଯାଉଥିବା ବେଳେ ସ୍ଥାନୀୟ ଲୋକେ ସେମାନଙ୍କୁ ଧରି ପୁଲିସ୍ ଜିମା ଦେଇଥିଲେ। ପୁଲିସ୍ ଭ୍ୟାନ୍ଟିକୁ ଜବତ କରିଛି।
from Odisha Reporter https://ift.tt/2Pb3rpm
No comments:
Post a Comment