
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବାସ୍ତୁ ଶାସ୍ତ୍ରର ଉପଯୋଗ ଦ୍ୱାରା ଘରକୁ ସୁଖ, ସମ୍ପଦ ଏବଂ ସମୃଦ୍ଧି ଆସିଥାଏ ବୋଲି ବିଶ୍ୱାସ ରହିଛି। ସେହିପରି ଘରେ ବାସ୍ତୁ ଦୋଷ ରହିଲେ, ନାନା ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥାଏ । ସ୍ୱାସ୍ଥ୍ୟରେ ଅବନତି ଏବଂ କାର୍ଯ୍ୟକ୍ଷେତ୍ରରେ ମଧ୍ୟ ବିଫଳତାର ସାମ୍ନା କରିବାକୁ ପଡ଼ିଥାଏ।
ତେବେ ଏପରି କିଛି ଛୋଟ ଛୋଟ କଥା ଅଛି, ଯେଉଁଗୁଡ଼ିକୁ ଗୁରୁତ୍ୱ ଦେଲେ ଆପଣଙ୍କ ଘରେ ବାସ୍ତୁ ଦୋଷ ରହିବ ନାହିଁ।
ସକାଳୁ ଗାଧୋଇବା ପରେ ଯଦି ଆପଣ ସୂର୍ଯ୍ୟଦେବତାଙ୍କୁ ପାଣି ଦେଉଛନ୍ତି, ତେବେ ସର୍ବଦା ତମ୍ୱା ପାତ୍ରରେ ପାଣି ଦିଅନ୍ତୁ। ଏପରି କରିବା ଦ୍ୱାରା ଆପଣଙ୍କ ଘରେ ଥିବା ବାସ୍ତୁ ଦୋଷ ଦୂର ହୋଇଥାଏ।
ଘରେ ରୁଟି ତିଆରି କରିବା ସମୟରେ ପ୍ରଥମ ରୁଟି ଗାଈମାନଙ୍କ ପାଇଁ ଏବଂ ଶେଷ ରୁଟିଟି କୁକୁରଙ୍କ ପାଇଁ କାଢ଼ି ରଖନ୍ତୁ। ଏପରି କଲେ, ଆପଣଙ୍କ ଘରେ ଥିବା ବାସ୍ତୁଦୋଷ ମଧ୍ୟ ଦୂର ହୋଇଥାଏ।
ସେହିପରି ଆପଣଙ୍କ ଠାକୁର ଘରର ଦ୍ୱାର ମୁଁହରେ ସର୍ବଦା ଏକ ପିତ୍ତଳ ଢାଳରେ ପାଣି ପୂର୍ଣ୍ଣ କରି ରଖନ୍ତୁ। ପରଦିନ ଏହି ପାଣିକୁ ଘରର ଚାରିଆଡ଼େ ସିଞ୍ଚନ କରନ୍ତୁ। ଏହା କରିବା ଦ୍ୱାରା ଘରେ ସକାରାତ୍ମକ ଉର୍ଜା ସୃଷ୍ଟି ହୋଇଥାଏ।
ଠାକୁର ପୂଜାରେ ଆପଣ ବ୍ୟବହାର କରିଥିବା ଫୁଲକୁ ଘରେ ରଖନ୍ତୁ ନାହିଁ। ଏହି ଶୁଖିଲା ଫୁଲ ଆପଣଙ୍କ ଘରେ ରହିଲେ ନକାରାତ୍ମକ ଉର୍ଜା ଘରେ ସୃଷ୍ଟି ହୋଇଥାଏ। ଏଥିପାଇଁ ସର୍ବଦା ଏହି ଶୁଖିଲା ଫୁଲକୁ ଘରେ ନ ରଖି ପାଣିରେ ଭସାଇ ଦିଅନ୍ତୁ।
from Odisha Reporter https://ift.tt/2R3oVSb
No comments:
Post a Comment