
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଡିପ୍ ଡିପ୍ରେସନରୁ କ୍ରମେ ବାତ୍ୟାର ରୂପ ନେଉଛି ତିତ୍ଲି। ଆସନ୍ତା ୧୨ ଘଣ୍ଟାରେ ଏହା ଭୟଙ୍କର ବାତ୍ୟାରେ ପରିଣତ ହେବ। ୧୧ ତାରିଖ ସକାଳେ ତିତ୍ଲି ସ୍ଥଳଭାଗ ଛୁଇଁବାର ସମ୍ଭାବନା ରହିଛି।
ଆନ୍ଧ୍ରପ୍ରଦେଶର କଳିଙ୍ଗପଟନମ୍ ଏବଂ ଓଡ଼ିଶାର ଗୋପାଳପୁର ମଧ୍ୟରେ ଏହା ସ୍ଥଳଭାଗ ଛୁଇଁବ ବୋଲି ଅନୁମାନ କରାଯାଉଛି। ଏବେ ଏହା ଗୋପାଳପୁରଠୁ ୪୧୦ କି.ମି. ଓ କଳିଙ୍ଗପଟନମ୍ଠାରୁ ୩୪୦ କି.ମି. ଦୂରରେ ରହିଛି।
ସ୍ଥଳଭାଗ ଛୁଇଁବା ବେଳକୁ ତିତ୍ଲି ଭୟଙ୍କର ରୂପ ନେଇ ସାରିଥିବ। ସେତେବେଳକୁ ଏହାର ଘଣ୍ଟା ପ୍ରତି ବେଗ ୧୦୦ରୁ ୧୨୫ କି.ମି. ବେଗ ରହିବ।
ତିତ୍ଲିର ପ୍ରଭାବରେ ଓଡ଼ିଶାର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବେଗରେ ପବନ ହେବାର ସମ୍ଭାବନା ରହିଛି। ବିଶେଷ କରି ଗଞ୍ଜାମ, ଗଜପତି, ପୁରୀ ଓ ଜଗତସିଂହପୁର ଜିଲ୍ଲାରେ ପ୍ରବଳ ବର୍ଷା ହେବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।
୫ ଜିଲ୍ଲାରେ ସ୍କୁଲ୍, କଲେଜ୍ ବନ୍ଦ
ତିତ୍ଲି ଭୟଙ୍କର ରୂପ ନେଉଥିବାରୁ ସତର୍କତା ଦୃଷ୍ଟିରୁ ଆଜି ଗଞ୍ଜାମ, ଗଜପତି, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା ସ୍କୁଲ, କଲେଜ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏ ସବୁ ଜିଲ୍ଲାରେ ଅଙ୍ଗନବାଡ଼ି କେନ୍ଦ୍ର ବି ବନ୍ଦ ରହିବ।
from Odisha Reporter https://ift.tt/2OQWSrJ
No comments:
Post a Comment