
ଚୌଦ୍ୱାର (ଓଡ଼ିଶା ରିପୋର୍ଟର): ଫାର୍ମରେ ଚାଲିଥିଲା ଦେହବେପାର। ପୁଲିସ ଏହାର ସୂଚନା ପାଇ ଚଢ଼ଉ କରିବା ପରେ ଦେହବେପାରରେ ନିୟୋଜିତ ହୋଇଥିବା ଜଣେ ଯୁବତୀଙ୍କୁ ଉଦ୍ଧାର କରିଛି। ଏହିଛଡ଼ା ଦୁଇ ଦେହ ଦଲାଲଙ୍କୁ ଗିରଫ ମଧ୍ୟ କରିଛି।
କଟକ ସଦର ଥାନା ମଣ୍ଡାପଡ଼ାରେ ଏକ ଫାର୍ମରେ ସେକ୍ସ ରାକେଟ୍ ଚାଲିଥିଲା। ଏ ସମ୍ପର୍କରେ ପୁଲିସ ଜାଣିପାରି ଚଢଉ କରି ଜଣେ ଯୁବତୀଙ୍କୁ ଉଦ୍ଧାର କରିଛି। ଦେହ ବେପାରରେ ଲାଗିଥିବା ୨ ଯୁବକଙ୍କୁ ମଧ୍ୟ ଗିରଫ କରିଛି ପୁଲିସ। ସେମାନଙ୍କଠାରୁ ୩ଟି ବାଇକ୍, ନଗଦ ୨୩୦୦ ଟଙ୍କା, ମୋବାଇଲ ଓ କେତେକ ଆପତ୍ତିଜନକ ସାମଗ୍ରୀ ଜବତ କରିଛି। ମାତ୍ର କେତେଦିନ ଧରି ସେଠାରେ ସେକ୍ସ ରାକେଟ୍ ଚାଲିଥିଲା ତାହା ଜଣାପଡ଼ିନାହିଁ।
from Odisha Reporter https://ift.tt/2Sz7rib
No comments:
Post a Comment