କମ୍ପ୍ୟୁଟର ଶିକ୍ଷା ନାଁରେ ହରିଲୁଟ୍‌ ହୋଇଛି କେନ୍ଦ୍ରୀୟ ଅନୁଦାନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, October 31, 2018

କମ୍ପ୍ୟୁଟର ଶିକ୍ଷା ନାଁରେ ହରିଲୁଟ୍‌ ହୋଇଛି କେନ୍ଦ୍ରୀୟ ଅନୁଦାନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ କମ୍ପ୍ୟୁଟର ଶିକ୍ଷାର ବିକାଶ ପାଇଁ ଆସୁଛି କୋଟି କୋଟିର କେନ୍ଦ୍ରୀୟ ଅନୁଦାନ। ହେଲେ ଏହି ଅର୍ଥକୁ ହରିଲୁଟ୍‌ କରାଯାଉଛି। ରାଜ୍ୟ ସରକାର ଷ୍ଟେଟ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଏଜୁକେସନାଲ ଟେକ୍ନୋଲୋଜି (SIET) ଭଳି ସଂସ୍ଥାକୁ ତାଲା ପକାଇ ଓଡ଼ିଶା ନଲେଜ କର୍ପୋରେସନ(OKCL) ମାଧ୍ୟମରେ ଟଙ୍କା ଚଳୁ କରୁଛନ୍ତି। ସୂଚନା ଅଧିକାର ଆଇନ୍‌ ବଳରେ ଏପରି ଭୟଙ୍କର ଘୋଟାଲାର ପର୍ଦ୍ଦାଫାସ ହୋଇଛି।

ବିଭିନ୍ନ ରାଜ୍ୟରେ ଥିବା SIET ଜରିଆରେ ଇନ୍‌ଫରମେସନ୍‌ କମ୍ୟୁନିକେସନ ଟେକ୍ନଲୋଜି (ICT) ପ୍ରୋଗ୍ରାମ ଲାଗୁ କରିବାକୁ କେନ୍ଦ୍ର ସରକାର ୨୦୧୧ରୁ ୨୦୧୫ ମଧ୍ୟରେ ୨୦୦ କୋଟିରୁ ଅଧିକ ଟଙ୍କା ଦେଇଥିଲେ। ତେବେ ରାଜ୍ୟ ସରକାର SIETକୁ ବନ୍ଦ କରି OKCL  ଜରିଆରେ ଏହାକୁ କାର୍ଯ୍ୟକାରୀ କରିଥିଲେ। OKCL ସରକାରୀ ଅନୁଷ୍ଠାନ ହୋଇନଥିବା ସତ୍ତ୍ୱେ ରାଜ୍ୟ ସରକାର କେଉଁ କ୍ଷମତା ବଳରେ ଏହାକୁ ଦାୟିତ୍ୱ ଦେଲେ ତାକୁ ନେଇ ଉଠିଛି ପ୍ରଶ୍ନ ଉଠିଛି।

ସେହିପରି ICT ଏକ ଗଣଶିକ୍ଷା କାର୍ଯ୍ୟକ୍ରମ ଓ OKCL ଉଚ୍ଚ ଶିକ୍ଷା ଲାଗି ଉଦ୍ଦିଷ୍ଟ। ତେଣୁ ଗଣଶିକ୍ଷା ଲାଗି ଉଦ୍ଦିଷ୍ଟ ଅର୍ଥକୁ କିଭଳି ଉଚ୍ଚଶିକ୍ଷା ପାଇଁ ଉଦ୍ଦିଷ୍ଟ ଅନୁଷ୍ଠାନକୁ ଦିଆଗଲା ତାକୁ ନେଇ ବି ପ୍ରଶ୍ନ ଉଠିଛି। ତେବେ ଏସଂପର୍କରେ ସେତେବେଳର OKCL ଅଧ୍ୟକ୍ଷ ବିଜୟ ପଟ୍ଟନାୟକଙ୍କୁ ପଚାରିବାରୁ ସେ କିଛି ଜାଣିନଥିବା ଭଳି ପ୍ରତିକ୍ରିୟା ଦେଇଥିଲେ।

ସେପଟେ କମ୍ପ୍ୟୁଟର ଲିଟ୍ରେସି ପ୍ରୋଗ୍ରାମ (OS-CIT) କୋର୍ସ ନାଁରେ OKCL କୋଟି କୋଟି ଟଙ୍କା ଠକିଥିବା ଅଭିଯୋଗ ହୋଇଛି। ଏହି କୋର୍ସ ଲାଗି ପ୍ରତି ବ୍ଳକରେ ଥିବା କମ୍ପ୍ୟୁଟର ଶିକ୍ଷାନୁଷ୍ଠାନଗୁଡିକୁ OKCL ଅନୁବନ୍ଧିତ କରିଥିଲା। ତେବେ ବିଜ୍ଞାପନରେ ଉଚ୍ଚଶିକ୍ଷା ବିଭାଗର ନାଁକୁ ବ୍ୟବହାର କରି ଏହାକୁ ସରକାରୀ କୋର୍ସ କହି କୋଟି କୋଟି ଆଦାୟ କରାଯାଇଥିଲା। ଏମିତିକି ସରକାରୀ ଚାକିରି ପାଇଁ OKCL କୋର୍ସ ବାଧ୍ୟତାମୂଳକ ଦର୍ଶାଇ ରାଜ୍ୟ ସରକାରଙ୍କ ସୂଚନା ଓ ଲୋକ ସଂପର୍କ ବିଭାଗ ମଧ୍ୟ ପ୍ରେସ ଇସ୍ତାହାର ପ୍ରକାଶ କରିଥିଲା।

ସେହିପରି କେବଳ ଛାତ୍ରଛାତ୍ରୀ ନୁହନ୍ତି ୪୦୦୦ ସ୍କୁଲର ଶିକ୍ଷକଶିକ୍ଷୟିତ୍ରୀଙ୍କୁ କମ୍ପ୍ୟୁଟର ଶିକ୍ଷା ଦେବା ନାଁରେ OKCL ୮କୋଟି ୬୪ ଲକ୍ଷ ଟଙ୍କା ଆଦାୟ କରିଥିଲା। ହେଲେ କୌଣସି ସ୍କୁଲର ଜଣେ ବି ଶିକ୍ଷକ କମ୍ପ୍ୟୁଟର ଟ୍ରେନିଂ ପାଇନଥିବା ଅଡିଟରେ ଧରାପଡିବା ପରେ OKCL ଚଳାଇଥିବା ହରିଲୁଟ୍‌ରେ ପର୍ଦ୍ଦାପାସ ହୋଇଥିଲା। କମ୍ପ୍ୟୁଟର ଶିକ୍ଷା ନାଁରେ ରାଜ୍ୟ ସରକାରଙ୍କ ମହାଘୋଟାଲା ସଂପର୍କରେ ପ୍ରତିକ୍ରିୟା ନେବାକୁ ପହଞ୍ଚିଥିଲା ବେଳେ OKCL କର୍ତ୍ତୃପକ୍ଷ ମୁହଁ ଖୋଲିନଥିଲେ।



from Odisha Reporter https://ift.tt/2ziw1uX

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages