ମୋଦି ମୋର ନିର୍ଭରଯୋଗ୍ୟ ବନ୍ଧୁଙ୍କ ମଧ୍ୟରୁ ଅନ୍ୟତମ: ସିଞ୍ଜୋ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, October 28, 2018

ମୋଦି ମୋର ନିର୍ଭରଯୋଗ୍ୟ ବନ୍ଧୁଙ୍କ ମଧ୍ୟରୁ ଅନ୍ୟତମ: ସିଞ୍ଜୋ

ନୂଆଦିଲ୍ଲୀ: ଜାପାନ୍‌ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଶାଂସା କରି କହିଛନ୍ତି, ମୋଦି ତାଙ୍କର ନିର୍ଭରଯୋଗ୍ୟ ବନ୍ଧୁଙ୍କ ମଧ୍ୟରୁ ଅନ୍ୟତମ। ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳକୁ ମୁକ୍ତ ଏବଂ ଅବାଧ ରଖିବା ପାଇଁ ଦ୍ୱିପାକ୍ଷିକ ସହଯୋଗ ଆହୁରି ମଜଭୁତ କରିବାକୁ ସେ ଆଗ୍ରହୀ ଥିବା ଜଣାଇଛନ୍ତି।

ଭାରତ ନିଜକୁ ବିଶ୍ୱଶକ୍ତିଭାବେ ପ୍ରତିପାଦନ କରି ଏସିଆ ଭୂଭାଗକୁ ଆଗକୁ ନେଉଛି, ଯାହାକି ବିଶ୍ୱକୁ ସମୃଦ୍ଧ କରିବାରେ ସହାୟକ ହେଉଛି ବୋଲି ସେ କହିଛନ୍ତି । ସେ ଏହି ଅବସରରେ ଆହୁରି ମଧ୍ୟ ଦୋହରାଇଛନ୍ତି, ଭାରତ ଏବଂ ଜାପାନ୍‌ ମଧ୍ୟରେ ଥିବା ସମ୍ପର୍କ ସମଗ୍ର ବିଶ୍ୱରେ ଅନନ୍ୟ। ଭାରତର ଅର୍ଥନୈତିକ ଅଭିବୃଦ୍ଧିରେ ଜାପାନ ସଦା ସର୍ବଦା ସହଯୋଗ କରିବ ବୋଲି ପ୍ରତିଶ୍ରୁତି ଦେବା ସହିତ ମୁମ୍ବାଇରୁ ଅହମ୍ମଦାବାଦ ଯେଉଁଦିନ ବୁଲେଟ୍‌ ଟ୍ରେନ୍‌ ଗଡ଼ିବ, ତାହା ଭାରତ ଓ ଜାପାନ୍ ମଧ୍ୟରେ ବନ୍ଧୁତ୍ୱର ପ୍ରତୀକ ହୋଇଯିବ। ସେ ଏହି ଅବସରରେ କହିଥିଲେ, “ଗତକାଲିଠାରୁ ଜାପାନ୍‌ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ମୋଦି ମୋର ନିର୍ଭରଯୋଗ୍ୟ ଏବଂ ମୂଲ୍ୟବାନ ବନ୍ଧୁମାନଙ୍କ ମଧ୍ୟରୁ ଅନ୍ୟତମ। ତାଙ୍କୁ ଅତିଥ୍ୟ ପ୍ରଦାନ କରି ମୁଁ ଆନନ୍ଦିତ।”

ଚପ୍‌ଷ୍ଟିକ୍‌ରେ ଖାଇବା ଶିଖିଲେ, ଜାପାନୀଜ୍‌ରେ ଟ୍ୱିଟ୍‌ କଲେ
ସୂଚନାଯୋଗ୍ୟ ଯେ ଟୋକିଓରେ ଏକ ସମ୍ମିଳନୀରେ ଯୋଗ ଦେବାକୁ ଥିବା ମୋଦି ଜାପାନର ସର୍ବୋଚ୍ଚ ପର୍ବତ ଫୁଜିଠାରେ ହୋଟେଲ ମାଉଣ୍ଟ ଫୁଜିରେ ଅବସ୍ଥାନ କରୁଛନ୍ତି। ଏହା ପୂର୍ବରୁ ଦୁହେଁ ୟମାନାଶୀ ଭିଲ୍ଲାଠାରେ ଭେଟ ହୋଇଥିଲେ। ମୋଦି ଆବେଙ୍କ ଆତିଥ୍ୟେୟତାକୁ ପ୍ରଶଂସା କରିବା ସହିତ ଜଣାଛନ୍ତି ଯେ, ବନ୍ଧୁ ସିଞ୍ଜୋ ଆବେ ତାଙ୍କୁ ଚପ୍‌ଷ୍ଟିକ୍‌ ସାହାଯ୍ୟରେ ଖାଇବା ଶିଖାଇଛନ୍ତି। ଏହି କଥା ମୋଦି ଜାପାନୀଜ୍‌ ଭାଷାରେ ଟ୍ୱିଟ୍‌ କରି କହିଛନ୍ତି।



from Odisha Reporter https://ift.tt/2OUI4ch

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages