
ଖୋର୍ଦ୍ଧା (ବଳରାମ ଲେଙ୍କା): ବିଦେଶୀ ପକ୍ଷୀଙ୍କ ଆଗମନରେ ମୁଖରିତ ହେଲାଣି ମରାଳ ମାଳିନୀ ନିଳାମ୍ୱୁ ଚିଲିକା। ଶୀତ ଋତୁ ଆରମ୍ଭରୁ ହ୍ରଦର ମଙ୍ଗଳାଯୋଡ଼ି ଓ ନଳବଣରେ ପହଞ୍ଚି ସାରିଲେଣି ପ୍ରାୟ ୫୦ ପ୍ରଜାତିର ବିଦେଶୀ ବିହଙ୍ଗ। ସାଇବେରିଆ, ମଙ୍ଗୋଲିଆ ଭଳି ଦୂର ସ୍ଥାନରୁ ହଜାର ହଜାର ମାଇଲ ଅତିକ୍ରମ କରି ପକ୍ଷୀ ଚିଲିକାରେ ପହଞ୍ଚୁଛନ୍ତି। ଶୀତ ବଢୁଥିବା ବେଳେ ପ୍ରତିଦିନ ପକ୍ଷୀଙ୍କ ସଂଖ୍ୟା ବି ବଢ଼ିବାରେ ଲାଗିଛି।
ସେପଟେ ପକ୍ଷୀଙ୍କ ଉପରେ ନଜର ରଖିବାକୁ ବନ୍ୟପ୍ରାଣୀ ବିଭାଗ ପକ୍ଷରୁ ୨୨ଟି ବେସ୍ କ୍ୟାମ୍ପ ପ୍ରତିଷ୍ଠା କରାଯାଇଛି। ସୁରକ୍ଷା ଦାୟିତ୍ୱରେ ବନ କର୍ମଚାରୀ ଓ ସ୍ଥାନୀୟ ଯୁବକଙ୍କୁ ପକ୍ଷୀଙ୍କୁ ସୁରକ୍ଷା ଦେବା କାମରେ ନିୟୋଜିତ କରାଯାଇଛି।
ବିଦେଶୀ ପକ୍ଷୀଙ୍କ ଆଗମନ ଯୋଗୁ ମଙ୍ଗଳାଯୋଡ଼ି ପକ୍ଷୀ ଅଭୟାରଣ୍ୟରେ ପର୍ଯ୍ୟଟକଙ୍କ ସଂଖ୍ୟା ମଧ୍ୟ ବଢ଼ିଲାଣି। ଏବେ ଡଙ୍ଗାରେ ବୁଲି ପକ୍ଷୀଙ୍କୁ ନିକଟରୁ ଦେଖିବାର ମଜା ନେଉଛନ୍ତି ଦୂରଦୂରାନ୍ତରୁ ଆସୁଥିବା ପର୍ଯ୍ୟଟକ।
from Odisha Reporter https://ift.tt/2z9mAhc
No comments:
Post a Comment