ଟିକେଟ୍ ବାଣ୍ଟୁଛନ୍ତି ତରୁଣ ପର୍ଯ୍ୟବେକ୍ଷକ ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, October 12, 2018

ଟିକେଟ୍ ବାଣ୍ଟୁଛନ୍ତି ତରୁଣ ପର୍ଯ୍ୟବେକ୍ଷକ !

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଜେଡିର ଯୁବ ଓ ତରୁଣ ପର୍ଯ୍ୟବେକ୍ଷକମାନଙ୍କ ମଧ୍ୟରୁ ଅନେକ ଏବେ କୁଆଡ଼େ ଟିକେଟ୍ ବାଣ୍ଟିବା ନାଁରେ ଚାନ୍ଦା ଆଦାୟ କରୁଛନ୍ତି ବୋଲି ଚର୍ଚ୍ଚା। ଶୁଣିବାକୁ ମିଳୁଛି, ନିର୍ବାଚନକୁ ଦୃଷ୍ଟିରେ ରଖି ଦଳର ଛାତ୍ର ଓ ଯୁବ କର୍ମକର୍ତ୍ତାଙ୍କୁ ବିଜେଡି ରାଜ୍ୟର ବିଭିନ୍ନ ନିର୍ବାଚନମଣ୍ଡଳୀରେ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ଦେଇଛି। ଏହି ତରୁଣ ନେତାମାନେ ଯେଉଁ ବ୍ଲକ କିମ୍ବା ନିର୍ବାଚନମଣ୍ଡଳୀରେ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ପାଇଛନ୍ତି ସେମାନେ କୁଆଡ଼େ ସେଠାରେ ଦଳର ଟିକେଟ୍ ଆଶାୟୀଙ୍କ ସହ ମୂଲଚାଲ କରିବାରେ ଲାଗିଛନ୍ତି।

୮୦ ପ୍ରତିଶତରୁ ଅଧିକ ବିଜେଡି ବିଧାୟକଙ୍କ କାର୍ଯ୍ୟଶୈଳୀକୁ ନେଇ ଏବେ ସ୍ଥାନୀୟ ଅଞ୍ଚଳରେ ଲୋକଙ୍କ ମଧ୍ୟରେ ଆକ୍ରୋଶ ରହିଥିବାର ଫାଇଦା ଉଠାଇ ଏହି ତରୁଣ ପର୍ଯ୍ୟବେକ୍ଷକମାନେ କୁଆଡ଼େ ନିଜର ପତିଆରା ଦେଖାଉଛନ୍ତି। କିଛି ପର୍ଯ୍ୟବେକ୍ଷକ କୁଆଡ଼େ ତୃତୀୟ ମହଲାର ସିଧାସଳଖ ଯୋଗସୂତ୍ରରେ ରହିଛନ୍ତି ବୋଲି ପ୍ରଚାର କରିବାରେ ବ୍ୟସ୍ତ। ଯେଉଁଥିପାଇଁ ନିଜର ଦୁର୍ବଳତା ପଦାରେ ପଡ଼ିବା ଆଶଙ୍କାରେ ପଛଧାଡ଼ିରେ ଥିବା ବିଧାୟକମାନେ ଏବେ ସେମାନଙ୍କୁ ମ୍ୟାନେଜ୍ କରିବାରେ ଲାଗିଛନ୍ତି।

କିଛି ପର୍ଯ୍ୟବେକ୍ଷକ ତ ଏହି ସୁଯୋଗରେ ସେଠାରେ ଏକାଧିକ ଆଶାୟୀ ପ୍ରାର୍ଥୀ ସୃଷ୍ଟି କରିବାରେ ଲାଗିଛନ୍ତି। ସେମାନଙ୍କଠୁ ମୋଟା ଅଙ୍କର ଚାନ୍ଦା ଆଦାୟଠୁ ଆରମ୍ଭ କରି ସେହି ଅଞ୍ଚଳରେ ହେଉଥିବା ବିକାଶମୂଳକ କାର୍ଯ୍ୟର ଠିକାକାମକୁ କୁଆଡ଼େ ଏହି ପର୍ଯ୍ୟବେକ୍ଷକମାନେ ସ୍ଥିର କରିବାରେ ଲାଗିଲେଣି। ପର୍ଯ୍ୟବେକ୍ଷକମାନଙ୍କ ଏଭଳି ମତିଗତିକୁ ଦେଖି ସମ୍ବଲପୁର ଓ ମୟୂରଭଞ୍ଜ ଭଳି ଜିଲ୍ଲାରେ ବିଧାୟକମାନଙ୍କ ମଧ୍ୟରେ କୁଆଡ଼େ ତୀବ୍ର ଅସନ୍ତୋଷ ଦେଖା ଦେଲାଣି। ଆଗକୁ ନିର୍ବାଚନ ଥିବା ତଥା ସିଧାସଳଖ ବିଜେଡି ସୁପ୍ରିମୋଙ୍କୁ ଭେଟିବା ଏହି ବିଧାୟକମାନଙ୍କ ପକ୍ଷରେ ସମ୍ଭବପର ହୋଇନଥିବାରୁ ସେମାନେ ନିଜ ନିଜର ଅସନ୍ତୋଷକୁ ପ୍ରକାଶ କରିପାରୁନାହାନ୍ତି ସତ, ମାତ୍ର ସେମାନଙ୍କର ପୁଞ୍ଜିଭୂତ ଅସନ୍ତୋଷ ଆଗାମୀ ଦିନରେ ଦଳରେ ବିସ୍ଫୋରକ ପରିସ୍ଥିତି ସୃଷ୍ଟି କରିବ ବୋଲି ଚର୍ଚ୍ଚା।

ଦଳ ପକ୍ଷରୁ ଏବେ ଯେଉଁ ଯୁବ ଓ ତରୁଣମାନଙ୍କୁ ପର୍ଯ୍ୟବେକ୍ଷକ କରି ପଠାଯାଉଛି ସେମାନଙ୍କୁ କୁଆଡ଼େ ମାସିକ ୧୫ହଜାର ଟଙ୍କା ଦରମା ମିଳୁଛି। ଆଉ ଯେଉଁ ଅଞ୍ଚଳରେ ସେମାନେ ରହୁଛନ୍ତି ସେଠାରେ ସେମାନଙ୍କର ରହିବା, ଖାଇବା ଓ ଗାଡ଼ିରେ ବୁଲିବା ଖର୍ଚ୍ଚ ସମ୍ପୃକ୍ତ ଅଞ୍ଚଳର ବିଜେଡି ବିଧାୟକ କିମ୍ବା ଆଗଧାଡ଼ିର ନେତାଙ୍କୁ ବହନ କରିବାକୁ ପଡ଼ିଛି। ଜଣେ ଲେଖାଏ ପର୍ଯ୍ୟବେକ୍ଷକଙ୍କ ପିଛା କୁଆଡ଼େ ଏଭଳି ବିଧାୟକମାନଙ୍କୁ କୁଆଡ଼େ ୧ଲକ୍ଷରୁ ୨ଲକ୍ଷ ଟଙ୍କା ମାସିକ ଖର୍ଚ୍ଚ କରିବାକୁ ପଡ଼ୁଛି। ଏସବୁ ପର୍ଯ୍ୟବେକ୍ଷକମାନଙ୍କର ରାଜନୀତିରେ ଅଭିଜ୍ଞତା ନଥିବା ସତ୍ତ୍ୱେ ସେମାନେ ତୃତୀୟ ମହଲାର ଅନୁମୋଦନରେ ଯାଇଥିବାରୁ କୁଆଡ଼େ ଦଳର ବରିଷ୍ଠ ନେତାମାନେ ଚୁପ୍ ରହିବାକୁ ବାଧ୍ୟ ହେଉଥିବା ଚର୍ଚ୍ଚା।



from Odisha Reporter https://ift.tt/2OZjdmS

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages