
ନୂଆଦିଲ୍ଲୀ (ଓଡ଼ିଶା ରିପୋର୍ଟର) : #MeToo ଜାଲରେ ଲଗାତାର ଛନ୍ଦି ହେବାରେ ଲାଗିଛନ୍ତି ପ୍ରଖ୍ୟାତ ସାମ୍ବାଦିକ ତଥା କେନ୍ଦ୍ର ବୈଦେଶିକ ରାଷ୍ଟ୍ରମନ୍ତ୍ରୀ ଏମ୍ଜେ ଆକବର। ତାଙ୍କ ବିରୋଧରେ ଆସିଥିବା ଅଭିଯୋଗ ତାଲିକାରେ ପୁଣି ଯୋଡ଼ିହୋଇଛି ୧୧ ବର୍ଷ ତଳର ଏକ ଯୌନ ଉତ୍ପୀଡ଼ନ ମାମଲା। ଅଭିଯୋଗ ହେଉଛି ୨୦୦୭ ମସିହାରେ ଏମ୍ଜେ ‘ଦି ଏସିଆନ୍ ଏଜ୍’ ଖବରକାଗଜର ସମ୍ପାଦକ ଥିବା ସମୟର। ଆଉ ଅଭିଯୋଗ ଆଣିଛନ୍ତି ବର୍ତ୍ତମାନର ସିଏନ୍ଏନ୍ ରିପୋର୍ଟର ତଥା ସେତେବେଳେ ‘ଦି ଏସିଆନ୍ ଏଜ୍’ରେ ଇଣ୍ଟର୍ଣ୍ଣଶିପ୍ କରୁଥିବା ମଜଲି ଡି ପ୍ୟୁକାମ୍ପ ନାମକ ଜଣେ ମହିଳା ସାମ୍ବାଦିକ।
ମଜଲି ଅଭିଯୋଗ ଆଣି କହିଛନ୍ତି, ‘ମୋତେ ସେତେବେଳେ ୧୮ ବର୍ଷ। ହଠାତ୍ ଦିନେ ଏମ୍ଜେ ଆକବର ମୋତେ ଜୋର ଜବରଦସ୍ତ ଧରିନେଲେ ଏବଂ ଟାଣି ନେଇ କିସ୍ କରିବାକୁ ଲାଗିଲେ।’ ଏମ୍ଜେ ଆକବର ତାଙ୍କ ବାପାଙ୍କ ବନ୍ଧୁ ହୋଇ ମଧ୍ୟ ଏଭଳି ବିଶ୍ୱାସଘାତକତା କରିଥିଲେ ବୋଲି ସେ ଅଭିଯୋଗ ଆଣିଛନ୍ତି। ଏପରି ଅଭିଯୋଗ ସବୁ ଆସିବା ପରେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ସେହି ମହିଳାଙ୍କୁ ନ୍ୟାୟ ମିଳିବ ବୋଲି କହିଛନ୍ତି।
from Odisha Reporter https://ift.tt/2ND8cTv
No comments:
Post a Comment