ଖଲୀଲ ଅହମ୍ମଦଙ୍କୁ ଆଇସିସିର ଚେତାବନୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, October 30, 2018

ଖଲୀଲ ଅହମ୍ମଦଙ୍କୁ ଆଇସିସିର ଚେତାବନୀ

ମୁମ୍ବାଇ: ଉଦ୍ଧତ ଆଚରଣ ପାଇଁ ଟିମ୍‌ ଇଣ୍ଡିଆର ଯୁବ ତଥା ନବାଗତ ପେସ୍‌ ବୋଲର୍ ଖଲୀଲ ଅହମ୍ମଦଙ୍କୁ ଅନ୍ତର୍ଜାତୀୟ କ୍ରିକେଟ୍‌ କାଉନସିଲ୍‌(ଆଇସିସି) ବିଧିବଦ୍ଧ ଭାବେ ଚେତାବନୀ ଦେଇଛି। ୱେଷ୍ଟ୍‌ଇଣ୍ଡିଜ୍‌ ବିପକ୍ଷ ୪ର୍ଥ ଦିନିକିଆରେ ଆଇସିସିର ଆଚରଣବିଧିର ଲେଭେଲ-୧ ନିୟମକୁ ଖଲୀଲ ଉଲ୍ଲଙ୍ଘନ କରିଥିଲେ। ଏଥିପାଇଁ ମ୍ୟାଚ୍‌ ରେଫରୀ କ୍ରିସ୍‌ ବ୍ରଡ୍‌ ମଙ୍ଗଳବାର ତାଙ୍କୁ ବିଧିବଦ୍ଧ ଭାବେ ନୋଟିସ୍‌ ପଠାଇ ନିଜର ଆଚରଣକୁ ନିୟନ୍ତ୍ରଣରେ ରଖିବାକୁ କହିଛନ୍ତି।

ଏଥିସହ ତାଙ୍କୁ ଗୋଟିଏ ଡି-ମେରିଟ୍‌ ପଏଣ୍ଟ ମିଳିଛି।

ଇଣ୍ଡିଜ୍‌ ବ୍ୟାଟିଂର ୧୪ ତମ ଓଭର୍‌ରେ ଖଲୀଲ ବୋଲିଂ କରିବାକୁ ଆସିଥିଲେ। ଏହି ସମୟରେ ମାର୍ଲନ ସାମୁଏଲ୍ସ ବ୍ୟାଟିଂ କରୁଥିଲେ। ତେବେ ଖଲୀଲଙ୍କ ପୂର୍ବ ଓଭର୍‌ରେ ସାମୁଏଲ୍ସ ଚୌକା ମାରିଥିବାରୁ ଏହାର ପ୍ରତିଶୋଧ ନେବାକୁ ଏହି ମୁମ୍ବାଇ ବାମହାତୀ ବୋଲର ଲକ୍ଷ୍ୟ ରଖିଥିଲେ।

ହଠାତ୍‌ ଖଲୀଲଙ୍କ ଏକ ଆଉଟ୍ ସୁଇଂକୁ ବୁଝି ନପାରି ସାମୁଏସ୍‌ ସ୍ଲିପ୍‌ ଅଞ୍ଚଳରେ ଫିଲ୍ଡିଂ କରିଥିବା ରୋହିତଙ୍କ ହାତକୁ କ୍ୟାଚ୍‌ ଦେଇ ଦେଇଥିଲେ। ସାମୁଏଲ୍ସଙ୍କୁ ଆଉଟ୍‌ କରିବା ପରେ ଖଲୀଲ ବେଶ ଉତ୍ସାହିତ ହୋଇପଡ଼ିବା ସହ ତାଙ୍କୁ ଚିଡ଼ାଇବାକୁ ଚେଷ୍ଟା କରିଥିଲେ।

ଏହାକୁ ପ୍ରଥମେ ଫିଲ୍ଡ୍‌ ଅମ୍ପାୟାର ଇଆନ୍‌ ଗୋଲଡ ଓ ଅନୀଲ ଚୌଧୁରୀ ତର୍ଜମା କରିବାରେ ପରେ ଖଲୀଲଙ୍କ ବିରୋଧରେ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।



from Odisha Reporter https://ift.tt/2AAHojC

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages