ଆଇଏମ୍‌ଡିର ଆକଳନ: ୧୮ ଘଣ୍ଟାରେ ସିଭିୟର୍ ସାକ୍ଲୋନିକ୍‌ ଷ୍ଟର୍ମ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, October 9, 2018

ଆଇଏମ୍‌ଡିର ଆକଳନ: ୧୮ ଘଣ୍ଟାରେ ସିଭିୟର୍ ସାକ୍ଲୋନିକ୍‌ ଷ୍ଟର୍ମ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର):ବଙ୍ଗୋପସାଗର କେନ୍ଦ୍ରୀୟସ୍ଥଳରେ ସୃଷ୍ଟି ହୋଇଥିବା ଘୁର୍ଣ୍ଣି ବାତ୍ୟା ତିତ୍‌ଲି ଧୀରେ ଧୀରେ ଉତ୍ତର-ପଶ୍ଚିମାଭିମୁଖୀ ହୋଇଛି। ବାତ୍ୟାର ବେଗ ଗତ ୬ ଘଣ୍ଟା ମଧ୍ୟରେ ଘଣ୍ଟା ପ୍ରତି  ୮ କିମି ରହିଛି। ଏହି ବାତ୍ୟା ଏବେ ଗୋପାଳପୁର ଠାରୁ ୫୯୦ କିମି ଏବଂ କଳିଙ୍ଗପାଟନାମ୍‌ଠାରୁ ୪୩୦ କିମି ଦୂରରେ ରହିଛି।

ଆସନ୍ତା ୧୮ ଘଣ୍ଟା ମଧ୍ୟରେ ଏହା ସିଭିୟର୍ ସାକ୍ଲୋନିକ୍‌ ଷ୍ଟର୍ମର ରୂପନେଇପାରେ ବୋଲି ଭାରତୀୟ ପାଣିପାଗ ବବିଭାଗ ପକ୍ଷରୁ ଆକଳନ କରାଯାଇଛି। ଆଇଏମ୍‌ଡି ପକ୍ଷରୁ ନାଇଟ୍‌ ବୁଲେଟିନ୍‌ରେ ପ୍ରକାଶ ପାଇଥିବା ତାଜା ତଥ୍ୟ ଅନୁଯାୟୀ ଏହି ବାତ୍ୟା ଓଡ଼ିଶାର ଉତ୍ତର-ପୂର୍ବ ଏବଂ ଆନ୍ଧ୍ରର ଉତ୍ତରମୁହାଁ ହେବ।

ଆସନ୍ତା ୧୧ ତାରିଖ ସକାଳେ ଏହା ଗୋପାଳପୁର ଏବଂ କଳିଙ୍ଗପାଟନାମ୍‌ ମଧ୍ୟ ଭାଗରେ ମାଡ଼ ହେବ। ଏହି ସମୟରେ ଭୟଙ୍କର ରୂପ ଧାରଣ କରି ପ୍ରବଳ ବର୍ଷା ସାଙ୍ଗକୁ ୧୦୦ରୁ ୧୨୫ କିଲୋମିଟର ପର୍ଯ୍ୟନ୍ତ ପବନ ବହିବା ସମ୍ଭାବନା ରହିଛି।



from Odisha Reporter https://ift.tt/2CzdLla

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages