
ଉଦଳା (ମାନସ ପାଣି): ପିଲାଛୁଆଙ୍କୁ ନେଇ ଚାଲିଥିଲା ସ୍ୱାମୀ-ସ୍ତ୍ରୀଙ୍କ ସଂସାର । କାହାର ନଜର ପଡ଼ିଲା, କେଜାଣି ଯାହାଙ୍କ ହାତ ଧରିଥିଲେ, ତାଙ୍କ ଚରିତ୍ରକୁ ସନ୍ଦେହ କରୁଥିଲେ ସ୍ୱାମୀ। ଆଉ ସେହି କାରଣରୁ ଅତି ବୀଭତ୍ସଭାବେ କଟୁରିରେ ସ୍ତ୍ରୀର ହାତ କାଟି ନେଇ ରାସ୍ତାରେ ଯାଉଥିଲା ବେଳେ ପୁଲିସ ହାତରେ ଧରାପଡ଼ିଛି ଅଭିଯୁକ୍ତ ସ୍ୱାମୀ।
ଆଜି ଏପରି ହୃଦୟବିଦାରକ ଘଟଣା ମୟୂରଭଞ୍ଜ ଜିଲ୍ଲାରେ ଘଟିଛି।
ପୂରା ଘଟଣା ଏମିତି। କପ୍ତିପଦା ଥାନା ନେଦାମ ଗାଁର ଗୟା ନାୟକଙ୍କ ପରିବାର କହିଲେ, ପତ୍ନୀ ଓ ୩ ପୁଅ। କାମଦାମ କରି ସେ ଚଳନ୍ତି। ତେବେ ୨୦୧୪ ମସିହାରେ କୌଣସି ଏକ ମାମଲାରେ ସେ ଜେଲ୍ ଯାଇଥିଲେ। ୫ ମାସ ଜେଲ୍ରେ ରହି ଘରକୁ ଫେରିବା ପରେ ପତ୍ନୀଙ୍କ ଚରିତ୍ରକୁ ସନ୍ଦେହ ଚକ୍ଷୁରେ ଦେଖୁଥିଲେ ଗୟା।
ତେବେ ଆଜି ସନ୍ଧ୍ୟାବେଳେ ପତ୍ନୀ ବିଲରୁ ଘରକୁ ଫେରୁଥିଲେ। ଏହି ସମୟରେ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ପରେ ଉତ୍କ୍ଷିପ୍ତ ହୋଇ ଏକ କଟୁରିରେ ନିଜ ପତ୍ନୀର ହାତକୁ କାଟି ସେହି କଟା ହାତକୁ ଧରି ନୂଆସାହି ଆଡ଼କୁ ଯାଉଥିଲେ। ଏ ସମ୍ପର୍କରେ ପୁଲିସ ଜାଣିପାରି ଗୟାଙ୍କୁ ଗିରଫ କରିବା ସହିତ କଟା ହାତ ଓ କଟୁରି ଜବତ କରିଛି। ଅନ୍ୟପକ୍ଷରେ ଗୟାଙ୍କ ପତ୍ନୀଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
from Odisha Reporter https://ift.tt/2QG03jr
No comments:
Post a Comment