
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆପଣ କେବେ ଚିନ୍ତା କରିଛନ୍ତି କି, ଫୋନ୍ ଉଠାଇବା ସମୟରେ ‘ହେଲୋ’ କଣ ପାଇଁ କୁହାଯାଇଥାଏ। ‘ହେଲୋ’ ଶବ୍ଦର ଅର୍ଥ କ’ଣ ଏବଂ ଏହା କେଉଁଠୁ ଆସିଛି। ଏହା ପଛର ରହସ୍ୟ କ’ଣ ରହିଛି।
ଅଧିକାଂଶ ଲୋକ ଏହାକୁ ଏକ କଥିତ ଭାଷା ବୋଲି କହିଥାନ୍ତି ଏବଂ ଅନ୍ୟ କେତେକଙ୍କ ମତରେ, ଫୋନ୍କୁ ଆବିଷ୍କାର କରିଥିବା ଗ୍ରାହମ୍ ବେଲ୍ଙ୍କ ପ୍ରେମିକାଙ୍କ ନାମ ଅନୁସାରେ ‘ହେଲୋ’ ଦିଆଯାଇଥିଲା। ତେବେ ହେଲୋ ବିଷୟରେ ଏପରି ରହିଛି ଇତିହାସରେ କିଛି କଥା, ଯାହା ଆପଣ ହୁଏତ ଜାଣିନଥିବେ।
୨୧ ନଭେମ୍ୱର ୧୯୭୩କୁ ସାରା ଦୁନିଆ ‘ବିଶ୍ୱ ହେଲୋ ଡେ’ ଭାବରେ ପାଳନ କରିଆସୁଛି।
ସୋଶାଲ୍ ମିଡିଆରେ ଏକ ପୋଷ୍ଟ ଭାଇରାଲ୍ ହେଉଛି, ଯେଉଁଥିରେ ଲେଖା ଅଛି, ଟେଲିଫୋନ୍ର ଜନକ ଗ୍ରାହମ୍ ବେଲ୍ ନିଜ ପ୍ରେମିକାର ପ୍ରେମରେ ଏତେ ମାତ୍ରାରେ ପାଗଳ ଥିଲେ ଯେ, ସେ କେବଳ ବିଶ୍ୱକୁ ଟେଲିଫୋନ୍ ଦେଇନାହାନ୍ତି, ଏହା ସହିତ ଦୁନିଆରେ ଟୋଲିଫୋନ୍ ଉଠାଇବା ସମୟରେ ବ୍ୟବହୃତ ହେଉଥିବା ‘ହେଲୋ’ ଶବ୍ଦକୁ ମଧ୍ୟ ଦେଇଛନ୍ତି।
ଏହାର କାରଣ ତାଙ୍କର ପ୍ରେମିକାଙ୍କର ନାମ ‘ମାର୍ଗ୍ରେଟ୍ ହେଲୋ’ ଥିଲା।
୧୯୯୨ ମାର୍ଚ୍ଚ ୫, ନ୍ୟୁୟର୍କ ଟାଇମସ୍ର ରିପୋର୍ଟ ଅନୁସାରେ, ଫୋନ୍ ଉଠାଇବା ସମୟରେ କୁହାଯାଉଥିବା ‘ହେଲୋ’ ଶବ୍ଦକୁ ବିଶିଷ୍ଟ ବୈଜ୍ଞାନିକ ଥୋମାସ୍ ଆଲ୍ଭା ଏଡିସନ୍ ଦେଇଥିଲେ।
ଯିଏ ସାରା ଦୁନିଆରେ ‘ଆଲୋକ’ର ଆବିଷ୍କାର କରି ଆଲୋକିତ କରିଥିଲେ।
ଏଡିସନ୍ ପ୍ରକାଶିତ କରିଥିବା ଏକ ଚିଠି ଅନୁସାରେ, ଗ୍ରାହମ୍ ବେଲ୍ ଫୋନ୍ ଉଠାଇବା ପରେ ‘ହେଲୋ’ ଶବ୍ଦ ଦେବାକୁ ଚାହୁଁନଥିଲେ। ସେ ‘ଆହୋଏ’ ଶବ୍ଦ ଦେବାକୁ ଚାହୁଁଥିଲେ। କିନ୍ତୁ ଏହି ଶବ୍ଦକୁ ସେହି ସମୟରେ କୌଣସି ବ୍ୟକ୍ତିଙ୍କୁ ଡାକିବା ପାଇଁ ବ୍ୟବହାର କରାଯାଉଥିଲା।
ସେହିପରି ଫୋନ୍ରେ ‘ହେଲୋ’ କୁହାଯିବାର ଅନ୍ୟ ଏକ କଥା ମଧ୍ୟ ରହିଛି। କୁହାଯାଏ କି ଯେବେ ଟେଲିଫୋନ୍ର ଆବିଷ୍କାର ହୋଇଥିଲା,ତେବେ ଫୋନ୍ ଉଠାଇବା ସମୟରେ ଲୋକ ‘Are you there’? ବୋଲି ପଚାରୁଥିଲେ। ଏପରି କୁହାଯିବା ପରେ ଫୋନ୍ ଲାଇନ୍ରେ ଥିବା ଲୋକଙ୍କୁ ବିଶ୍ୱାସ ହେଉନଥିଲା ଯେ, ତାଙ୍କ କଥା ଅନ୍ୟ ପାଖରେ ପହଞ୍ଚି ପାରୁଛି କିମ୍ୱା ନୁହେଁ।
ସେହିପରି କୁହାଯାଉଛି କି, ୧୮୭୭ରେ ଥୋମାସ୍ ଏଡିସନ୍ ପିଟର୍ସବର୍ଗ୍ଙ୍କର ‘ସେଣ୍ଟ୍ରାଲ୍ ଡିସ୍ଟ୍ରିକ୍ଟ ଆଣ୍ଡ୍ ପ୍ରିଣ୍ଟିଙ୍ଗ୍ ଟେଲିଗ୍ରାଫ୍ କମ୍ପାନୀ’(Central District and Printing Telegraph Company)ର ଅଧ୍ୟକ୍ଷ ଟିବିଏ ସ୍ମିଥ୍ଙ୍କୁ ଟେଲିଫୋନ୍ରେ ‘ହେଲୋ’ ଶବ୍ଦକୁ ସ୍ୱାଗତ ଶବ୍ଦ ରୂପେ ବ୍ୟବହାର କରିବା ପାଇଁ ଏକ ଚିଠି ଲେଥିଥିଲେ।
ତାଙ୍କର ପରାମର୍ଶକୁ ଟିବିଏ ସ୍ମିଥ୍ ଗ୍ରହଣ କରିଥିଲେ ଏବଂ ଟେଲିଫୋନ୍ ଅପରେଟର୍ରେ କାମ କରୁଥିବା ଝିଅଙ୍କୁ ‘ହେଲୋ ଗାର୍ଲ’ ବୋଲି କୁହାଯାଉଥିଲା।
ପ୍ରକୃତରେ ‘ଆହୋଏ’ ଶବ୍ଦ ଅପେକ୍ଷା ‘ହେଲୋ’ ଶବ୍ଦ ଉଚ୍ଚାରଣ କରିବାରେ ସହଜ ଥିଲା। ସେଥିପାଇଁ ଏହା ଲୋକମାନଙ୍କ ପାଖରେ ଆଦୃତ ହୋଇପାରିଲା।
ଗ୍ରାହମ୍ ବେଲ୍ଙ୍କ ପ୍ରେମିକାଙ୍କ ନାମକୁ ନେଇ ‘ହେଲୋ’ ଶବ୍ଦ ରଖାଯାଇଛି ବୋଲି ଇତିହାସରେ କୌଣସି ପ୍ରମାଣ ନାହିଁ। ଇତିହାସରେ ଏହି କଥାର ମଧ୍ୟ ପୁଷ୍ଟି କରାଯାଇଛି ଯେ, ଗ୍ରାହମ୍ ବେଲ୍ ତାଙ୍କ ସ୍ତ୍ରୀଙ୍କୁ ଅଧିକ ଭଲ ପାଉଥିଲେ, ତାଙ୍କର ନାମ ଥିଲା ମେବଲ୍ ଗର୍ଡନିୟର୍ ହବର୍ଟ।
‘ହେଲୋ’ ଶବ୍ଦର ଅର୍ଥ:
ଅକ୍ସଫୋର୍ଡ ଡିକ୍ସନାରୀ ଅନୁସାରେ ‘ହେଲୋ’ ଶବ୍ଦ ପ୍ରଥମ କରି ୧୮୨୭ ମସିହାରେ ପ୍ରୟୋଗ କରାଯାଇଥିଲା।
ଏହାର ଅର୍ଥ ହାଏ ନୁହେଁ। ୧୮୩୦ ଦଶକରେ ‘ହେଲୋ’ ଶବ୍ଦକୁ ପ୍ରୟୋଗ କରାଯାଇ ଲୋକଙ୍କ ଧ୍ୟାନ ଆକର୍ଷଣ କରାଯାଉଥିଲା।
‘ହେଲୋ’ ଶବ୍ଦ ‘ହାଲା’ ଅଥବା ‘ହୋଲା’ରୁ ସୃଷ୍ଟି ହୋଇଛି। ଯାହା ଏକ ଜର୍ମାନ୍ କିମ୍ୱା ଫ୍ରାନ୍ସୀ ଶବ୍ଦ। ଯାହାର ଅର୍ଥ, ‘କିପରି ଅଛ’ ବା ‘ତୁମେ ସେଠାରେ ଅଛ କି’ ବା ‘କ’ଣ ତୁମେ ଶୁଣି ପାରୁଛ’।
https://ift.tt/2A7RvMP
from Odisha Reporter https://ift.tt/2QOIgX1
No comments:
Post a Comment