
ନୂଆଦିଲ୍ଲୀ: ଭାରତର ଷ୍ଟାର ଶଟଲର୍ ତଥା ଭାରତୀୟ ବ୍ୟାଡମିଣ୍ଟନ ତାରକା ସାଇନା ନେହ୍ୱାଲଙ୍କ ଭାବୀ ସ୍ୱାମୀ ପାରୁପଲ୍ଲୀ କଶ୍ୟପ ନେଦରଲ୍ୟାଣ୍ଡର ଆମଷ୍ଟରଡାମରେ ନିଜର ପାସ୍ପୋର୍ଟ ହଜାଇ ଦେଇଛନ୍ତି। ସେ ଡେନ୍ମାର୍କ ଓପନ୍ରେ ଭାଗ ନେବା ପାଇଁ ଓଡେନ୍ସ ଯିବା ବେଳେ ଗତକାଲି ରାତିରେ କେଉଁ ଆଡ଼େ ନିଜର ପାସ୍ପୋର୍ଟକୁ ହଜାଇ ଦେଇଥିବା ଜଣାପଡ଼ିଛି।
ଏ ସମ୍ପର୍କରେ ସେ ଆଜି ତାଙ୍କ ଟ୍ୱିଟ୍ରେ ସୂଚନା ଦେବା ସହ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜଙ୍କୁ ସହଯୋଗ କରିବାକୁ ନିବେଦନ କରିଛନ୍ତି। ଏହି ଟ୍ୱିଟ୍ରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କ୍ରୀଡ଼ାମନ୍ତ୍ରୀ ରାଜ୍ୟବର୍ଦ୍ଧନ ରାଠୋରଙ୍କୁ ମଧ୍ୟ ଟ୍ୟାଗ୍ କରିଛନ୍ତି।
ସେ କହିଛନ୍ତି,“ ଶୁଭ ସକାଳ ମ୍ୟାଡାମ। ଗତ ରାତିରେ ଆମଷ୍ଟରଡାମରେ ମୁଁ ମୋର ପାସପୋର୍ଟକୁ ହଜାଇ ଦେଇଛି। ମୁଁ ଡେନମାର୍କ ଓପନ,ପ୍ରେଞ୍ଚ ଓପନ୍ ଓ ଜର୍ମାନୀରେ ହେବାକୁ ଥିବା ସାରାଲୁକ୍ସ ଓପନ୍ରେ ଭାଗ ନେବାକୁ ଯିବି। ଡେନ୍ମାର୍କ ପାଇଁ ରବିବାର ମୋ ଟିକେଟ୍ ରହିଛି। ତେଣୁ ଆପଣ ମତେ ଯଥା ସମ୍ଭବ ସାହାଯ୍ୟ କରନ୍ତୁ।”
ତେବେ ରିପୋର୍ଟ ଲେଖା ହେବା ଯାଏ ସରକାରଙ୍କ ପକ୍ଷରୁ ଏ ସମ୍ପର୍କରେ କୌଣସି ପ୍ରକାରର ପ୍ରତିକ୍ରିୟା ମିଳିପାରି ନାହିଁ।
from Odisha Reporter https://ift.tt/2yA5FUY
No comments:
Post a Comment