ରାବଣପୋଡ଼ି ବେଳେ ଟ୍ରେନ୍ ମାଡ଼ି ଯିବା ଘଟଣା: ଅଟକ ଡ୍ରାଇଭର କହିଲେ ଏମିତି କଥା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, October 19, 2018

ରାବଣପୋଡ଼ି ବେଳେ ଟ୍ରେନ୍ ମାଡ଼ି ଯିବା ଘଟଣା: ଅଟକ ଡ୍ରାଇଭର କହିଲେ ଏମିତି କଥା

train

ଅମୃତସର: ରାବଣପୋଡ଼ି ବେଳେ ଗତକାଲି ସନ୍ଧ୍ୟାରେ ଟ୍ରେନ୍ ମାଡ଼ି ଯିବାରୁ ପଞ୍ଜାବର ଜୋରା ରେଲୱେ ଫାଟକ ନିକଟରେ ଥିବା ଧୋବିଘାଟ ଅଞ୍ଚଳରେ ୬୦ ଜଣ ଲୋକଙ୍କ ମୃତ୍ୟୁ ଘଟିଛି। ଆହୁରି ୬୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଏହି ଘଟଣାରେ ପଞ୍ଜାବ ଓ ରେଳବାଇ ପୁଲିସ୍ ଟ୍ରେନ୍ ଡ୍ରାଇଭରଙ୍କୁ ଅଟକ ରଖି ପଚରାଉଚରା କରୁଛି। ଲୁଧିଆନା ରେଲୱେ ଷ୍ଟେସନ୍‌ରେ ତାଙ୍କୁ ପଚରାଉଚରା କରାଯାଉଛି।

ପଚରାଉଚରା ବେଳେ ଟ୍ରେନ୍ ଡ୍ରାଇଭର କହିଛନ୍ତି ଯେ ଟ୍ରେନ୍‌କୁ ଆଗକୁ ନେବାକୁ ତାଙ୍କୁ ସିଗ୍‌ନାଲ୍ ମିଳିଥିଲା। ଟ୍ରାକ୍‌ରେ ଶହ ଶହ ଲୋକ ଛିଡ଼ା ହୋଇଥିବା କଥା ତାଙ୍କୁ ଜଣା ନ ଥିଲା।

ପୁଲିସ୍ କହିଛି, ଯେଉଁ ଲୋକମାନେ ରେଳ ଧାରଣା ପାଖରେ ରାବଣପୋଡ଼ିର ଆୟୋଜନ କରିଥିଲେ ସେମାନଙ୍କ ପତ୍ତା ମିଳୁନି।

ରେଳବାଇ ଅଧିକାରୀମାନେ ଜୋରା ଫାଟକ ନିକଟରେ ମୁତୟନ ହୋଇଥିବା ଲାଇନ୍‌ମ୍ୟାନ୍‌ ମାନଙ୍କ ସହ କଥା ହେଉଛନ୍ତି। ରେଳ ଧାରଣା ଉପରେ ଶହ ଶହ ଲୋକେ ଛିଡ଼ା ହୋଇଥିବା ନେଇ ସେମାନେ ଟ୍ରେନ୍ ଡ୍ରାଇଭରଙ୍କୁ ଜଣାଇ ନଥିବା ଅଭିଯୋଗ ହୋଇଛି।

ରାବଣପୋଡ଼ି ସମୟରେ ଜୋରରେ ବାଣ ଫୁଟୁଥିବା ଯୋଗୁଁ ରେଳ ଧାରଣା ଉପରେ ଛିଡ଼ା ହୋଇଥିବା ଲୋକେ ଟ୍ରେନ୍ ଆସୁଛି ବୋଲି ଜାଣିପାରିଲେ ନାହିଁ। ଅନେକ ଲୋକ ସେତେବେଳେ ମୋବାଇଲ୍ ଫୋନ୍‌ରେ ଫଟୋ ଉଠାଇବାରେ ମଧ୍ୟ ବ୍ୟସ୍ତ ଥିଲେ। ଆଉ ମାତ୍ର କେଇ ସେକେଣ୍ଡ ମଧ୍ୟରେ ଚାଲିଗଲା ୬୦ ଜୀବନ।

ପଞ୍ଜାବ ଓ ନୂଆଦିଲ୍ଲୀର ରେଳବାଇ ଅଧିକାରୀମାନେ କହିଛନ୍ତି ଯେ ଜୋରା ଫାଟକ ନିକଟରେ ରେଳ ଧାରଣା ପାଖରେ ରାବଣପୋଡ଼ି ହେବା ନେଇ ସେମାନଙ୍କୁ ସୂଚିତ କରାଯାଇ ନ ଥିଲା। ତା’ସହିତ ପୁଲିସ୍ ବି ଲୋକଙ୍କୁ ବାରଣ କରି ନଥିଲା ବୋଲି ସେମାନେ କହିଛନ୍ତି।



from Odisha Reporter https://ift.tt/2J74rp0

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages