
ନୂଆଦିଲ୍ଲୀ: ବିଜେପିର ଲୋକସଭା ସାଂସଦ ଭୋଲା ସିଂହଙ୍କର ଶୁକ୍ରବାର ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୨ ବର୍ଷ ହୋଇଥିଲା।
ଗତକାଲି ଦିଲ୍ଲୀର ରାମ ମନୋହର ଲୋହିଆ ହସ୍ପିଟାଲ୍ରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ। ଅସୁସ୍ଥତା ହେତୁ ତାଙ୍କୁ ତିନି ଦିନ ତଳେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।
ତାଙ୍କ ମୃତ୍ୟୁରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଃଖ ପ୍ରକାଶ କରିଛନ୍ତି। ବିହାରର ବିକାଶ ପାଇଁ ଭୋଲା ସିଂହ ଯେଉଁ କାର୍ଯ୍ୟ କରିଥିଲେ, ସେଥିପାଇଁ ଲୋକେ ତାଙ୍କୁ ମନେ ରଖିବେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
ଲୋକସଭା ବାଚସ୍ପତି ସୁମିତ୍ର ମହାଜନ ମଧ୍ୟ ଭୋଲା ସିଂହଙ୍କ ମୃତ୍ୟୁରେ ଦୁଃଖ ପ୍ରକାଶ କରିଛନ୍ତି।
ଭୋଲା ସିଂହ ୮ ଥର ବିହାର ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ସେ ବିହାର ସରକାରରେ ମନ୍ତ୍ରୀ ମଧ୍ୟ ଥିଲେ। ୨୦୦୯ରେ ସେ ବିହାର ନୱାଡ଼ା ଲୋକସଭା ଆସନରୁ ବିଜୟୀ ହୋଇଥିଲେ। ୨୦୧୪ରେ ସେ ବେଗୁସରାଇ ଲୋକସଭା ଆସନରୁ ବିଜୟୀ ହୋଇଥିଲେ।
from Odisha Reporter https://ift.tt/2S5yTUi
No comments:
Post a Comment