
ମୁମ୍ବାଇ: #Metoo ଅଭିଯାନ ଲୋକପ୍ରିୟ ସଙ୍ଗୀତ ନିର୍ଦ୍ଦେଶକ ଅନୁ ମଲ୍ଲିକଙ୍କର ପିଛା ଛାଡ଼ୁନି। ଶ୍ୱେତା ପଣ୍ଡିତ ଓ ସୋନା ମହାପାତ୍ରଙ୍କ ଯୌନ ଉତ୍ପୀଡନ ଅଭିଯୋଗ ପରେ ଏବେ ଆଉ ଦୁଇ ଜଣ ମହିଳା ନିଜ ମୁହଁ ଖୋଲିଛନ୍ତି। ଏହି ଦୁଇ ମହିଳା ‘ମିଡ୍ ଡେ’କୁ ନିଜ ସହ ହୋଇଥିବା ଘଟଣା ବିଷୟରେ ଜଣାଇଛନ୍ତି।
ନିଜ ନାମ ଗୋପନ ରଖି ୯୦ ଦଶକରେ ଏହି ଷ୍ଟ୍ରଗଲିଂ ସିଙ୍ଗର ଜଣକ କହିଛନ୍ତି, ଅନୁ ତାଙ୍କୁ ଭୁଲ୍ ଢଙ୍ଗରେ ଛୁଇଁବାକୁ ଚେଷ୍ଟା କରିଥିଲେ। ମହବୁବ୍ ଷ୍ଟୁଡିଓରେ ଏକ ଗୀତର ଶୁଟିଂ ସମୟରେ ଉଭଙ୍କର ସାକ୍ଷାତ ହୋଇଥିଲା। ସେ ସମୟରେ ଅନୁ ଭୁଲ୍ ଢଙ୍ଗରେ ତାଙ୍କୁ ଚୁଇଁବାକୁ ଚେଷ୍ଟା କରିଥିଲେ। ମହିଳା ଜଣକ ଆପତ୍ତି ଉଠାଇବାରୁ ସେ ହସି କ୍ଷମା ମାଗିଥିଲେ। ଏହା ପରେ ଅନୁ ମହିଳାଙ୍କୁ ସାକ୍ଷାତ କରିବାକୁ ତାଙ୍କୁ ଘରକୁ ଡାକିଥିଲେ। ଆଉ ସେ ସମୟରେ ସେ ତାଙ୍କ ଘରେ ଏକୁଟିଆ ଥିଲେ। ଦୁହେଁ କିଛି ସମୟ ପର୍ଯ୍ୟନ୍ତ କଥାବାର୍ତା ହେବାପରେ ଏକ ଲଜ୍କୁ ଯାଇ ବସିଥିଲେ। ସେଠାରେ ଅନୁ ତାଙ୍କୁ ଅସଦାଚରଣ କରିଥିଲେ। ଏପରିକି ଗାଡିରେ ଯିବାବେଳେ ମଧ୍ୟ ଅନୁ ତାଙ୍କୁ ଅସଦାଚରଣ କରିଥିଲେ ବୋଲି ସେ କହିଛନ୍ତି।
ଅନୁଙ୍କ ଉପରେ ଅଭିଯୋଗ ଆଣିଥିବା ଦ୍ୱିତୀୟ ମହିଳା ଜଣକ ‘ଇଣ୍ଡିଆନ୍ ଆଇଡଲ୍ ସିଜିନ୍ ୧୦’ରେ ଅଂଶ ଗ୍ରହଣ କରିବାର ଥିଲା ହେଲେ ଅନୁଙ୍କ ପାଇଁ ଏହି ସୁଯୋଗ ସେ ହରାଇଥିଲେ। ତାଙ୍କୁ ଶୋ’ରେ ୱାଇଲ୍ଡ୍ କାର୍ଡ୍ ଏଣ୍ଟ୍ରି କରିବାକୁ କୁହାଯାଇଥିଲା। କିନ୍ତୁ ସେ ଏମିତି କରିବାକୁ ମନା କରିଦେଲେ। କାହିଁକି ନା ଶୋ’ରେ ଅନୁମଲ୍ଲିକ୍ ଜଜ୍ ଥିଲେ।
୭ ବର୍ଷ ପୂର୍ବରୁ ଅନୁଙ୍କ ଦ୍ୱାରା ସେ ଅସଦାଚରଣର ଶିକାର ହୋଇଥିଲେ। ଏକଦା ଅନୁଙ୍କୁ ଭେଟିବାକୁ ଆସିଥିବା ବେଳେ ଅନୁ ତାଙ୍କୁ ତାଙ୍କ ବୟଫ୍ରେଣ୍ଡେଙ୍କ କଥା କଥା ପଚାରିଥିଲେ। ସେ ମନା କରିବାରୁ ଅନୁ କହିଥିଲେ, “ଆଉ ଥରେ ଯେବେ ସାକ୍ଷାତ କରିବ ସେତେବେଳେ ଶିଫନ୍ ଶାଢ଼ୀ ପିନ୍ଧିକି ଆସିବ”।
from Odisha Reporter https://ift.tt/2yONvyJ
No comments:
Post a Comment