
ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ପୂର୍ବତନ ଦୁର୍ଦ୍ଧର୍ଷ ଓପନର୍ ବୀରେନ୍ଦ୍ର (ବୀରୁ) ସେହ୍ୱାଗ ଶନିବାର ୪୦ ବର୍ଷ ବୟସରେ ପାଦ ଦେଇଛନ୍ତି। ତାଙ୍କର ୪୦ ତମ ଜନ୍ମଦିନ ପାଇଁ ସାରା ବିଶ୍ୱରୁ ଶୁଭେଚ୍ଛାର ସୁଅ ଛୁଟିଛି। ତେବେ ସେହ୍ୱାଗ କ୍ରିକେଟ୍ ଖେଳୁଥିବା ବେଳେ ଏମିତି ଏକ ରେକର୍ଡ କରିଥିଲେ, ଯାହା ସବୁଦିନ ପାଇଁ ଇତିହାସରେ ଲିପିବଦ୍ଧ ହୋଇ ରହିବ। ସେ ବିଶ୍ୱର ପ୍ରଥମ ବ୍ୟାଟସ୍ମ୍ୟାନ୍ ଯିଏ କି ଛକା ମାରି ତ୍ରିଶତକ ହାସଲ କରିଥିଲେ।
ପାକିସ୍ତାନର ମୁଲତାନ୍ରେ ୨୦୦୪ରେ ଅନୁଷ୍ଠିତ ଟେଷ୍ଟ ମ୍ୟାଚରେ ସେହ୍ଵାଗ ଏହି କୀର୍ତ୍ତିମାନ ସ୍ଥାପନ କରିଥିଲେ। ଏଥିପାଇଁ ସେହ୍ୱାଗଙ୍କୁ ଅନେକ ମୁଲତାନ୍ର ସୁଲତାନ ମଧ୍ୟ କୁହନ୍ତି। ପାକିସ୍ତାନ ବିପକ୍ଷ ଟେଷ୍ଟ୍ରେ ସେହ୍ୱାଗ ୩୦୦ ରନ୍ କରିଥିଲେ। ପାକିସ୍ତାନ ବୋଲର୍ ସାକଲେନ୍ ମୁସ୍ତାକଙ୍କୁ ଛକା ମାରି ବୀରୁ ଏହି ରେକର୍ଡ କରିଥିଲେ। ବୀରୁଙ୍କ ପୂର୍ବରୁ କୌଣସି ବ୍ୟାଟସ୍ମ୍ୟାନ୍ ଛକା ସାହାଯ୍ୟରେ ୩ ଶହ ରନ୍ ପୂରଣ କରି ନଥିଲେ।
ଏଥିସହ ସେହ୍ୱାଗ ଏକମାତ୍ର ଭାରତୀୟ ଭାବେ ଟେଷ୍ଟ୍ କ୍ରିକେଟ୍ରେ ଦୁଇ ଥର ତ୍ରିଶତକ ହାସଲ କରିଛନ୍ତି। ସେହ୍ୱାଗ ୨୦୧୫ରେ ଅନ୍ତର୍ଜାତୀୟ କ୍ରିକେଟ୍ରୁ ଅବସର ଘୋଷଣା କରିଥିଲେ।
ଆଜି ତାଙ୍କ ଜନ୍ମଦିନରେ ଉକ୍ତ ଇନିଂସ୍ର ଭିଡିଓ ଦେଖନ୍ତୁ:
from Odisha Reporter https://ift.tt/2R0nSCs
No comments:
Post a Comment