ଗୁଜରାଟରେ ଆଞ୍ଚଳିକ ବୈଷମ୍ୟବାଦ ହିଂସା, ୩୪୨ ଗିରଫ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, October 7, 2018

ଗୁଜରାଟରେ ଆଞ୍ଚଳିକ ବୈଷମ୍ୟବାଦ ହିଂସା, ୩୪୨ ଗିରଫ

gujarat

ଅହମ୍ମଦାବାଦ (ଓଡ଼ିଶା ରିପୋର୍ଟର): ସବରକଣ୍ଠା ଜିଲ୍ଲାରେ ୧୪ ବର୍ଷୀୟା ନାବାଳିକା ଦୁଷ୍କର୍ମ ଘଟଣା ପରେ ପରିସ୍ଥିତି ସଙ୍ଗିନ ହେବାକୁ ଆରମ୍ଭ କରିଛି। ଏଥିରେ ଉତ୍ତେଜିତ ଗୁଜରାଟୀମାନେ ଅଣଗୁଜରାଟୀ ବିଶେଷ କରି ଉତ୍ତରପ୍ରଦେଶ ଏବଂ ବିହାରରୁ ଆସି ସେଠାରେ ବସବାସ କରୁଥିବା ଲୋକଙ୍କୁ ଆକ୍ରମଣ କରଥିବାର ଅଭିଯୋଗ ଆସିବା ପରେ ଶେଷ ଖବର ମିଳିବା ସୁଦ୍ଧା ୩୪୨ ଜଣଙ୍କୁ ଗିରଫ କରାଯାଇ ସରିଲାଣି।

ସୋଶାଲ ମିଡିଆ ଯୋଗେ ଘୃଣା ବାର୍ତ୍ତା ପଠାଇ ଉତ୍ତରଭାରତୀୟଙ୍କ ବିରୋଧରେ ଉତ୍ତେଜନା ସୃଷ୍ଟି କରାଯିବାର ଉଦ୍ୟମ ହେବାରୁ ସ୍ଥିତି ଏପରି ହୋଇଥିବା ଜଣାଯାଇଛି।

ମେହସନା ଏବଂ ସବରକଣ୍ଠା ସମେତ ୬ଟି ଜିଲ୍ଲାରେ ଏଭଳି ହିଂସା ଦେଖାଦେଇଛି। ଏପରି ଘଟଣାରେ ୪୨ଟି ମାମଲା ରୁଜୁ ହୋଇଛି। ସୁରକ୍ଷା ପାଇଁ ୧୭ ରିଜର୍ଭ ପୁଲିସ୍ ମୂତୟନ କରାଯାଇଛି।

ଅନ୍ୟପକ୍ଷରେ ଯେଉଁସବୁ ଅଞ୍ଚଳରେ ଏବଂ କାରଖାନାରେ ଅରଗୁଜରାଟୀ କାମ କରନ୍ତି, ସେସବୁ ଅଞ୍ଚଳରେ ସୁରକ୍ଷା ବଢ଼ାଇଦିଆଯାଇଛି।

ପୁଲିସ୍ ସୂଚନା ଅନୁଯାୟୀ, ସୋଶାଲ ମିଡିଆରେ ହିଂସା ଘଟାଇବା ଭଳି ବାର୍ତ୍ତା ପଠାଉଥିବା ଅଭିଯୋଗରେ ୨ ଜଣଙ୍କ ନାମରେ ମାମଲା ରୁଜୁ କରାଯାଇଛି। ଆକ୍ରମଣ ପରେ ଲୋକେ ଘରକୁ ଫେରିବାକୁ ଆରମ୍ଭ କରିଥିବାବେଳେ ଏହି ପ୍ରସଙ୍ଗକୁ ନେଇ ଭିନ୍ନ ଉତ୍ତର ରଖିଛ ପୁଲିସ୍। ଲୋକେ ଯଦି ପୂଜା ପାଇଁ ଘରକୁ ଫେରୁଛନ୍ତି, ଏହାକୁ ଅନ୍ୟ ନଜରରେ ଦେଖା ନଯାଉ ବୋଲି କହିଛି ପୁଲିସ୍। ଯଦି ଅନ୍ୟ କିଛି କାରଣ ସତରେ ଅଛି ତେବେ ବସ୍‌ଷ୍ଟାଣ୍ଡ ଏବଂ ରେଲ୍‌ୱେ ଷ୍ଟେସନ୍‌ ଯାଇ ସେମାନଙ୍କୁ ଫେରିଆସିବାକୁ ଅନୁରୋଧ କରାଯିବ ବୋଲି ପୁଲିସ୍ କହିଛି।

ଅନ୍ୟପକ୍ଷରେ ଏହି ପ୍ରସଙ୍ଗରେ ରାଜନୀତି ପାଇଁ ପ୍ରୟାସ କରୁଥିବା କଂଗ୍ରେସ ବିଧାୟକ ଅଳ୍ପେଶ ଠାକୁର କହିଛନ୍ତି ଯେ, ସରକାର ହିଂସା ପାଇଁ ତାଙ୍କ ସମର୍ଥକଙ୍କ ନାମରେ ଉଦ୍ଦେଶ୍ୟମୂଳକ ଭାବେ ମାମଲା ରୁଜୁ କରୁଛନ୍ତି। ଏହା ବିରୋଧରେ ଆସନ୍ତା ୧୧ ତାରିଖରୁ ସେ ସଦ୍‌ଭାବନା ଉପବାସ କରିବେ।

ସୂଚନାଯୋଗ୍ୟ ଯେ, ଦୁଷ୍କର୍ମକାଣ୍ଡ ପରେ ସେ ହିଁ ଅଣ ଗୁଜରାଟୀ ପ୍ରସଙ୍ଗ ଉଠାଇଥିଲେ ଏବଂ ପରେ ଏହା ନିଆଁ ଭଳି ବ୍ୟାପିଯାଇଛି।



from Odisha Reporter https://ift.tt/2QALOfA

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages