ପିଠିରେ ଥାଳି ରଖି ଚାଲିଛି ଝଡ଼ାଫୁଙ୍କା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, October 7, 2018

ପିଠିରେ ଥାଳି ରଖି ଚାଲିଛି ଝଡ଼ାଫୁଙ୍କା

fred,,,

କାମାକ୍ଷାନଗର(ରାକେଶ ଦେହୁରୀ): ବିଜ୍ଞାନ ଯୁଗରେ ବି ଅନ୍ଧବିଶ୍ୱାସର ରାଜୁତି ଚାଲିଛି। କୁକୁର କାମୁଡ଼ା ହେଉ ଅବା ସାପ କାମୁଡ଼ା, ଏବେ ବି ହସ୍ପିଟାଲକୁ ନ ଯାଇ ଗାଁରେ ଗୁଣିଆଙ୍କ ପାଖରେ ଝଡ଼ାଫୁଙ୍କା କରୁଛନ୍ତି ଲୋକେ। ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ୍‌ ଗୁଣ୍ଡିଚାନାଳି ଗାଁରେ ଏଭଳି ଘଟଣା ଦେଖିବାକୁ ମିଳିଛି।

ଗାଁର ଜଣେ ମହିଳାଙ୍କୁ ବିଷାକ୍ତ କୀଟ କାମୁଡ଼ିଥିଲା। ଏହା ପରେ ମହିଳା ଜଣଙ୍କ ଅସୁସ୍ଥ ହୋଇ ପଡ଼ିଥିଲେ। ତେବେ ପରିବାର ଲୋକେ ତାଙ୍କୁ ଡାକ୍ତରଖାନା ନ ନେଇ ଗାଁର ଜଣେ ଗୁଣିଆ ଭରତ ସାହୁଙ୍କ ପାଖକୁ ଆଣିଥିଲେ। ଭରତ ମହିଳାଙ୍କ ପିଠିରେ ଥାଳି ରଖି ଝଡ଼ାଫୁଙ୍କା କରିଥିଲେ।

ସ୍ଥାନୀୟ ଅଞ୍ଚଳରେ ଲୋକଙ୍କୁ ସାପ, ହେଉ କି କୁକୁର, କୌଣସି ଜୀବଜନ୍ତୁ କାମୁଡ଼ିଲେ ଲୋକେ ଡାକ୍ତରଖାନା ନ ଯାଇ ଝଡ଼ାଫୁଙ୍କା କରିବା ପାଇଁ ଭରତଙ୍କ ପାଖକୁ ଆସିଥାନ୍ତି। ପ୍ରତିଦିନ ୨୦ରୁ ୩୦ ଜଣ ଲୋକ ତାଙ୍କ ପାଖକୁ ଆସିଥାନ୍ତି।

ଏନେଇ କାମାକ୍ଷାନଗର ଉପଖଣ୍ଡ ଚିକିତ୍ସାଧିକାରୀ ରତ୍ନାକର ସାମଲ କହିଛନ୍ତି,“ସଚେତନତାର ଅଭାବ ଯୋଗୁଁ ଏମିତି ସ୍ଥିତି ଉପୁଜିଛି।”



from Odisha Reporter https://ift.tt/2O8T1a1

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages