ପୁଣି ଭାରତ ସୀମାରେ ପଶିଲା ଚୀନ୍‌ ସେନା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, October 15, 2018

ପୁଣି ଭାରତ ସୀମାରେ ପଶିଲା ଚୀନ୍‌ ସେନା

ନୂଆଦିଲ୍ଲୀ: ପୁଣିଥରେ ଦାଦାଗିରି ଦେଖାଇଛି ଚୀନ୍‌ ସେନା। ଅରୁଣାଚଳ ପ୍ରଦେଶ ଦେଇ ଭାରତୀୟ ସୀମାରେ ପ୍ରବେଶ କରି ଭାରତୀୟ ସେନାକୁ ଚ୍ୟାଲେଞ୍ଜ କରିଛି ଚୀନ୍‌ ସେନା। ପିଏଲ୍‌ଏର କିଛି ସୈନ୍ୟ ଏଭଳି କାର୍ଯ୍ୟ କରିଥିବା ଜଣାପଡ଼ିଛି।

ତେବେ ଭାରତୀୟ ସେନା ପକ୍ଷରୁ ଏଭଳି ସୀମା ଉଲ୍ଳଙ୍ଘନକୁ ଜୋରଦାର ବିରୋଧ କରାଯିବାରୁ ଚୀନ୍‌ ସେନା ସ୍ୱଦେଶ ଫେରିଯାଇଥିଲା। କିନ୍ତୁ ବାରମ୍ବାର ଚୀନ୍‌ ସେନାର ଏଭଳି ସୀମା ଉଲ୍ଲଙ୍ଘନ ନୂଆ ବିବାଦର ସଙ୍କେତ ଦେଇଛି।

ନ୍ୟୁଜ ଏଜେନ୍ସି ଏନ୍‌ଆଇଏ ସୂତ୍ରରୁ ମିଳିଥିବା ତଥ୍ୟ ଅନୁଯାୟୀ, ଅରୁଣାଚଳ ସେକ୍ଟର୍‌ଠାରେ ଥିବା ପ୍ରକୃତ ନିୟନ୍ତ୍ରଣ ରେଖା ଡେଇଁ ୧୦ ଦିନ ତଳେ ଚୀନ୍‌ ସେନା ଭାରତକୁ ପ୍ରବେଶ କରିଥିଲେ।

ତେବେ ଚୀନ୍ ସେନା ସେଠାରେ ପହଞ୍ଚି କିଛି ଅଘଟଣ ଘଟାଇବା ପୂର୍ବରୁ ଭାରତୀୟ ସେନା ପକ୍ଷରୁ ଏଭଳି ପ୍ରବେଶକୁ ବିରୋଧ କରାଯାଇଥିଲା।
ଚୀନ୍ ଯବାନମାନଙ୍କୁ ଭାରତ ପକ୍ଷରୁ ସ୍ୱଦେଶ ଚାଲିଯିବାକୁ କୁହାଯାଇଥିଲା। ଏଭଳି ନିର୍ଦ୍ଦେଶ ପାଇବାର କିଛି ସମୟରେ ପୁଣିଥରେ ପ୍ରକୃତ ନିୟନ୍ତ୍ରଣ ରେଖା ଡେଇଁ ଚୀନ୍ ସେନା ସ୍ୱଦେଶ ଫେରିଯାଇଥିଲେ।
ଗତବର୍ଷ ଡୋକଲାମ୍‌ ବିବାଦକୁ ନେଇ ଦୁଇ ଦେଶର ସେନା ମୁହାଁମୁହିଁ ହୋଇଥିଲେ। କୂଟନୀତିକ ହସ୍ତକ୍ଷେପ ପରେ ଏହି ବିବାଦର ସମାଧନ ହୋଇଥିଲା।

ଏହାପରେ ଚୀନ୍‌ ଓ ଭାରତ ମିଳିତ ଭାବେ ସୀମା ସୁରକ୍ଷା କରିବାକୁ ନିଷ୍ପତ୍ତି ନେଇଥିଲେ। କିନ୍ତୁ ଚୀନ୍‌ ସେନାର ଏଭଳି ବାରମ୍ବାର ଅନୁପ୍ରବେଶ ନୂଆ ବିବାଦକୁ ସୂତ୍ରପାତ କରିବାର ଆଭାସ ଦେଉଛି।



from Odisha Reporter https://ift.tt/2QT7XWI

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages